ସଲମାନ ଏବଂ ତାଙ୍କ ଭାଇମାନେ ମିଶି ଜଳାଇ ଦେଲେ ତାଙ୍କ ବାପାଙ୍କ ଦରମା ଟଙ୍କା, ସଲିମ ଖାନ ଏପରି ଭାବରେ ଦେଲେ ଶିକ୍ଷା

ସଲମାନ ଖାନଙ୍କ ପିତା ଏବଂ ବଲିଉଡର ନାମିଦାମୀ ସ୍କ୍ରିପ୍ଟ ରାଇଟର ସଲିମ ଖାନ ୮୫ ବର୍ଷର ହୋଇଗଲେଣି | ୨୪ ନଭେମ୍ବର,୧୯୩୫କୁ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ସଲିମ ଖାନଙ୍କ ପିତା ପୋଲିସରେ ଥିଲେ | ୧୯୬୪ରେ ସଲିମ ଖାନ ମହାରାଷ୍ଟ୍ରର ବ୍ରାହ୍ମଣ ଝିଅ ସୁଶୀଳା ଚରକଙ୍କ ସହିତ ବିବାହ କରିଥିଲେ | ବିବାହ ପରେ ସୁଶୀଳା ନିଜର ନାମ ବଦଳାଇ ସଲମା ରଖି ନେଇଥିଲେ ଏବଂ ୨୭ ଡିସେମ୍ବର ୧୯୬୫କୁ ସେ ନିଜର ପ୍ରଥମ ପୁଅ ସଲମାନ ଖାନଙ୍କୁ ଜନ୍ମ ଦେଇଥିଲେ | ସଲିମ ଖାନଙ୍କର ଜନ୍ମଦିନରେ ଆମେ ତାଙ୍କ ପୁଅ ସଲମାନଙ୍କର ପିଲାଦିନ ସହ ଜଡିତ ଏକ କାହାଣୀ ସେୟାର କରୁଛୁ, ଯେଉଁଥିରେ ସଲମାନଙ୍କର ଗୋଟିଏ ଭୁଲ ପାଇଁ ପିତା ସଲିମ ଖାନଙ୍କୁ କ୍ଷତି ସହିବାକୁ ପଡିଥିଲା |

ଏହି କାହାଣୀ ସଲମାନଙ୍କର ବିଲ୍ଡିଂରେ ସହ ଜଡିତ ରହିଛି, ଯେତେବେଳେ ସେ ନିଜ ପିତା ସଲିମ ଖାନଙ୍କୁ ମିଳିଥିବା ଦରମା ଟଙ୍କାକୁ ନିଆଁ ଲଗାଇ ଦେଇଥିଲେ | ଏହାପରେ ସଲିମ ତାଙ୍କୁ ଯେଉଁ ଶିକ୍ଷା ଦେଇଥିଲେ ସେ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି |

ଏହି କାହାଣୀ ସେସମୟର ଅଟେ, ଯେତେବେଳେ ସଲମାନ ଖାନ ଇନ୍ଦୋରରେ ନିଜର ପରିବାର ସହିତ ରହୁଥିଲେ | ତ୍ଯର ଦୀପାବଳି ଦିନ ସଲମାନ ନିଜ ଭାଇ ଭଉଣୀଙ୍କ ସହ ମିଶି ମସ୍ତି କରୁଥିଲେ | ସମସ୍ତେ ମିଶି କାଗଜ ଜଳାଉଥିଲେ | କାଗଜ ସରିଯିବାରୁ ସଲମାନଙ୍କୁ ଆଖପାଖରେ ଆଉ ଜଳାଇବା ପାଇଁ କିଛି ମିଳି ନଥିଲା |

ଏମିତିରେ ସଲମାନ ନିଜ ପିତାଙ୍କର ଷ୍ଟଡି ରୁମକୁ ଯାଇଥିଲେ | ସେଠାରେ ଟେବୁଲ ଉପରେ ରଖାଯାଇଥିବା କାଗଜ ବଂଡଲ ଉଠାଇ ଆଣିଥିଲେ | ସଲମାନ ଏହି କାଗଜ ବଂଡଲକୁ ନିଜ ଭାଇ ଭଉଣୀ ମାନଙ୍କୁ ଜଳାଇବାକୁ ଦେଇ ଦେଇଥିଲେ | ତେବେ ଏହା ସଲମାନଙ୍କ ପାଇଁ କେବଳ କାଗଜର ଟୁକୁଡା ଥିଲା କିନ୍ତୁ ପ୍ରକୃତରେ ଏହା ସଲିମଙ୍କର ସମ୍ପୂର୍ଣ୍ଣ ମାସର ଉପାର୍ଜନ ଥିଲା | ପିଲାମାନେ ମିଶି ଦରମାର ୭୫୦ ଟଙ୍କା ନିଆଁରେ ଜଳାଇ ଦେଇଥିଲେ |

ଯେତେବେଳେ ଏହି କଥା ସଲିମ ଖାନଙ୍କୁ ଜଣା ପଡିଥିଲା ସେତେବେଳେ ସେ ନିଜ ପିଲା ମାନଙ୍କ ଉପରେ ରାଗି ନଥିଲେ ବରଂ ତାଙ୍କୁ ସ୍ନେହର ସହିତ ବୁଝାଇଥିଲେ ଯେ ଟଙ୍କାର ମୂଲ୍ୟ କଣ ହୋଇଥାଏ | କିପରି ଭାବରେ ଟଙ୍କା ଜରିଆରେ ତାଙ୍କ ଘରେ ଖାଇବାର ଯୋଗାଡ ହୋଇଥାଏ | ଏହାପରେ ସଲମାନଙ୍କ ଉପରେ ଏହି କଥାର ଗଭୀର ପ୍ରଭାବ ପଡିଥିଲା | ସେ ପିତାଙ୍କୁ ପ୍ରତିଜ୍ଞା ଦେଇଥିଲେ ଯେ ଏହି କଥାକୁ ସେ ସମ୍ପୂର୍ଣ୍ଣ ଜୀବନ ମାନେ ରଖିବେ ଏବଂ ଏହା ହିଁ ହେଲା |

ସଲିମ ଏବଂ ସଲମାଙ୍କର ଚାରି ଗୋଟି ପିଲା ଅଛନ୍ତି, ସଲମାନ ଖାନ, ଅରବାଜ ଖାନ, ସୋହେଲ ଖାନ ଏବଂ ଝିଅ ଅଲବୀରା | ୧୯୮୧ ମସିହାରେ ସଲିମ ଖାନ ନିଜ ସମୟର ନାମିଦାମୀ ଡ୍ୟାନ୍ସର ହେଲେନଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ | ଉଭୟଙ୍କର କୌଣସି ସନ୍ତାନ ସନ୍ତତି ହୋଇ ନଥିଲା, ଯାହାପରେ ସେ ଏକ ଛୋଟ ଝିଅକୁ ଆଡପଟ କରିଥିଲେ ଏବଂ ତାଙ୍କ ନାମ ଅର୍ପିତା |

ସୂଚନାଯୋଗ୍ୟ ଯେ ସଲିମ ଖାନ ପ୍ରଥମେ ସ୍କ୍ରିପ୍ଟ ରାଇଟର ନୁହେଁ ବରଂ ଅଭିନେତା ହେବାକୁ ଚାହୁଁଥିଲେ | ଏଥିପାଇଁ ସେ ଇନ୍ଦୋରରୁ ମୁମ୍ବାଇ ଆସିଥିଲେ | ପ୍ରାରମ୍ଭିକ ସମୟରେ ଛୋଟ ଛୋଟ ଭୂମିକାରେ ଅଭିନୟ ମଧ୍ୟ କରିଥିଲେ | ସେ ପାଖାପାଖି ୧୪ ଗୋଟି ଫିଲ୍ମରେ ଅଭିନୟ କରିଲେ, କିନ୍ତୁ ଅଭିନେତା ଭାବରେ କିଛି ବିଶେଷ କରି ପାରିଲେ ନାହିଁ | ଜଣେ ଅଭିନେତା ଭାବରେ ସେ “ତୀସରୀ ମଂଜିଲ”(୧୯୬୬) ଏବଂ “ସରହଦୀ ଲୁଟେରା”, “ଦୀୱାନା”(୧୯୬୭) ଏବଂ “ବାଫାଦାର”(୧୯୭୭) ପରି ଫିଲ୍ମରେ ନଜର ଆସିଥିଲେ |

ସଲିମ ଖାନ ଯେତେବେଳେ ଅଭିନୟରେ ବହୁତ ଚେଷ୍ଟା କରୁଥିଲେ ସେସମୟରେ “ସରହଦି ଲୁଟେରା” ପାଇଁ ଜାଭେଦ ଅଖତର ଡାଇଲଗ ଲେଖୁଥିଲେ | ଜାଭେଦଙ୍କୁ ଏହି ଅବସର ପ୍ରକୃତ ଡାଇଲଗ ରାଇଟରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାରୁ ମିଳିଥିଲା | ଏହିଠାରୁ ଉଭୟଙ୍କର ଭଲ ବନ୍ଧୁତ୍ୱ ହୋଇଯାଇଥିଲା | ଉଭୟ ୭୦ରୁ ୮୦ ଦଶକ ମଧ୍ୟରେ ମୋଟ ୨୪ ଗୋଟି ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲେ, ଯେଉଁଥିରୁ ୨୦ ଗୋଟି ଫିଲ୍ମ ସୁପରହିଟ ହୋଇଥିଲା |

Leave a Reply

Your email address will not be published. Required fields are marked *