ଦରମା ମାଗିବାରୁ ମିଳିଲା ଦେଲେ ଟଙ୍କାରେ ପରିପୂର୍ଣ୍ଣ ଏକ ବାଲ୍ଟି । ଘରକୁ ନେବା ପାଇଁ କର୍ମଚାରୀଙ୍କ ହୋସ ଉଡ଼ିଗଲା।

ଅନେକ ଥର ଅଫିସରେ କାମକରୁଥିବା କର୍ମଚାରୀ ଏବଂ ବସଙ୍କ ମଧ୍ୟରେ ଏପରି ସମ୍ପର୍କ ଥାଏ କି ସେମାନେ ପରସ୍ପରର ଖୁସି ଦେଖିପାରନ୍ତି ନାହିଁ। ଆପଣ ନିଶ୍ଚୟ ଭାବେ ଏହିପରି ଅନେକ କାହାଣୀ ଶୁଣିଥିବେ କିନ୍ତୁ ଆୟର୍ଲାଣ୍ଡର ଡବଲିନରେ ଜଣେ ବସ୍ ତାଙ୍କ କର୍ମଚାରୀଙ୍କ ପ୍ରତି ଯାହା କରିଛନ୍ତି ତାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡିଆରେ ବସ୍ ଏବଂ କର୍ମଚାରୀଙ୍କ ମଧ୍ୟରେ ଥିବା ତିକ୍ତତାର ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଏପରିକି କି ଜଣେ କର୍ମଚାରୀ ବହୁ ଦିନ ହବ ଧରି ତାଙ୍କ ମାଲିକଙ୍କଠାରୁ ଦରମା ମାଗୁଥିଲେ ଯେଉଁଥିରେ ବସ୍ ରାଗି ଯାଇ ପ୍ରତିଶୋଧ ନେବା ପାଇଁ ବ୍ୟାଙ୍କ ଆକାଉଣ୍ଟରେ ଦରମା ଦେବା ପରିବର୍ତ୍ତେ କର୍ମଚାରୀଙ୍କୁ କଏନ ରେ ପୂର୍ଣ୍ଣ ଏକ ବାଲ୍ଟି ଦେଇଥିଲେ ।

ବର୍ତ୍ତମାନ ସେହି କର୍ମଚାରୀଙ୍କ ପାଇଁ ତାଙ୍କ ବେତନକୁ କଏନ ଆକାରରେ ବାଲଟିରେ ନେଇଯିବା ଏକ ଅସୁବିଧାଠାରୁ କମ୍ ନଥିଲା କାରଣ ବାଲଟିର ଓଜନ ପ୍ରାୟ ୩୦ କିଲୋଗ୍ରାମ ଥିଲା। ଯେଉଁ ଫଟୋକୁ ସୋସିଆଲ ମିଡିଆରେ ସେୟାର କରାଯାଉଛି ସେଥିରେ କଏନରେ ପରିପୂର୍ଣ୍ଣ ଏକ ବାଲ୍ଟି ଦେଖିବାକୁ ମିଳୁଛି ।

ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିଥିବା ବ୍ୟକ୍ତି ଲେଖିଛନ୍ତି ଯେ ଏକ ସପ୍ତାହ ଧରି ବସ୍‌କୁ ଦରମା ମାଗିବା ର ପରିଣାମ।

ଦ ମିରର ରିପୋର୍ଟ ଅନୁଯାୟୀ କର୍ମଚାରୀ ଏକ ବାରରେ କାମ କରୁଥିଲେ ଏବଂ ତାଙ୍କ ନାମ ରିଆନ୍ କେଓଗ। ସେ ବସଙ୍କୁ ଦରମା ମାଗିବା ପାଇଁ ଡବଲିନ୍‌ର ସାଉଥ ୱିଲିୟମ୍‌ ଷ୍ଟ୍ରିଟ୍‌କୁ ଯାଇଥିଲେ ଯାହା ପରେ ତାଙ୍କୁ କଏନରେ ଭର୍ତ୍ତି ଏକ ବାଲ୍ଟି ଦିଆଯାଇଥିଲା।

ରିୟାନ ଦ୍ବାରା ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଫଟୋ ଦେଖିବା ମାତ୍ରେ ସୋସିଆଲ ମିଡିଆ ୟୁଜରମାନେ ତାଙ୍କ ବସଙ୍କ କଥା ମନେ ପକାଇ ଥିଲେ ଏବଂ ସେମାନେ ରୀୟନଙ୍କୁ ସହାନୁଭୂତି ଦେଇ ତାଙ୍କ ମାଲିକଙ୍କୁ ଥଟ୍ଟା କରିଥିଲେ। ଜଣେ ବ୍ୟକ୍ତି ଏହାକୁ ନେଇ ଲେଖିଛନ୍ତି ଦୁନିଆର ସବୁ ବସ୍ ଏମିତି ହୋଇଥାନ୍ତି।

ଏଥି ସହିତ ରିୟାନଙ୍କ ଏହି ଟ୍ୱିଟରେ ତାଙ୍କ ପୁରୁଣା ମ୍ୟାନେଜର ଲେଖିଛନ୍ତି ଯେ ବ୍ୟାଙ୍କ ବିବରଣୀ ପାଇବା ପରେ ଆସନ୍ତା ମଙ୍ଗଳବାର ଦିନ ମୁଁ ତୁମକୁ ଏତେ ଟଙ୍କା ଦେଲେ ହବ କି ?

ରିଆନ୍ ଉତ୍ତରରେ କହିଛନ୍ତି “ମୁଁ ଯଥାଶୀଘ୍ର ବଡ ଆକାରର ନଗଦ ଟଙ୍କା ଆବଶ୍ୟକ କରୁଥିଲି। ଯଦି ଗୋଟିଏ ଦିନ ପରେ ମିଳିବ ତେବେ ଏହା ଠିକ ଅଛି କାରଣ ମୁଁ ଏହା ବିନା ଅଧିକ ଦିନ ବଞ୍ଚି ପାରିବି ନାହିଁ।”

Leave a Reply

Your email address will not be published. Required fields are marked *