ମନୁଷ୍ୟଙ୍କ ସ୍ପ-ର୍ମ ସହିତ ପ୍ରାୟ ୬୭ ଲକ୍ଷ ପ୍ରଜାତିଙ୍କ DNAକୁ ଚନ୍ଦ୍ରରେ ଷ୍ଟୋର କରିବାକୁ ଚାହୁଁଛନ୍ତି ବୈଜ୍ଞାନିକ । ଏହା ହେଉଛି କାରଣ

ଆମେରିକୀୟର ବୈଜ୍ଞାନିକ ଚାହୁଁଛନ୍ତି ଯେ ସେ ଚନ୍ଦ୍ରରେ ସାରା ବିଶ୍ୱର 6.7 ନିୟୁତ ପ୍ରଜାତିର DNA ସଂରକ୍ଷଣ କରାଯାଉ।ଏଥିରେ ମଣିଷର ଶୁ-କ୍ରା-ଣୁ, ମହିଳାମାନଙ୍କର ଡି-ମ୍ବା-ଣୁ, ଉଦ୍ଭିଦର ମଞ୍ଜି, ଫଙ୍ଗସ୍ ଇତ୍ୟାଦି ଅନ୍ତର୍ଭୂକ୍ତ କରାଯାଉ।ଏହି ଗୁଡିକୁ କ୍ରାୟଜେନିକ୍ ଫ୍ରଓଜେନ କରି ଚନ୍ଦ୍ରରେ ରଖାଯାଇ ପାରିବ।ଏହିଗୁଡିକୁ ରଖିବା ପାଇଁ ବୈଜ୍ଞାନିକ ମାନେ ସେମାନଙ୍କୁ ନେହାଙ୍କ ଆର୍କ ପରି ଚନ୍ଦ୍ର ଆର୍କରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି ।ଏହି ପ୍ରସ୍ତାବଟି IEEE ଏରୋସ୍ପେସ୍ ସମ୍ମିଳନୀରେ ଦିଆହୋଉଛି।

ଏରିଜୋନା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଜେକନ ଥାଙ୍ଗା କହିଛନ୍ତି ଯେ ଯଦି ପୃଥିବୀର ସମସ୍ତ ପ୍ରଜାତିର DNA ଚନ୍ଦ୍ରରେ କୋୖଣସି ରୂପରେ ଗଚ୍ଛିତ ହୁଏ, ତେବେ ସମଗ୍ର ବିଶ୍ୱ ଏକ ଆଧୁନିକ ବିଶ୍ୱ ବୀମାପରି ପଲିସି (Modern Global Insurance Policy) ହୋଇପାରିବ । ଜେକନ ନେ କହିଛନ୍ତି ଯେ ଏଥିପାଇଁ ଆମକୁ ଏକ ଲୁନାର ଆର୍କ ତିଆରି କରିବାକୁ ପଡିବ।

ଯେକାନଙ୍କ ଅନୁଯାୟୀ, ଲୁନାର ଆର୍କ ଏକ ପ୍ରକାର ଜିନ୍ ବ୍ୟାଙ୍କ ହେବ।ଯାହା ଏକ ଟ୍ୟୁବ୍ ପରି ହେବ ।ଏହାକୁ ଚନ୍ଦ୍ରର ଏପରି ଜାଗାରେ ରଖାଯିବ ଯାହା ଶୀତଳ ଲାଭାରେ ତିଆରି ହୋଇଥିବ।ଏହି ଗାତଗୁଡ଼ିକ 300 ନିୟୁତ ବର୍ଷ ପୁରୁଣା । ସୋଲାର ପ୍ୟାନେଲ ମାଧ୍ୟମରେ ଲୁନାର ଆର୍କକୁ ଶକ୍ତି ଦିଆଯିବ ।

ଜେକନ ଥାଙ୍ଗା କହିଛନ୍ତି ଯେ ଏହି କାର୍ଯ୍ୟରେ ପୃଥିବୀରୁ ଚନ୍ଦ୍ରକୁ ପ୍ରାୟ 250ଟି ରକେଟ୍ ବ୍ୟବହାର କରିବାକୁ ପଡିବ।ଏହି ପ୍ରସଙ୍ଗରେ ସମ୍ମିଳନୀକୁ ଆସିଥିବା ବିଶ୍ବ ର ପ୍ରାୟ ବୈଜ୍ଞାନିକ ମାନେ ମଧ୍ୟ ଏଥିରେ ସହମତ ହୋଇଛନ୍ତି।ବୈଜ୍ଞାନିକମାନେ ବିଶ୍ଵାସ କରିଛନ୍ତି ଯେ ଏହି ଯୋଜନା ଦ୍ବାରା ପୃଥିବୀର ଜୀବ, ଉଦ୍ଭିଦ, ମଣିଷ ଇତ୍ୟାଦିର ପ୍ରାକୃତିକ ଏବଂ ଆନ୍ଥ୍ରୋପୋଜେନିକ୍ ବିପର୍ଯ୍ୟୟରୁ ରକ୍ଷା ପାଇ ପାରିବେ।ଓ ଏହା ଦ୍ବାରା ଜିନ୍ସଗୁଡିକ ସୁରକ୍ଷିତରେ ରହି ପାରିବ ।

ଜେକନ କହିଛନ୍ତି ଯେ ଆମର ଓ ପ୍ରକୃତି ମଧ୍ୟରେ ଏକ ଗଭୀର ସଂଯୋଗ ରହିଛି। ଜେକନ ଏରିଜୋନା ଉନିଭେର୍ସିଟି ସ୍ପେସ୍ ଓ ଟେରେଷ୍ଟ୍ରିଆଲ୍ ରୋବୋଟିକ୍ ଏକ୍ସପ୍ଲୋରେଶନ୍ ଲାବୋରେଟୋରୀର ପ୍ରମୁଖ ଅଟନ୍ତି।ଜେକନ କହିଛନ୍ତି ଯେ ଆମର ଜୈବ ବିବିଧତାକୁ ବଞ୍ଚାଇବା ପାଇଁ ଆମେ ଏଭଳି ଉଦ୍ୟମ କରିପାରିବା ।ଯଦି ଏହା କରା ନ ଯାଏ, ତାହାଲେ ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ହେତୁ ଅନେକ ପ୍ରଜାତି ନଷ୍ଟ ହୋଇଯିବେ ।

ଯଦି ଚନ୍ଦ୍ରରେ ଏପରି ଲୁନାର ଅର୍କ ନିର୍ମିତ ହେବ, ତେବେ ପୃଥିବୀର ଜୈବ ବିବିଧତାକୁ ବଞ୍ଚି ରହିପାରିବେ।ଜେକନ କହିଛନ୍ତି ଯେ ଏହା ଠିକ୍ ସେହିପରି ଯେପରି ତୁମେ ତୁମର କମ୍ପ୍ୟୁଟରର ତଥ୍ୟକୁ ଏକ ହାର୍ଡ ଡ୍ରାଇଭରେ ଗଚ୍ଛିତ କରିକି ରଖ, ଯାହାଫଳରେ ଏକ ବ୍ୟାକଅପ୍ ହୋଇପାରିବ ।ଏଥିରେ କାହାର କିଛି ଅସୁବିଧା ହେବ ନାହିଁ।

ଜେକନ କହିଛନ୍ତି ଯେ ଯଦି କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ପୃଥିବୀକୁ ନଷ୍ଟ କରିଦିଏ, ତେବେ ଚନ୍ଦ୍ରରେ ଆମର ଜୈବ ବିବିଧତାର ବଞ୍ଚି ରହିପାରିବେ।ଯଦି ତା’ପରେ ପୃଥିବୀରେ ଆଗ୍ନେୟଗିରି ଫଟେ, ଭୂକମ୍ପ, ସୁନାମି, ଜଳବାୟୁ ପରିବର୍ତ୍ତନ କିମ୍ବା ମରୁଡ଼ି ହୁଏ । ଚନ୍ଦ୍ର ଆର୍ଚରେ ରଖାଯାଇଥିବା ଜିନ୍ ସାହାଯ୍ୟରେ ଆମେ ପୁରୁଣା ଜୀବମାନଙ୍କୁ ପୁନର୍ଜନ୍ମ କରିପାରିବା ।

ଜେକନ କହିଛନ୍ତି ଯେ ଏହା ନରୱେର ଆର୍କଟିକ୍ ସର୍କଲରେ ଥିବା ସଲବାର୍ଡ ଗ୍ଲୋବାଲ୍ ସିଡ୍ ଭାଲ୍ଟ ସହିତ ସମାନ ।ଏଥିରେ ଅନେକ ପ୍ରଜାତିର ମଞ୍ଜି ଓ ଜେନେଟିକ୍ ପଦାର୍ଥ ରଖାଯାଇଛି ।କିନ୍ତୁ ଏହା ଉଲ୍ଟ ୱେଷ୍ଟରେଇଡ଼ ,ପରମାଣୁ ଆକ୍ରମଣକୁ ସହ୍ୟ କରିପାରିବ ନାହିଁ ।ସମୁଦ୍ରର ପାଣି ବଢିଲେମଧ୍ୟ ଏହା ନଷ୍ଟ ହୋଇଯିବ । ତେଣୁ ଚନ୍ଦ୍ରରେ ଲୁନାର ଆର୍କ ରେ ରଖିବା ନିରାପଦ ଅଟେ ।

ଲୁନାର ଅର୍କ ଚନ୍ଦ୍ର ପୃଷ୍ଠରେ ତିଆରି ହେବ ।ଏହାକୁ ସୋଲାର ପ୍ୟାନେଲ, ସାହାଯ୍ୟ ରେ ଶକ୍ତି ଦିଆଯିବ।ଚନ୍ଦ୍ରରେ କୋୖଣସି ସମୁଦ୍ର କିମ୍ବା ଆଗ୍ନେୟଗିରି ନାହିଁ, ତେଣୁ ପୃଥିବୀ ପରି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଏହା ପ୍ରଭାବିତ ହେବ ନାହିଁ ।ବଡ଼ ବଡ଼ ଗ୍ରହ ମଧ୍ୟ ଚନ୍ଦ୍ର ଉପରେ ପଡନ୍ତି ନାହିଁ। କିନ୍ତୁ ଛୋଟ ଛୋଟ ଉଲ୍କାକ ପିଣ୍ଡ ପଡେଏହା ଯୋଗୁଁ ଏହା କୌଣସି କ୍ଷତି ହେବ ନାହିଁ।

ଲୁନାର ଆର୍କ ତିଆରି କରିବା ପାଇଁ ଜକେନ୍ ନେ ଲାଭା ଟ୍ୟୁବ୍ ବିଷୟରେ ଉଲ୍ଲେଖ କରିଛନ୍ତି ।ଏହି ଟ୍ୟୁବ୍ ଗୁଡିକ ହେଉଛି 300 ନିୟୁତ ବର୍ଷ ପୂର୍ବର ଚନ୍ଦ୍ର ପୃଷ୍ଠରେ ନିର୍ମିତ ଆଗ୍ନେୟଗିରି ଗୁମ୍ଫା, ଯାହା ବର୍ତ୍ତମାନ ଶାନ୍ତ ଓ ଶୀତଳ ହୋଇଯାଇଛି।ବର୍ତ୍ତମାନ ଏଠାରେ ଖାଲି ସ୍ଥାନ ଅଛି ।ଏହି ଖାଲି ସ୍ଥାନଗୁଡିକ ଏହିପରି ବ୍ୟବହାର କରାଯାଇପାରିବ ।

Leave a Reply

Your email address will not be published. Required fields are marked *