ହେଲନଙ୍କ ସହିତ କେବେବି କଥା ହେଉନଥିଲେ ସଲମାନ ଏବଂ ତାଙ୍କ ଦୁଇ ଭାଈ , ପୁଣି ଏମିତି ବଢିଲା ସାବତ ମାଙ୍କ ପାଇଁ ପ୍ରେମ

ମୁମ୍ବାଇ: ସଲମାନ ଖାନଙ୍କ ସାବତ ମା ଏବଂ ଫେମସ କୈବ୍ରି ଡାନ୍ସର ହେଲେନ ୮୨ ବର୍ଷ ବୟସର ହୋଇଯାଇଛନ୍ତି । ୧୯୩୮ ନଭେମ୍ବର ୨୧କୁ ମିଆଁମାର ର ରାଜଧାନୀ ରଙ୍ଗୁନରେ ଜନ୍ମ ହୋଇଥିବା ହେଲେନଙ୍କ ପୁରା ନାମ ହେଲେନ ଏନି ରିଚର୍ଡସନ। ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ହେଲେନଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା, ଯାହାପରେ ତାଙ୍କୁ ଦେଶ ଛାଡିବାକୁ ପଡିଥିଲା। ବହୁ ସମସ୍ୟାର ସମ୍ମୁଖିନ ହେଉଥିବା ତାଙ୍କ ପରିବାର ପ୍ରଥମେ ଆସାମ ଏବଂ ପରେ କଲିକତାରେ ଯାଇ ପହଁଚିଲେ। ହେଲେନଙ୍କ ମା ସେତେବେଳେ ନର୍ସର କାମ କରୁଥିଲେ ଏବଂ ତାଙ୍କ ରୋଜଗାରରେ ଘର ଖର୍ଚ୍ଚ ହେଉପାରୁ ନଥିଲା। ଏଥିପାଇଁ ହେଲେନ ନିଜର ପଢା ଅଧାରୁୁ ଛାଡି ଦେଇଥିଲେ ଏବଂ ମାଙ୍କୁ ସାହାର୍ଯ୍ୟ କରିବା ପାଇଁ କାମ ଖୋଜିବାକୁ ଲାଗିଲେ। ଏହି ଫିଲ୍ମରୁ ହେଲେନଙ୍କୁ ମିଳିଲା ପରିଚୟ।

ହେଲେନ କାମ ଖୋଜୁଥିଲେ। ଏହି ସମୟରେ ସେ ୧୯୫୧ ମସିହାରେ ବତୌର ବେଗ୍ରାଉଣ୍ଡ ଡାନ୍ସର କାରିଅର ଆରମ୍ଭ ଫିଲ୍ମ ‘ ଆଓ୍ବାରା ‘ରୁ ଆରମ୍ଭ କରିଥିଲେ। କେତେ ବର୍ଷ ଛୋଟ ଛୋଟ କାମ କରିବା ପରେ ହେଲେନଙ୍କୁ ୧୯ ବର୍ଷ ବୟସରେ ଫିଲ୍ମ ‘ ହାଓ୍ବଡା ବ୍ରିଜ ‘ ରେ ବଡ ବ୍ରେକ ମିଳିଥିଲା। ଏହି ଫିଲ୍ମରେ ତାଙ୍କର ଆକ୍ଟିଙ୍ଗ ସହିତ ଡାନ୍ସ ମଧ୍ୟ ସମସ୍ତଙ୍କ ମନ କିଣି ନେଇଥିଲା। ଏହାପରେ ହେଲେନ ପଛକୁ ଫେରି ଚାହିଁ ନଥିଲେ।

ହେଲେନ 27 ବର୍ଷ ବୟସ୍କ ନିର୍ଦ୍ଦେଶକଙ୍କୁ ବିବାହ କରିଥିଲେ:

ହେଲେନ ପ୍ରଥମେ ନିଜକୁ 27 ବର୍ଷିୟ ନିର୍ଦ୍ଦେଶକ ପ୍ରେମନାରାୟଣ ଆରୋରାଙ୍କୁ ବିବାହ କରିଥିଲେ | ସେମାନେ 1957 ରେ ବିବାହ କରିଥିଲେ ଏବଂ 17 ବର୍ଷ ପରେ ଉଭୟଙ୍କ ଛାଡପତ୍ର ହୋଇଥିଲା | ଏହା ପରେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା ଏବଂ ହେଲେନ ସ୍କ୍ରିପ୍ଟ ଲେଖକ ସଲିମ ଖାନଙ୍କୁ ଭେଟିଥିଲେ। ହେଲେନ ଏବଂ ସଲିମଙ୍କ ପ୍ରେମ କାହାଣୀ ବର୍ତ୍ତମାନ ଭଳି ସହଜ ନଥିଲା।

୪୦ ବର୍ଷ ପୂବେ ସଲମାନଙ୍କ ବାପାଙ୍କ ସହ ବିବାହ:

୧୯୬୨ ରେ ‘ କିବିଲ ଖାନ ‘ ଫିଲ୍ମ ଦ୍ବାରା ହେଲେନଙ୍କର ଦେଖା ସଲିମ ଖାନଙ୍କ ସହିତ ହୋଇଥିଲା। ହେଲେନ ଦେଖିବାକୁ ବହୁତ ସୁନ୍ଦର ଥିଲେ ତାଙ୍କୁ ଦେଖି ସଲିମ ତାଙ୍କୁ ପସନ୍ଦ କରି ନେଇଥିଲେ। ସେମାନଙ୍କର ରିଲେସନଶିପର ଆରମ୍ଭ ୧୯୭୫ ମସିହାରେ ହୋଇଥିଲା। ପରିବାରଙ୍କ ବିରୋଧରେ ଯାଇ ଏମାନେ ୧୯୮୦ରେ ବିବାହ କରି ନେଇଥିଲେ। ସେହି ସମୟ ରେ ସଲିମ ପ୍ରଥମରୁ ହିଁ ବିବାହିତ ଥିଲେ ଏବଂ ସଲମାନଙ୍କ ମା ସୁଶିଲ ଚରକ ତାଙ୍କର ପ୍ରଥମ ସ୍ତ୍ରୀ ଥିଲେ।

ହେଲେନଙ୍କ ସହ କଥା ମଧ୍ୟ ହେଉନଥିଲେ ସଲମାନ:

ଖାନ ପରିବାର ସଲିମ ଏବଂ ହେଲେନଙ୍କ ବିବାହର ବିରୋଧରେ ଥିଲେ ଏବଂ ଏହାକୁ ନେଇ ପ୍ରଥମେ ପ୍ରଥମେ ପରିବାରରେ ବହୁତ ଅସନ୍ତୋଷ ଦେଖାଇଥିଲା। ସଲିମ ଖାନଙ୍କ ପ୍ରଥମ ସ୍ତ୍ରୀ ସୁଶିଲଓ ସଲମାନଙ୍କ ସହିତ ତିନି ଭାଈ ହେଲେନଙ୍କ ବିରୋଧରେ ଥିଲେ। ସଲମାନ, ଅରବାଜ ଏବଂ ସୋହେଲ ହେଲେନଙ୍କ କଥା ହେଉନଥିଲେ।

ସମୟ କରିଦେଲା ସବୁ କ୍ଷତ ପୁରଣ:

ସମୟ ସବୁ କ୍ଷତକୁ ଭରିଦେଇଥାଏ। ଧିରେ ଧିରେ ତିନି ଭାଈ ଏବଂ ନିଜେ ସୁଶିଲଙ୍କୁ ଲାଗିଲା କି ହେଲେନ ଏତେବି ଖରାପ ନୁହଁନ୍ତି ଯେତେ ସେମାନେ ଭାବୁଥିଲେ। ଏବେ ପୁରା ପରିବାର ଏକା ସହିତ ରହୁଛନ୍ତି। ସଲମାନ ନିଜର ମା ସୁଶିଲଙ୍କ ସହିତ ହେଲେନଙ୍କୁ ମଧ୍ୟ ସେ ସେତିକି ଭଲ ପାଅନ୍ତି।

ନିଜର ମାଙ୍କ ସହିତ ଯେତେ କ୍ଲୋଜ ସେତେ କ୍ଲୋଜ ସଲମାନ ହେଲେନଙ୍କ ସହିତ:

ଆଜି ସଲମାନ ଯେତେ କ୍ଲୋଜ ନିଜ ମା ସୁଶିଲଙ୍କ ସହିତ ଅଛନ୍ତି ସେତିକି ହେଲନଙ୍କ ସହିତ ମଧ୍ୟ । ଯଦି ସେ କୌଣସି ଜିନିଷ ସୁଶିଲଙ୍କ ପାଇଁ ଆଣନ୍ତି ତ ଠିକ ସେମିତି ଜିନିଷ ସେ ହେଲେନଙ୍କ ପାଇଁ ମଧ୍ୟ ଆଣନ୍ତି। ତିନି ଭାଈଙ୍କ ନଜରରେ ହେଲେନ ତାଙ୍କ ନିଜ ମା ପରି।

ପିଲା ମାନଙ୍କର ମା ଏବଂ ହେଲେନଙ୍କୁ ମିଳିଗଲା ପରିବାର:

ସଲିମ ଏକ ଇନ୍ଟ୍ରବ୍ୟୁରେ କହିଥିଲେ କି ଯେତେବେଳେ ହେଲନଙ୍କ ସହିତ ମୋର ବିବାହ ହୋଇଥିଲା ସେତେବେଳେ ସୋହେଲ ୮ ବର୍ଷର ଅରବାଜ ୧୨ ବର୍ଷର ଏବଂ ସଲମାନ ୧୫ ବର୍ଷର ଥିଲେ। ସେ ତିନି ଜଣ ଭାବିଲେ କି ତାଙ୍କୁ ଆଉ ଗୋଟିଏ ମା ମିଳିଗଲା ବୋଲି। ହେଲେନ ମଧ୍ୟ ଭାବିଲେ କି ତାଙ୍କୁ ରେଡିମେଡି ଫ୍ୟାମିଲି ମିଳିଗଲା ବୋଲି। ଏହାପରେ ସେ ନିଜ ପିଲା ବିଷୟରେ ସେ ଭାବି ନଥିଲେ। ମୋର ସବୁ ପିଲାଙ୍କୁ ସେ ନିଜ ପିଲା ବୋଲି ଭାବିଲେ।

ଏକ ଫିଲ୍ମ ଦ୍ବାରା କୈବ୍ରେ ଡାନ୍ସ କରୁଛନ୍ତି ହେଲେନ।

Leave a Reply

Your email address will not be published. Required fields are marked *