ହାତ ଯୋଡ଼ି ସୁନୀଲ ସେଟ୍ଟୀଙ୍କ ଝିଅଙ୍କୁ ସଲମାନ ମାଗିଲେ କ୍ଷମା , ଆଶ୍ଚର୍ଯ୍ୟ ହୋଇଗଲେ ଭାଇ ଅରବାଜ

ଅଭିନେତା ଏବଂ ଫିଲ୍ମ ନିର୍ମାତା ଅରବାଜ ଖାନ ବର୍ତ୍ତମାନ ସମୟରେ ନିଜର ଟୋକ ଶୋ ପିଞ୍ଚ 2 କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅରବାଜ ଖାନଙ୍କର ଏହି ଶୋ ୟୁଟ୍ୟୁବ ଚ୍ୟାନେଲ ରେ ରିଲିଜ କରାଯାଇଛି । ଅରବାଜ ଙ୍କର ଏହି ଶୋ ରେ ପ୍ରଥମ ଅତିଥି ଥିଲେ ତାଙ୍କ ଭାଇ ଏବଂ ବଲିଉଡ ର ଲୋକପ୍ରିୟ ଅଭିନେତା ସଲମାନ ଖାନ । ସଲମାନ ଖାନ ଙ୍କ ସହିତ ଅନ୍ୟ ଫିଲ୍ମ ଅଭିନେତା ପିଞ୍ଚ 2 ର ପ୍ରମୋ ଭିଡ଼ିଓ ରେ ମଧ୍ୟ ନଜର ଆସିଥିଲେ ଏବଂ ଅରବାଜ କଳାକାର ଙ୍କୁ ନିଜର ଟୋକ ଶୋ ରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ କହିବାରେ ଦେଖିଥିଲେ ।

ନିଜର ସାନ ଭାଇ ର ଶୋ ରେ ସଲମାନ ଖାନ ଅନେକ ବଡ଼ ଖୁଲାସା କରିଛନ୍ତି । ସଲମାନ ପିଞ୍ଚ 2 ରେ ନିଜର ଫିଲ୍ମ , ବ୍ୟକ୍ତିଗତ ରିୟୁମର୍ସ ଏବଂ ଅନ୍ୟ ସେଲିବ୍ରିଟି ଙ୍କୁ ନେଇ ମଧ୍ୟ କିଛି କଥା କହିଛନ୍ତି । ଏହି ସମୟରେ ସଲମାନ ବଲିଉଡ ର ପ୍ରସିଦ୍ଧ ଅଭିନେତା ସୁନୀଲ ସେଟ୍ଟୀ ଙ୍କ ଝିଅ ଏବଂ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀ ଙ୍କୁ ହାତ ଯୋଡ଼ି କ୍ଷମା ମାଗିବାର ଦେଖା ଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ।

ବାସ୍ତବରେ କଥା ଏହିକି ଯେ ନିଜର ଶୋ ରେ ଅରବାଜ ସଲମାନ ଖାନ ଙ୍କୁ କିଛି ପ୍ରଶ୍ନ କରିଥିଲେ , ଆପଣଙ୍କ ଇନଷ୍ଟାଗ୍ରାମ ରେ ୪୨.୨ ମିଲିୟନ ଫୋଲଅର୍ସ ଅଛନ୍ତି , ପୁଣି ଆପଣ ଇନଷ୍ଟାଗ୍ରାମ ରେ ଆପଣ କେବଳ ୨୭ ଜଣ ଲୋକଙ୍କୁ ଫୋଲ କରନ୍ତି । ସଲମାନ ଙ୍କୁ ଅରବାଜ ଆହୁରି ତିନୋଟି ବିକଳ୍ପ ମଧ୍ୟ ଦିଅନ୍ତି । ତିନୋଟି ବିକଳ୍ପ ରେ ନୀତି ଜଣ ଅଭିନେତ୍ରୀ କେଟ୍ରିନା କୈଫ , ସଂଗୀତା ବିଜଲାନୀ ଏବଂ ଅଥିୟା ସେଟ୍ଟୀ ଙ୍କ ନାମ ଥିବ । ଏହି ତିନୋଟି ବିକଳ୍ପ ସହିତ ଅରବାଜ ସଲମାନ ଙ୍କୁ ପଚାରନ୍ତି ଯେ ସେ ଏଥିମଧ୍ୟରୁ କେଉଁ ଅଭିନେତ୍ରୀଙ୍କୁ ଫୋଲ କରୁ ନାହାଁନ୍ତି ।

ସଲମାନ ଖାନ ଏହାର ଉତ୍ତର ରେ ଅନୁମାନ କରି ପ୍ରଥମେ ସଂଗୀତା ବିଜଲାନୀ ଙ୍କ ନାମ ନେଇଛନ୍ତି । କିନ୍ତୁ ସେ ଭୁଲ ପ୍ରମାଣିତ ହୋଇଛନ୍ତି । ଏହାପରେ ଅରବାଜ ଖାନ ସଲମାନ ଖାନ ଙ୍କୁ କହନ୍ତି ଯେ ତିନିଜଣ ଅଭିନେତ୍ରୀ ଙ୍କ ମଧ୍ୟରୁ ଅଥିୟା ସେଟ୍ଟୀ ଙ୍କୁ ଇନଷ୍ଟାଗ୍ରାମ ରେ ଫୋଲ କରୁ ନାହାଁନ୍ତି ।

ଏହା ଶୁଣିବା ପରେ ସଲମାନ ଖାନ ହାତ ଯୋଡ଼ି ପକାଇଛନ୍ତି ଏବଂ ଅଥିୟା ଙ୍କୁ କ୍ଷମା ମାଗି କହନ୍ତି ଯେ ଏବେ ତାଙ୍କୁ ମଧ୍ୟ ସେ ଇନଷ୍ଟାଗ୍ରାମ ରେ ଫୋଲ କରିବେ ।

କହିରଖୁଛୁ ଯେ ଏବେ ପର୍ଯ୍ୟନ୍ତ ଏହି ମାମଲା ରେ ଅଥିୟା ସେଟ୍ଟୀ ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଅସିନାହିଁ । କିନ୍ତୁ ଅଥିୟା ଙ୍କ ପିତା ଏବଂ ବଲିଉଡ ର ଅଭିନେତା ଏବଂ ସଲମାନ ଙ୍କ ସାଙ୍ଗ ସୁନୀଲ ସେଟ୍ଟୀ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ ସେ ଏକ ସମାଚାର ଚ୍ୟାନେଲ ରେ କଥାବାର୍ତ୍ତା ରେ କହିଛନ୍ତି ଯେ ସଲମାନ ଏକ ପରିବାର ଭଳି । ସେ ଯାହାବି କରନ୍ତି , ହୃଦୟରୁ କରନ୍ତି । ଯେତେବେଳେ ସେ ସ୍କ୍ରିନ ରେ ଅଥିୟା ଙ୍କୁ କ୍ଷମା ମାଗିଛନ୍ତି ତାହା ଅତ୍ୟନ୍ତ କ୍ୟୁଟେଷ୍ଟ ସମୟ ଥିଲା । ତାହା ତାଙ୍କର ଖୁବ ସୁନ୍ଦର ସମ୍ପର୍କ ଅଟେ ।

କହିରଖୁଛୁ ଯେ ଏହା ପୂର୍ବରୁ ନିଜ ଶୋ ରେ ଅରବାଜ ଖାନ ସଲମାନ ଖାନ ଙ୍କୁ ଏକ କମେଣ୍ଟ ପଢ଼ି ଶୁଣାଇ ଥିଲେ । ଅରବାଜ ଖାନ ଯେଉଁ କମେଣ୍ଟ ପଢ଼ିଥିଲେ ସେଥିରେ ଲେଖା ଥିଲା ଯେ , ‘ କେଉଁଠି ଲୁଚି ବସିଛୁ । ଭାରତରେ ସମସ୍ତେ ଜାଣିଛନ୍ତି ଯେ ତୁ ଦୁବାଇ ରେ ନିଜ ସ୍ତ୍ରୀ ନୁର ଏବଂ ୧୭ ବର୍ଷୀୟ ଝିଅ ସହିତ ଅଛୁ । ଭାରତର ଲୋକଙ୍କୁ କେବେ ପର୍ଯ୍ୟନ୍ତ ବୋକା ବନାଇବୁ । ‘ ଉତ୍ତରରେ ସଲମାନ କହିଥିଲେ ଯେ , ‘ ଏହି ଲୋକ ମାନଙ୍କୁ ସବୁକିଛି ଜଣା ଅଛି , ଏସବୁ ବେକାର କଥା ।

ମୋତେ ଜଣା ନାହିଁ ଯେ କାହା ବିଷୟରେ କହୁଛନ୍ତି ଏବଂ କେଉଁଠି ପୋଷ୍ଟ କରିଛନ୍ତି । ଏହା ଯେକେହି ଭାବୁଛନ୍ତି ତାଙ୍କୁ ଉତ୍ତର ଦେବାକୁ ଚାହୁଁଛି । ଭାଇ ମୋର କେହି ସ୍ତ୍ରୀ ନାହାଁନ୍ତି । ମୁଁ ଭାରତରେ ରହେ , ଗେଲେକ୍ସି ଅପାର୍ଟମେଣ୍ଟ ରେ ୯ ବର୍ଷ ବୟସରୁ ରହି ଆସୁଛି । ମୁଁ ଏହି ବ୍ୟକ୍ତିକୁ ଉତ୍ତର ଦେବାକୁ ଚାହୁଁ ନାହିଁ । ସମଗ୍ର ଦୁନିଆ ଜାଣିଛି ଯେ ମୁଁ କେଉଁଠି ରହୁଛି । ‘

Leave a Reply

Your email address will not be published. Required fields are marked *