ସକାଳୁ ଉଠିଲା ମାତ୍ରେ କେଉଁ ସବୁ ଜିନିଷକୁ ଦେଖିବା ବା ଶୁଣିବା ଦ୍ବାରା ଆପଣଙ୍କର ସମ୍ପୂର୍ଣ ଦିନଟି ମଙ୍ଗଳମୟ ଏବଂ ଶୁଭମୟ ହୋଇଥାଏ। ତାହା ଜାଣନ୍ତୁ

ଯଦି ଆପଣ ସକାଳୁ ଉଠିବା ମାତ୍ରେ କୌଣସି ସାକାରାତ୍ମକ ଜିନିଷର ସ୍ୱର ଶୁଣନ୍ତି ବା ଦେଖନ୍ତି ତେବେ ଆପଣଙ୍କର ସମ୍ପୂର୍ଣ ଦିନଟି ଶୁଭମୟ ହୋଇଥାଏ। ତେବେ ବନ୍ଧୁଗଣ ସେହି ସାକାରାତ୍ମକ ଜିନିଷ ଗୁଡ଼ିକ ହେଉଛି ସକାଳୁ ଉଠୁ ଉଠୁ ଯଦି ଆପଣ ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ଆଦିର ସ୍ୱର ଶୁଣିବାକୁ ମିଳିଥାଏ ତେବେ ତାହେଲେ ଆପଣଙ୍କର ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ।

ଯଦି ଆଖି ଖୋଲୁ ଖୋଲୁ ସର୍ବ ପ୍ରଥମେ ଦହି କିମ୍ବା କ୍ଷୀର ଭର୍ତି ପାତ୍ରରେ ନଜର ପଡେ ତାହେଲେ ମଧ୍ୟ ଶୁଭ ହୋଇଥାଏ। ଆଉ ଯଦି ସେହିଦିନ କିଛି ମଙ୍ଗଳମୟ କାର୍ଯ୍ୟ କରିବାକୁ ଚାହୁଁଥାନ୍ତି କିମ୍ବା ଶୁଭ କାର୍ଯ୍ୟରେ ବାହାରିବାକୁ ଚାହୁଁଥାନ୍ତି ତେବେ ସେହି କାର୍ଯ୍ୟଟି ମଧ୍ୟ ଶୁଭ ଫଳ ଆଣି ଦେଇଥାଏ। ତେବେ ବନ୍ଧୁଗଣ ଏହିପରି ଆହୁରି ଅନେକ କଥା ରହିଛି ଯାହାକି ଆପଣଙ୍କୁ ଶୁଭ ସଂକେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସକାଳୁ ଉଠିବା ମାତ୍ରେ କେଉଁ ସବୁ ଜିନିଷକୁ ଦେଖିବା ବା ତାର ସ୍ୱର ଶୁଣିବା ଦ୍ବାରା ଆପଣଙ୍କର ଦିନଟି ମଙ୍ଗଳମୟ ଏବଂ ଶୁଭ ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଭିକାରି:

ଯଦି ସକାଳେ କୌଣସି ଭିକାରି ଭିକ୍ଷା ମାଗିବାକୁ ଆସେ ତେବେ ବୁଝି ଯାଆନ୍ତୁ କି ଆପଣ ଉଦ୍ଧାର ଦେଇଥିବା ଧନ ଖୁବ ଶୀଘ୍ର ଫେରିପାଇବେ। ତେଣୁ ଭିକାରିକୁ ଦେଖି କେବେବି ଅସ୍ତ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା ଡରି ଯାଆନ୍ତୁ ନାହିଁ ବା ରାଗି ଯାଆନ୍ତୁ ନାହିଁ। ଏହା ଆପଣଙ୍କୁ ଶୁଭ ଫଳ ଦେଇଥାଏ। ଏବଂ ଆପଣଙ୍କର ଦିନଟିକୁ ମଙ୍ଗଳମୟ କରିଥାଏ। ତେଣୁ ଆପଣ ସକାଳୁ ଉଠି ଭିକାରିକୁ ପାଇଲେ ଆପଣ ଖୁସି ହୋଇଯାନ୍ତୁ ଯେ ଆପଣଙ୍କର ଧାର ଦେଇ ଥିବା ଟଙ୍କା ବା ଉଦ୍ଧାର ଦେଇଥିବା ଜିନିଷ ଆପଣଙ୍କୁ ଖୁବ ଶୀଘ୍ର ମିକିବାକୁ ଯାଉଛି।

ଗାଈ:

ଯଦି ଘରୁ କୌଣସି କାର୍ଯ୍ୟରେ ଆପଣ ବାହାରକୁ ଯିବାବେଳେ ଆପଣଙ୍କର ସାମ୍ନାରେ ସୁହାଗିନିନାରୀ କିମ୍ବା ଗାଈ ଆସିଯାନ୍ତି ତେବେ କାର୍ଯ୍ୟରେ ସମ୍ପୂର୍ଣ ସଫଳତା ମିଳିଥାଏ।

ଗୁଡ଼:

ଆପଣଙ୍କର ସାମ୍ନାରେ ଯଦି କୌଣସି ବ୍ୟକ୍ତି ଗୁଡ଼ ନେଇ ଯାଉଥିବାର ଦେଖିବେ ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କର କାର୍ଯ୍ୟଟି ବା ଆପଣଙ୍କର ଦିନଟି ବହୁତ ଅଧିକ ଲାଭଦାୟକ ହେବ। ଯାହାକି ଆପଣଙ୍କୁ ଅନେକ ସଫଳତାର ରାସ୍ତା ଦେଖାଇବ। ଏବଂ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବା ସହିତ ଶୁଭ ଫଳ ଆଣି ଦେଇଥାଏ।

କ୍ଷୀର କିମ୍ବା ପାଣି ଭର୍ତି ପାତ୍ର:

ରାସ୍ତାରେ ଯିବା ସମୟରେ ଯଦି କୌଣସି ସ୍ତ୍ରୀ ବା ପୁରୁଷଙ୍କୁ କ୍ଷୀର କିମ୍ବା ପାଣି ଭର୍ତି ପାତ୍ର ନେଇ ଯାଉଥିବାର ଦେଖିବେ ତେବେ ବହୁତ ଶୁଭ ସଂକେତ ଦେଇଥାଏ।

ହସୁ ଥିବା ବାଳକ:

ଯଦି ରାସ୍ତାରେ ହସୁ ଥିବା ବାଳକ କିମ୍ବା ଫୁଲ ଫଳ ଦେଖୁଥିବା ନଜର ଆସେ ତ ଆପଣଙ୍କୁ ନିସନ୍ଦେହ ଲାଭ ମିଳିବ। ଆପଣ ବୁଝି ଯାଆନ୍ତୁ ଯେ ଆପଣଙ୍କର ସମ୍ପୂର୍ଣ ଦିନଟି ଶୁଭ ଏବଂ ମଙ୍ଗଳମୟ ହେବ। ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ତେବେ ବନ୍ଧୁଗଣ ଏହି ୫ ଟି ଜିନିଷକୁ ଯଦି ଆପଣ ଦେଖନ୍ତି କିମ୍ବା ଶୁଣି ପାରନ୍ତି ତେବେ ଆପଣଙ୍କର ସମ୍ପୂର୍ଣ ଦିନଟି ଶୁଭ ଏବଂ ମଙ୍ଗଳମୟ ହେବ ବୋଲି ଆଶା କରାଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *