ଶାହାରୁଖ ଙ୍କୁ ନିଜର ଜ୍ବାଇଁ ବନେଇବା ପାଇଁ ରାଜି ନଥିଲେ ଗୌରୀ ଙ୍କର ପରିବାର,ତା ପରେ କିଙ୍ଗ ଖାନ ଶୁଶୁର ଘର ଲୋକଙ୍କୁ ଏମିତି କରିଲେ ରାଜି

ବଲିଉଡ ର କିଙ୍ଗ ଖାନ ଶାହାରୁଖ ଖାନ ଙ୍କୁ ଏବେ ୫୪ ବର୍ଷ ରେ ହୋଇ ଗଲେଣି। ୨ ନଭେମ୍ବର ୧୯୬୫ ରେ ଦିଲ୍ଲୀ ରେ ଜନ୍ମି ଥିବା ଶାହାରୁଖ ୨୮ ବର୍ଷ ପୂର୍ବେ ଫିଲ୍ମ ଦିଓ୍ବାନା ରୁ କାରିଅର ଆରମ୍ଭ କରିଥିଲେ। ଶାହାରୁଖ ତାଙ୍କ ଫିଲ୍ମ ରେ ବହୁତ ରୋମାଂଟିକ୍ସ ରୋଲ କରିଥାନ୍ତି। ସେଥିପାଇଁ ତାଙ୍କୁ ବେସି ଲୋକ ଜାଣନ୍ତି। ଆଖିରେ ଦେଖି ଡାଇଲଗ କହିବା ହେଉ ଅବା ତାଙ୍କର ସିଗନେଚର ଷ୍ଟେପ ହେଉ । ସାଧାରଣ ଝିଅଙ୍କ ଠାରୁ ଆରମ୍ଭ କରି ଆକଟ୍ରେସ ପର୍ଯ୍ୟନ୍ତ ସବୁ ତାଙ୍କର ବିଶ୍ବସ୍ତ ଅଟନ୍ତି। ଶାହାରୁଖ ଖାନ ତାଙ୍କ ଲାଇଫ ପାର୍ଟନର ମାନେ ଗୌରୀ ଖାନ ଙ୍କୁ ବିବାହ କରିବା ପାଇଁ ବହୁତ ପାମ୍ପଡ ବେଲି ବାକୁ ପଡିଥିଲା। ବସ୍ତବରେ ଶାହାରୁଖ ଖାନ ମୁସଲିମ ହୋଇଥିବା କାରଣ ରୁ ଗୌରୀଙ୍କର ଘର ଲୋକ ଏହି ବିବାହ କୁ ପ୍ରଥମେ ମନା କରି ଦେଇଥିଲେ। କିନ୍ତୁ ତା ପରେ ତାଙ୍କ ପ୍ରେମ ଆଗରେ ଶେଷକୁ ଘର ଲୋକଙ୍କୁ ନଇଁ ବାକୁ ପଡିଥିଲା ଏବଂ ଦୁଇ ଜଣଙ୍କର ବିବାହ ହୋଇଥିଲା।

୧୯୮୪ ର କଥା ଯେତେବେଳେ ଦିଲ୍ଲୀ ର ପଞ୍ଚଶିଳ କ୍ଲବରେ ଚାଲୁଥିବା ଏକ ପାର୍ଟି ରେ ୧୯ ବର୍ଷ ବୟସର ଶାହାରୁଖଙ୍କ ନଜର ୧୪ ବର୍ଷ ବୟସର ଗୌରୀଙ୍କ ଉପରେ ପଡିଲା ଶାହାରୁଖ ତାଙ୍କୁ ଦେଖିକି ରହିଯାଇ ଥିଲେ। ସେହି ପାର୍ଟି ରେ ଶାହାରୁଖ ଗୌରୀଙ୍କୁ ଅନ୍ୟ କେଉଁ ପୁଅ ସହ ଡାଂସ କରୁଥିବାର ଦେଖିଥିଲେ ଏବଂ ତାଙ୍କୁ ଗୌରୀଙ୍କ ସହ ପ୍ରେମ ହୋଇଯାଇ ଥିଲା।

 

ଯଦିଓ ସେ ଦିନ ଲାଜ୍ଜକୁରା ଶାହାରୁଖ ଗୌରଙ୍କ ସହ କଥା ହେବାର ସାହସ କରି ପାରି ନଥିଲେ। ଏହା ପରେ ଯେଉଁ ପାର୍ଟିରେ ଗୌରୀ ଆସିବାର ଆଶା ଥାଏ ଶାହାରୁଖ ସେହି ପାର୍ଟିକୁ ଯାଇଥାନ୍ତି। ୨୫ ଅକ୍ଟୋବର ୧୯୮୪ କୁ  ତୃତୀୟ ଦେଖାରେ ଶାହାରୁଖ ଗୌରୀଙ୍କର ଘରର ଫୋନ ନମ୍ବର ନେଇଯାଇ ଥିଲେ। ଶାହାରୁଖଙ୍କୁ ଗୌରୀ ପସନ୍ଦ ଆସି ଯାଇଥିଲେ। ତାଙ୍କ ସହ କଥା ହେବାର ଉପାୟ ମଧ୍ୟ ଶାହାରୁଖ ନିଜେ ବାହାର କରିଥିଲେ।

ଶାହାରୁଖ ତାଙ୍କ କୌଣସି ବି ସାଙ୍ଗ ଫୋନରୁ ଗୌରୀଙ୍କ ଘରକୁ ଫୋନ କରୁଥିଲେ। ଗୌରୀଙ୍କ ଘରେ ଯିଏ ବି ଫୋନ ଉଠାଏ , ଶାହାରୁଖଙ୍କ ସାଙ୍ଗ ତାଙ୍କୁ ନିଜର ନାମ ଶାହିନ କୁହନ୍ତି। ଶାହିନ କୋଡଓ୍ବେଡ ଥିଲା ଯାହାକୁ ଶୁଣି ଗୌରୀ ଜାଣିପାରୁଥିଲେ କି ଶାହାରୁଖ ଫୋନ କରିଛନ୍ତି। ଗୌରୀଙ୍କ ଘରେ କାହାକୁ ସନ୍ଧେୟ ହୁଏ ନାହିଁ ଏବଂ ତାପରେ ଶାହାରୁଖ ଏବଂ ଗୌରୀ ବହୁତ ସମୟ କଥା ହୋଇଥାନ୍ତି। ଗୌରୀ ଏବଂ ଶାହାରୁଖଙ୍କର ଦେଖା କେବଳ ପାର୍ଟିରେ ହୋଇଥାଏ। ଯେଉଁଠି ଗୌରୀଙ୍କର ଫାମିଲି ଫେଣ୍ଡେସ ମଧ୍ୟ ସାମିଲ ଥାନ୍ତି। ଧିରେ ଧିରେ ଦୁଇ ଜଣ ଲଙ୍ଗ ଡ୍ରାଇଭରେ ମଧ୍ୟ ଜିବାକୁ ଲାଗିଲେ।

ମୁଶ୍ତାକ ଶେଖଙ୍କ ଦ୍ବାରା ଲିଖିତ ନିଜର ବାୟୋଗ୍ରାଫି ‘ ଶାହାରୁଖ କେନ ‘ ରେ SRK ସେହି ଦିନ କୁ ମନେ ପକେଇ କହୁଛନ୍ତି , ” ଗୋଟିଏ ଦିନ ମୁଁ ଗୌରୀଙ୍କୁ ତାଙ୍କ ଘରେ ଛାଡିଲି , ଯେତେବେଳେ ସେ ଗାଡ଼ିରୁ ବାହାରୁ ଥିଲେ ସେତେବେଳେ କହିଲି ମୁଁ ତୁମକୁ ବିବାହ କରିବି ? ଏହାପରେ ତାଙ୍କର ଉତ୍ତର ନ ଶୁଣି ମୁଁ ସେଠାରୁ ମୋ ଗାଡି ବୁଲାଇ ପଳାଇ ଆସିଲି “।

ଏକ ମାଗାର୍ଜିନ ରେ ଛପିଥିବା ଆର୍ଟିକିଲ ରେ ଶାହାରୁଖ କହିଥିଲେ ” ସେହି ସମୟ ରେ ଗୌରୀ ଙ୍କୁ ନେଇ ମୋର ପାଗଳାମି ବଢିଯାଇ ଥିଲା। ଯଦି ସେ ସ୍ବିମିଙ୍ଗ ସୁଟ ପିନ୍ଧନ୍ତି କିମ୍ବା ଚୁଟି ଖୋଲା ରଖନ୍ତି ମୁଁ ତାଙ୍କ ସହ ବହୁତ ଝଗଡା କରିଥାଏ। ଯେତେବେଳେ ସେ ତାଙ୍କର ଚୁଟି ଖୋଲା ରଖନ୍ତି ସେତେବେଳେ ସେ ବହୁତ ସୁନ୍ଦର ଦେଖାଯାନ୍ତି। ମୁଁ ଚାହୁଁ ନଥିଲି କି ଅନ୍ୟ କୋଉ ପୁଅ ତାଙ୍କୁ ଦେଖୁ ବୋଲି। ମୋ ଭିତରେ ଅସୁରକ୍ଷାର ଭାବ ଆସି ଯାଇଥିଲା କାରଣ ଆମେ ବେଶି ଦେଖା ହୋଇ ପାରୁନି ବେଶି କଥା ମଧ୍ୟ ହୋଇ ପାରୁନାହିଁ ଯହା ଦ୍ବାରା ଆମେ ଆମ ସମ୍ପର୍କ ବିଷୟ ରେ ଆଗକୁ କଥା ହୋଇ ପାରୁନାହିଁ।

ଶାହାରୁଖ ଙ୍କର ଏହି ସବୁ ବ୍ୟବହାର ଦେଖି ଗୌରୀ ଶାହାରୁଖଙ୍କୁ ନ କହି ଦିଲ୍ଲୀରୁ ମୁମ୍ବାଇ ପଳାଇ ଆସିଥିଲେ। ଶାହାରୁଖ ଗୌରୀଙ୍କୁ ବୁଝାଇବା ପାଇଁ ଦିଲ୍ଲୀରୁ ମୁମ୍ବାଇ ଆସି ପହଁଚିଲେ। ତାଙ୍କୁ ଜଣା ନଥିଲା କି ଗୌରୀ ମୁମ୍ବାଇର କେଉଁଠି ରହୁଛନ୍ତି। ସେତେବେଳେ ମଧ୍ୟ ସେ ମୁମ୍ବାଇ ର କେତେକ ଗଳିରେ ତାଙ୍କୁ ଖୋଜିଲେ। ବହୁତ ଦିନ ଖୋଜିବା ପରେ ଶାହାରୁଖ ଗୋଟିଏ ଦିନ ଗୌରୀଙ୍କୁ ମୁମ୍ବାଇର ଅକ୍ସା ସମୁଦ୍ର କୂଳରେ ଖୋଜି ପାଇଲେ। ଶାହାରୁଖ ଙ୍କୁ ଦେଖି ଗୌରୀ କାନ୍ଦି ପକେଇଥିଲେ।

ଶାହାରୁଖ ଏବଂ ଗୌରି ନିଜର ପ୍ରେମକୁ ବିବାହ ରେ ବଦଳେଇ ବାକୁ ଚାହୁଁଥିଲେ କିନ୍ତୁ ଦୁଇ ଜଣକଙ୍କର ଧର୍ମ ଅଲଗା ହୋଇଥିବା କାରଣରୁ ଘର ଲୋକ ବିରୋଧ କଲେ। ଶାହାରୁଖ ଗୌରୀଙ୍କ ଘର ଲୋକଙ୍କୁ ମନେଇବା ପାଇଁ ବହୁତ ପାମ୍ପଡ ବେଲି ବାକୁ ପଡିଥିଲା ଏବଂ ସେମାନେ ମାନିଗଲେ। ୧୯୯୧ ଅଗଷ୍ଟ ୬ ରେ ଶାହାରୁଖ ଏବଂ ଗୌରୀ କୋର୍ଟ ରେ ବିବାହ କରିଥିଲେ। ଏହା ପରେ ଏହି ଦୁଇ ଜଣଙ୍କର ନିକାହ ହେଲା। ଯେଉଁଥିରେ ଗୌରିଙ୍କ ନ ଆୟଶା ରଖା ଯାଇଥିଲା। ଏହାପରେ ୧୯୯୧ ଅକ୍ଟୋବର ୨୫ ରେ ହିନ୍ଦୁ ନିତି ନିୟମ ରେ ଏହି ଦୁଇ ଜଣଙ୍କର ବିବାହ କରାଯାଇ ଥିଲା।

ଶାହାରୁଖ ଏବଂ ଗୌରୀ ବଲିଉଡର ଏକ ଏପରି ଦମ୍ପତି ଯିଏ ୨୮ ବର୍ଷ ହେବ ଏକାଠି ଅଛନ୍ତି। ୧୯୯୧ ଅକ୍ଟୋବର ୨୫ ରୁ ଶାହାରୁଖ ଗୌରୀ ଛିବ୍ବର ଙ୍କୁ ନିଜର ଜୀବନ ସାଥି ବନେଇ ଥିଲେ। ସେବେ ଠାରୁ ଆଜି ପର୍ଯ୍ୟନ୍ତ ଦୁଇ ଜଣ ଏକା ସହିତ ଜୀବନ ଭଲ ଏବଂ ଖରାପ ସମୟ ବିତେଇ ଥାନ୍ତି। ଶାହାରୁଖ ଏବଂ ଗୌରୀ ସ୍କୁଲ ସମୟ ରୁ ପରସ୍ପର କୁ ପ୍ରେମ କରୁଥିଲେ ଏବଂ କେତେ ବର୍ଷ ର ସମ୍ପର୍କ ପରେ ସେମାନେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ।

ଗୌରୀଙ୍କ ସହ ବିବାହ ପରେ ଶାହାରୁଖ ପ୍ରଥମେ ପୁଅ ଆର୍ୟନର ବାପା ହୋଇଥିଲେ। ଏହା ପରେ ତାଙ୍କ ଝିଅ ଶୁହାନାଙ୍କର ଜନ୍ମ ହୋଇଥିଲା। ଶାହାରୁଖ ତୃତୀୟ ପିଲା ଅବରାମଙ୍କ ଜନ୍ମ ୨୦୧୩ ସରୋଗେସିଙ୍କ ସାହାର୍ଯ୍ୟରେ ହୋଇଥିଲା। କୁହାଯାଏ କି ଅବରାମଙ୍କ ଜନ୍ମ ସମୟରେ ଗୌରୀଙ୍କୁ ୪୦ ବର୍ଷ ବୟସ ପାର କରିସାରିଥିଲା ଯାହାକି ଗୋଟିଏ ଶିଶୁ ଜନ୍ମ ଦେବା ଜୀବନ ପ୍ରତି ବିପଦ। ଏଥିପାଇଁ ଶାହାରୁଖ ପୁଅ ଅବିରାମ ଜନ୍ମ ପାଇଁ ସରୋଗେସିର ସାହାର୍ଯ୍ୟ ନେଲେ। ରିର୍ପୋଟ ଅନୁସାରେ ନମିତା ଛିବ୍ବର ଅବିରାମଙ୍କର ସରୋଗେସା ମା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *