ସତପୁଡା ଜଙ୍ଗଲରେ ରହିଛି ରହସ୍ୟମୟ ଗୁମ୍ଫା, ଏଠାରେ ରହିଛି ନାଗଲୋକକୁ ଯିବା ପାଇଁ ଦ୍ୱାର।

ଅନେକ ଗ୍ରନ୍ଥରେ ପାତାଳ ଲୋକର ଉଲ୍ଲେଖ ରହିଛି। ରାମାୟଣରେ ମଧ୍ୟ ପାତାଳ ଲୋକକୁ ନେଇ ଅନେକ କାହାଣୀ ରହିଛି। ଏହି କାହାଣୀ ମୁତାବକ ଅହିରାବଣ, ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କୁ ଅପହରଣ କରି ପାତାଳ ଲୋକକୁ ନେଇଯାଇଥିଲେ। ଯାହାପରେ ପ୍ରଭୁ ରାମ ଏବଂ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ପବନ ପୁତ୍ର ହନୁମାନ ତାଙ୍କୁ ଖୋଜି ଖୋଜି ପାତାଳ ଲୋକରେ ଯାଇ ପହଞ୍ଚିଥିଲେ।

କୁହାଯାଏ ଯେ ଏହି ପୃଥିବୀ ପୃଷ୍ଠରେ ପାତାଳ ଲୋକକୁ ଯିବା ପାଇଁ ରାସ୍ତା ରହିଛି ଏହି ଦ୍ୱାର ଦେଇ ଗଲେ ପାତାଳ ଲୋକରେ ପହଞ୍ଚି ହେବ। ଏହି ମାର୍ଗ ଦେଇ ପ୍ରଭୁ ହନୁମାନ ପାତାଳ ଲୋକରେ ପହଞ୍ଚି ଥିଲେ। ପାତାଳ ଲୋକ ପରି ଅନେକ ଗ୍ରନ୍ଥରେ ନାଗଲୋକର ମଧ୍ୟ ଉଲ୍ଲେଖ ରହିଛି। କୁହାଯାଏ ଯେ ନାଗଲୋକରେ ଅନେକ ନାଗ ରୁହନ୍ତି ଏବଂ ଏମାନଙ୍କର ଜଣେ ରାଜା ରହିଥାନ୍ତି। ଯାହାଙ୍କୁ ନଗରାଜ କୁହାଯାଏ।

ମଧ୍ୟପ୍ରଦେଶ ଜଙ୍ଗଲରେ ରହିଛି ନାଗଲୋକ:

ମଧ୍ୟପ୍ରଦେଶ ସ୍ଥିତ ସତପୁଡାର ଘନ ଜଙ୍ଗଲରେ ନାଗଲୋକ ରହିଛି। ବାସ୍ତବରେ ଏହି ଜଙ୍ଗଲରେ ଏପରି ଏକ ରହସ୍ୟମୟ ରାସ୍ତା ରହିଛି ଯାହା ସିଧା ନାଗଲୋକକୁ ଯାଉଛି। କଥିତ ଅଛି ଯେ ଏହି ରାସ୍ତା ଦେଇ ଗଲେ ନାଗ ଦ୍ୱାର ପାଖରେ ପହଞ୍ଚି ପାରିବେ। ବର୍ଷର ଏପରି ମାତ୍ର ଅଳ୍ପ କିଛି ଦିନ ରହିଥାଏ ଯେତେବେଳେ ମଣିଷ ଏଠାକୁ ଯିବାର ଅନୁମତି ରହିଥାଏ। ବହୁ ଦୂରରୁ ଲୋକମାନେ ଏହି ନାଗଦ୍ୱାର ପର୍ଯ୍ୟନ୍ତ ଯାତ୍ରା କରିବା ଆସିଥାନ୍ତି ଏଥିସହିତ ନାଗ ଦେବତାଙ୍କ ଦର୍ଶନ ମଧ୍ୟ କରିଥାନ୍ତି। ଏହି ଯାତ୍ରା ବର୍ଷା ସମୟରେ ହୋଇଥାଏ ଏବଂ ବର୍ଷା ସମୟରେ ଏହି ରାସ୍ତା ଅଧିକ ସଙ୍କଟପୂର୍ଣ୍ଣ ହୋଇଯାଇଥାଏ।

ନାଗ ପାଞ୍ଚମୀରେ ଏଠାରେ ଲାଗିଥାଏ ମେଳା:

ପ୍ରତ୍ୟେକ ବର୍ଷ ନାଗପଞ୍ଚମୀ ସମୟରେ ଏଠାରେ ମେଳା ଲାଗିଥାଏ। ଏହି ମେଳାରେ ଅନେକ ଲୋକ ଏଠାକୁ ଆସି ନାଗଦ୍ୱାରର ଦର୍ଶନ ମଧ୍ୟ କରିଥାନ୍ତି। ଏହି ସ୍ଥାନରେ ନାଗଦ୍ଵାରି ସ୍ଥିତ ଏକ ଗୁମ୍ଫା ମଧ୍ୟ ରହିଛି। ଯାହାର ନାମ ଚିନ୍ତାମଣି ଗୁମ୍ଫା ଅଟେ। ଏହି ଗୁମ୍ଫାଟି ୧୦୦ ଫୁଟ ବିଶିଷ୍ଟ ଲମ୍ବା ଏଥିସହିତ ଏଠାରେ ନାଗଦେବତାଙ୍କର ଅନେକ ମୂର୍ତ୍ତି ରହିଛି। ଲୋକ ଏଠାକୁ ଆସି ଏହି ମୂର୍ତ୍ତି ଗୁଡିକର ପୂଜାର୍ଚ୍ଚନା କରିଥାନ୍ତି। ଏହି ମୂର୍ତ୍ତି ଗୁଡିକ ପାଖରେ ବହୁତ ସାପ ରହିଥାନ୍ତି।

ନାଗପଞ୍ଚମୀର ୧୦ ଦିନ ପୂର୍ବରୁ ଏହି ମେଳା ଆରମ୍ଭ ହୋଇଯାଇଥାଏ। ଶ୍ରାବଣ ମାସରେ ହେଉଥିବା ଏହି ମେଳାରେ ଅନେକ ରାଜ୍ୟର ଶ୍ରଦ୍ଧାଳୁ ଆସିଥାନ୍ତି। ବିଶେଷ କରି ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରୁ ଲୋକ ଆସିଥାନ୍ତି। ଅନେକ କିଲୋମିଟର ବାଟ ପାଦରେ ଚାଲି ଏଠାରେ ପହଞ୍ଚିଥାନ୍ତି ଏବଂ ନାଗଦେବତାଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଏହାଛଡା ତାଙ୍କ ଉପରେ କ୍ଷୀର ମଧ୍ୟ ଚଢାଇ ଥାନ୍ତି।

କାଳ ସର୍ପ ଦୋଷ ଦୂର ହୋଇଯାଏ:

ଏଠାରେ ମାନ୍ୟତା ରହିଛି ଯେ, ଯେଉଁ ବ୍ୟକ୍ତିଙ୍କ ଜାତକରେ କାଳ ସର୍ପ ଦୋଷ ରହିଥାଏ ସେ ଏହି ସ୍ଥାନକୁ ଆସି ନାଗଦେବତାଙ୍କ ପୂଜା କଲେ ଏହି ଦୋଷ ଦୂର ହୋଇଯାଇଥାଏ। କାଳ ସର୍ପ ଦୋଷ ଦୂର କରବା ପାଇଁ ଲୋକମାନେ ଏଠାକୁ ଆସି ନାଗଦେବତାଙ୍କ ପୂଜା କରବା ସହିତ ତାଙ୍କୁ ଦୁଧ ଚଢାଇଥାନ୍ତି। ନାଗଦ୍ୱାର ଯାତ୍ରା ଶ୍ରାବଣ ମାସରେ ହଇଥାଏ ଏହି ସମୟରେ ପ୍ରବଳ ବର୍ଷା ମଧ୍ୟ ହୋଇଥାଏ। ଅତ୍ୟଧିକ ବର୍ଷା ଯୋଗୁଁ ଜଙ୍ଗଲ ଅଧିକ ସଙ୍କଟପୂର୍ଣ୍ଣ ହୋଇଯାଇଥାଏ। ଏହି ଯାତ୍ରା ସମୟରେ ଲୋକଙ୍କୁ ଅନେକ ସାପ ମଧ୍ୟ ଦେଖା ଦେଇଥାନ୍ତି। କିନ୍ତୁ ସାପ ଗୁଡିକ ଲୋକଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥାନ୍ତି।

ଏହି ଜଙ୍ଗଲରେ ବାଘ ସଂରକ୍ଷଣ ମଧ୍ୟ ରହିଛି। ଯେଉଁଥିପାଇଁ ଏହାକୁ ବର୍ଷର ଗୋଟିଏ ରୁ ଦୁଇ ଦିନ ଖୋଲିବାର ଅନୁମତି ଥାଏ। ଯଦି ଆପଣ ନାଗଲୋକ ଦେଖିବାକୁ ଚାହୁଁଛନ୍ତି ତେବେ ନିହାତି ଏହି ସ୍ଥାନକୁ ଥରେ ଯାଆନ୍ତୁ। କୁହାଯାଏ ଯେ, ନାଗଲୋକ ଦ୍ୱାର ପାଖରେ ସ୍ୱର୍ଗ ଲୋକ ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *