ଯିଏ ଯେତେ ବି କରଜ ମାଗୁ, ସକାଳୁ ସକାଳୁ ଭୁଲରେ ବି ଏହି ଜିନିଷ କାହାରିକୁ ଦିଅନ୍ତୁ ନାହିଁ ମାତା ଲକ୍ଷ୍ମୀ ଘରୁ ଛାଡି ପଳାନ୍ତି।

ବନ୍ଧୁମାନେ ଆମେ ଜୀବନରେ ଯେ କୌଣସି କାମ କରୁ ସେଥିରେ ଆଶା ନିଶ୍ଚୟ ଥାଏ କି ଯେପରି ଏହା ଆମକୁ ଫାଇଦା ଦେଉ। ଏହା ବ୍ୟତୀତ ଆମକୁ ସବୁ କ୍ଷେତ୍ରରେ ସଫଳତା ମିଳିବା ବା ଧନ ପ୍ରାପ୍ତି ପାଇଁ ଆମେ ସବୁବେଳେ ଚେଷ୍ଟା କରିଥାଉ। ବ୍ୟକ୍ତି ସବୁବେଳେ ନିଜେ ଠିକ୍ ଜିନିଷ ଆପଣେଇ ଥାଏ ଆଉ କେବେ କେବେ ଅଜାଣତରେ କିଛି ଭୁଲ ଜିନିଷ ମଧ୍ୟ ଆପଣେଇ ଥାଏ। ଯାହା ଫଳରେ ତାକୁ ବହୁ ବାଧା ବିଘ୍ନକୁ ସାମ୍ନା କରିବା ସହ ନିଜ ଜୀବନରେ ବହୁ ଦୁଃଖ ଦୁର୍ଦ୍ଦଶା ଭୋଗ କରିବାକୁ ପଡେ।

ଦାନ ଦେବା ବା କୌଣସି ଗରିବ ଲୋକକୁ ସାହାଯ୍ୟ କରିବା ପାଇଁ ଆମେ ସମସ୍ତେ ଭାବିଥାଉ। କାରଣ ଆପଣ ଯେଉଁ ଜିନିଷ ଦାନ କରନ୍ତି ତାହାର କେତେ ଗୁଣ ଆପଣଙ୍କ ପାଖକୁ ଫେରି ଆସେ। ଏହି ଧାର୍ମିକ ଭବନାରେ ଦାନ କରିବା ମଧ୍ୟ ବହୁତ୍ ପୁଣ୍ୟକାରୀ ହୋଇଥାଏ। ହେଲେ କିଛି ଏପରି ଜିନିଷ ଥାଏ ଯାହା ଦାନ କରିବା ଦ୍ୱାରା ଆମ ଉପରେ ଏହାର ଓଲଟା ପ୍ରଭାବ ପଡ଼ିଥାଏ ବା ଖରାପ ପ୍ରଭାବ ପଡିଥାଏ।ତେବେ କେଉଁ ଜିନିଷ ଆମେ ସକାଳୁ ଦାନ ବା ଉଦ୍ଧାର ଦେବା ନାହିଁ ଆସନ୍ତୁ ଜାଣିବା ଏହି ବିଷୟରେ।

୧. ଦହି – ଯଦି ଆପଣ ବ୍ୟାପାର କରୁଛନ୍ତି ବା ଦହିକୁ ବିକୁଛନ୍ତି ତେବେ ଏହା ପୁଣ୍ୟ କାମ ହୋଇଥାଏ। କାରଣ ଦହି ଶୁକ୍ର ଗ୍ରହର ଅଧିକାରୀ ଅଟେ।ତେଣୁ ଯଦି ଆପଣଙ୍କ ପାଖକୁ କେହି ସକାଳୁ ଭିକାରୀ ବା ଲୋକ ଆସନ୍ତି ତେବେ ତାଙ୍କୁ ଦହି ଦେବା ଅନୁଚିତ୍।ଯଦି ତଥାପି ଦେବାକୁ ଚାହାନ୍ତି ତେବେ ସକାଳ ୮ଟା ପରେ ଦେଇପାରିବେ।ନଚେତ୍ ଏହା ପୂର୍ବରୁ ଦେଲେ ଆପଣଙ୍କ ବୈଭବରେ ଅବନତି ଆସିଥାଏ।

୨. ପିଆଜ ଓ ରସୁଣ – ଏହି ସବୁ ହିନ୍ଦୁ ଧର୍ମର କେତୁଗ୍ରହର କାରକ ହୋଇଥାଏ।ଏହାର ସମ୍ବନ୍ଧ ଯାଦୁ ଟୋନା ଉପରେ ରହିଥାଏ।ତେଣୁ ଏହାକୁ ସକାଳୁ ପିଆଜ,ରସୁଣର ଦାନ କରନ୍ତୁ ନାହିଁ।କାରଣ କେତୁ ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ଶାନ୍ତି ଆଣି ନଥାଏ।

୩. ଘରର ଦୁଆର – ସକାଳ ସମୟରେ ଘରର ଦୁଆର ଖୋଲା ରଖନ୍ତୁ କାରଣ ସକାଳ ସମୟ ହେଉଛି ଦେବୀ ଏବଂ ଦେବତାଙ୍କର ଘରକୁ ଆଗମନର ସମୟ ହୋଇଥାଏ।ତେଣୁ ସକାଳ ସମୟରେ ଘର ଦ୍ବାର ଖୋଲା ରଖିବା ସହ ଘର ସଫା ସୁତୁରା ମଧ୍ୟ ରଖନ୍ତୁ।

୪.ହଳଦିଆ ଜିନିଷ – ଯେଉଁ ଲୋକର ଗୁରୁଗ୍ରହ ମଜବୁତ୍ ହୋଇଥାଏ ସେହି ଲୋକର ଜୀବନରେ କୌଣସି ଅସୁବିଧା ଆସିନଥାଏ।ତେଣୁ ଗୁରୁବାର ଦିନ ହଳଦିଆ ଜିନିଷ(ବସ୍ତ୍ର,ହଳଦୀ) ଦାନ କଲେ ଗୁରୁଗ୍ରହ ଦୁର୍ବଳ ହୋଇଥାଏ।ଯଦି ଦାନ କରିବେ ତେବେ ଏହି ଜିନିଷ ସକାଳ ୮ଟା ପରେ ଦାନ କରନ୍ତୁ।

୫. ମହିଳାଙ୍କ ଜିନିଷ – ସକାଳୁ ମହିଳାଙ୍କ ଜିନିଷ ଯେପରି ପିନ୍ଧା ଲୁଗା,ଅଳଙ୍କାର ଆଦି ଦାନ କରିବା ଅନୁଚିତ୍।ଏହା ଦ୍ଵାରା ଦେହ ଖରାପ ହୋଇଥାଏ ।ବିଶେଷ କରି ସବୁଜ ଜାତୀୟ ଜିନିଷ ଦାନ କରନ୍ତୁ ନାହିଁ କାରଣ ଏହା ଲକ୍ଷ୍ମୀଙ୍କ ପସନ୍ଦ ହୋଇଥାଏ। ଏହା ଦାନ କଲେ ଲକ୍ଷ୍ମୀ ମାତା ରୋଷ କରନ୍ତି। ତେଣୁ ସକାଳ ସମୟରେ କାହାକୁ ଧନ ଉଦ୍ଧାର ଦେବେ ନାହିଁ । ଯଦି ସକାଳୁ ଆପଣଙ୍କ ଘରକୁ ଗୋମାତା ଆସନ୍ତି ତେବେ ଭାବନ୍ତୁ କି ଯେହେତୁ ୩୩ କୋଟି ଦେବୀ ଦେବତା ତାଙ୍କ ଦେହରେ ବାସ କରନ୍ତି। ଗୋମାତାକୁ ସକାଳେ ଖାଦ୍ୟ ଦାନ କଲେ ବହୁତ୍ ଶୁଭ ହୋଇଥାଏ ଏବଂ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଥାଏ।ଏହି ସବୁ ଜିନିଷ ଉପରେ ଧ୍ୟାନ ରଖିଲେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସବୁବେଳେ ରହିବେ ନଚେତ୍ ଘର ଛାଡ଼ି ଦେବେ।

Leave a Reply

Your email address will not be published. Required fields are marked *