ସଲମାନ ଖାନ ପତ୍ନୀ ନୁର ଏବଂ ୧୭ ବର୍ଷର ଝିଅ ସହିତ ଦୁବାଇରେ ରୁହନ୍ତି! ଜାଣନ୍ତୁ ଏହି ରିପୋର୍ଟ।

ସଲମାନ ଖାନ ତାଙ୍କ ଭାଇ ଅରବାଜ ଖାନଙ୍କ ସୋ ‘ପିଞ୍ଚ ୨’ରେ ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନୂଆଦିଲ୍ଲୀ: ଟ୍ରୋଲ କରୁଥିବା ବ୍ୟକ୍ତି ଘଟଣାର ସତ୍ୟତା ନ ଜାଣି ଏତେ ତଳ ସ୍ତରକୁ ଖସିଯିବେ ତାହା କେହି ସ୍ଵପ୍ନରେ ମଧ୍ୟ ଭାବିପାରିବ ନାହିଁ। ସାଧାରଣତଃ ଟ୍ରୋଲରମାନଙ୍କ ଏହି ଗୁଜବ ତଥ୍ୟ ର ଶିକାର ହୋଇଥାନ୍ତି ସେଲିବ୍ରିଟି। ସୁପରଷ୍ଟାର ସଲମାନ ଖାନ ନିକଟରେ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ୍ ସୋ – ‘ପିଞ୍ଚ ୨’ ତାଙ୍କ ବିଷୟରେ ବ୍ୟାପୁଥିବା ଗୁଜବ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ।

ପତ୍ନୀ ଏବଂ ୧୭ ବର୍ଷର ଝିଅ ସହିତ ଦୁବାଇରେ ରୁହନ୍ତି ସଲମାନ!

 

View this post on Instagram

 

A post shared by Arbaaz Khan (@arbaazkhanofficial)

ଏହି ଶୋ’ର କଂସେପ୍ଟ ଏପରି ଯେ ସୋ କୁ ଆସୁଥିବା ଅତିଥିମାନେ ଟ୍ରୋଲର୍ସ ଏବଂ ସେମାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଥାନ୍ତି। ସଲମାନ ଖାନଙ୍କ ପାଇଁ ଅଧିକାଂଶ ମନ୍ତବ୍ୟ ସକରାତ୍ମକ ହୋଇଥାଏ, ତେବେ କିଛି ଟ୍ରୋଲର୍ସ ତାଙ୍କୁ ଅନଲାଇନ୍ ବିବାଦ ଭିତରକୁ ଟାଣିବାକୁ ଚେଷ୍ଟା କରିଥାନ୍ତି। ଅରବାଜ ଏପରି ଏକ ଟ୍ରୋଲ ମନ୍ତବ୍ୟ ସେୟାର କରିଛନ୍ତି ଯେଉଁଥିରେ ଲେଖାଥିଲା, ‘ଭୟଭୀତ ହୋଇ କେଉଁଠାରେ ଲୁଚି ରହିଛୁ। ଭାରତର ସମସ୍ତେ ଜାଣନ୍ତି ଯେ ତୁମେ ତୁମର ପତ୍ନୀ ନୁର ଏବଂ ୧୭ ବର୍ଷର ଝିଅ ସହିତ ଦୁବାଇରେ ରହୁଛ। କେତେଦିନ ପର୍ଯ୍ୟନ୍ତ ଭାରତର ଲୋକମାନଙ୍କୁ ମୂର୍ଖ ବନଉ ଥିବ।’

କ’ଣ କହିଥିଲେ ସଲମାନ?

ସଲମାନ ଖାନ ଏହି ଗୁଜବକୁ ଖଣ୍ଡନ କରି କହିଛନ୍ତି, ‘ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ଏହା ଭିତ୍ତିହୀନ କଥା। ମୁଁ ଜାଣେ ନାହିଁ ସେ କାହା ବିଷୟରେ କହୁଛନ୍ତି ଏବଂ କେଉଁଠାରେ ସେ ଏହାକୁ ପୋଷ୍ଟ କରିଛନ୍ତି। ମୁଁ ନିଜର ମନ୍ତବ୍ୟ ଦେଇ ତାଙ୍କୁ ସମ୍ମାନିତ କରିବାକୁ ଯାଉଛି। ଭାଇ, ମୋର ସ୍ତ୍ରୀ ନାହିଁ। ମୁଁ ନଅ ବର୍ଷ ବୟସରୁ ଭାରତର ଗାଲାକ୍ସି ଆପାର୍ଟମେଣ୍ଟରେ ରହୁଛି। ସମଗ୍ର ଭାରତବାସୀ ଜାଣନ୍ତି ମୁଁ କେଉଁଠି ରୁହେ।’

କ୍ୟାଟ୍ରିନା ହେବେ ସଲମାନଙ୍କ ପରାମର୍ଶଦାତା

ଶୋ’ରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ସୋସିଆଲ ମିଡିଆ ପରାମର୍ଶଦାତା ଭାବରେ କ୍ୟାଟ୍ରିନା କୈଫ କିମ୍ବା ଦିଶା ପାଟାନୀଙ୍କ ମଧ୍ୟରୁ କାହାକୁ ବାଛିବେ? ତେବେ ସେ ବିନା ଦ୍ବିଧାରେ କ୍ୟାଟ୍ରିନା କୈଫଙ୍କ ନାମ ନେଇ କହିଥିଲେ ଯେ ସେ ସୋସିଆଲ ମିଡିଆରେ ସବୁଠାରୁ ଚତୁର ବ୍ୟକ୍ତି ଅଟନ୍ତି।

ଏହି ସେଲିବ୍ରେତିମାନେ ମଧ୍ୟ ‘ପିଞ୍ଚ ୨’ ରେ ନଜର ଆସିବେ

ସଲମାନଙ୍କ ବ୍ୟତୀତ ‘ପିଞ୍ଚ ସିଜନ୍ ୨’ର ଅନ୍ୟ ସେଲିବ୍ରେଟ୍ ଅତିଥିମାନେ ହେଉଛନ୍ତି ଅନନ୍ୟା ପାଣ୍ଡେ, ଟାଇଗର ଶ୍ରଫ୍, ଫରହାନ୍ ଅଖତର, କିଆରା ଆଡଭାନୀ, ରାଜକୁମାର ରାଓ ଏବଂ ଫରାହ ଖାନ୍।

Leave a Reply

Your email address will not be published. Required fields are marked *