ପୋଲିସର ପଚରା ଉଚରାରେ ଭାଙ୍ଗି ଯାଇଥିଲେ ଶିଲ୍ପା ଶେଠ୍ଠୀ,ଭୋ-ଭୋ କରି କାନ୍ଦିଲେ, ସ୍ବାମୀ ରାଜଙ୍କ ସହିତ ମଧ୍ୟ କଲେ ଝଗଡ଼ା

ରାଜ କୁନ୍ଦ୍ରାଙ୍କ କେସ ପ୍ରତିଦିନ ନୂଆ ନୂଆ ମୋଡ଼ ନେବାକୁ ଲାଗିଛି। ୨୩ଜୁଲାଇରେ ଅଦାଲତ ଅଭିନେତ୍ରୀ ଶୀଲ୍ପା ଶେଠ୍ଠୀଙ୍କ ସ୍ବାମୀ ଏବଂ ବିଜିନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ପୋଲିସ ହାଜତକୁ ୨୭ଜୁଲାଇ ପର୍ଯ୍ୟନ୍ତ ହସ୍ତାନ୍ତର କରି ଦିଆଯାଇଛି।ଏହି ଘଟଣାରେ ଯେଉଁଠାରେ ରାଜ କୁଦ୍ରାଙ୍କ ଉପରେ ସଂପୂର୍ଣ୍ଣ ଭାବରେ ଶିକୁଳି ଲଗାଯାଇଛି, ସେଠାର ଅନ୍ୟ ପାଖରେ ଶିଲ୍ପା ଶେଠ୍ଠୀ ମଧ୍ୟ ସ୍ବାମୀଙ୍କ ଗିରଫ ହେବାରେ ବହୁତ ଚିନ୍ତିତ ଅଟନ୍ତି ଏବଂ ତାଙ୍କୁ କିଛି ବୁଝା ପଡୁନାହିଁ କି ଏହି ଘଟଣାରେ କଣ କରାଯିବ।

ଗୌରବର କଥା ହେଉଛି କି ଶିଲ୍ପା ଶେଠ୍ଠୀଙ୍କ ସ୍ବାମୀଙ୍କୁ ଅ-ଶ୍ଲୀ-ଳ ସିନେମା ବନେଇବାର ଆରୋପରେ ଆରେଷ୍ଟ କରା ଯାଇଥିଲା।ରାଜଙ୍କ ଗିରଫ ସୋମବାର ରାତିରେ ତାଙ୍କ ଘରୁ ହୋଇଥିଲା। ଏହି ଘଟଣାରେ ୧୧ଜଣ ଅନ୍ୟ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି।ସ୍ବାମୀଙ୍କ ଗିରଫ ହେବା ପରଠାରୁ ଅଭିନେତ୍ରୀ ଶିଲ୍ପା ଶେଠ୍ଠୀଙ୍କୁ ମଧ୍ୟ ଲୋକମାନେ ବହୁତ ଟ୍ରୋଲ କରୁଛନ୍ତି ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ ଉପରେ ବହୁ ମାତ୍ରାରେ ଲକ୍ଷ ସାଧୁଛନ୍ତି।

ଜଣା ଯାଉଛି କି, ଏପର୍ଯ୍ୟନ୍ତ ଏହି କଥାର ସୂଚନା ତ ସାମ୍ନାକୁ ଆସିନାହିଁ କି ଶିଲ୍ପାଙ୍କୁ ତାଙ୍କ ସ୍ବାମୀଙ୍କ ଏହି କଳା କାରନାମା ବିଷୟରେ ଜଣା ଅଛି କି ନାହିଁ। କିନ୍ତୁ ଜଣା ଯାଉଛି କି ଶିଲ୍ପା,ରାଜ କୁନ୍ଦ୍ରାଙ୍କ ସହିତ ଅନେକ କମ୍ପାନୀରେ ବିଜିନେସ ପାର୍ଟନର ମଧ୍ୟ ଥିଲେ। ଶିଲ୍ପା ଶେଠ୍ଠୀଙ୍କ ନାମ ଉପରେ ୨୩ଟି କଂପାନୀ ରହିଛି ଏବଂ ତାଙ୍କ ସ୍ବାମୀ ନଅଟି କଂପାନୀ ଉପରେ ମାଲିକାନା ହକ ରଖିଛନ୍ତି।

ରାଜ କୁନ୍ଦ୍ରାଙ୍କ ଖରାପ କାମର ରହସ୍ୟ ଖୋଲିବା ପରେ ପୋଲିସଙ୍କ ଲକ୍ଷରେ ଶିଲ୍ପା ଶେଠ୍ଠୀ ମଧ୍ୟ ରହିଛନ୍ତି। ଶୁକ୍ରବାର ଦିନ ମୁମ୍ବାଇ ପୋଲିସ ରାଜଙ୍କୁ ତାଙ୍କ ଘରୁ ନେଇ ଯାଇଥିଲେ ଏବଂ ପୋଲିସ ରାଜଙ୍କ ଉପସ୍ଥିତିରେ ଶିଲ୍ପା ଶେଠ୍ଠୀଙ୍କ ସହିତ ଏହି ଘଟଣାରେ କଡ଼ା ପଚରାଉଚରା କରିଥିଲେ। ସେହି ସମୟରେ ପୋଲିସଙ୍କୁ ଜବାବ ଦେବା ସମୟରେ ଶିଲ୍ପା ଶେଠ୍ଠୀ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ସେଠାରେ ନିଜ ସ୍ବାମୀଙ୍କୁ ବଞ୍ଚେଇବା ପାଇଁ ଶିଲ୍ପା କହିଥିଲେ କି ତାଙ୍କ ସ୍ବାମୀ ଅ-ଶ୍ଲୀ-ଳ ସିନେମା ପ୍ରସ୍ତୁତ କରନ୍ତି ନାହିଁ ବରଂ ସେ ତ ଏରୋଟିକା ସିନେମା ପ୍ରସ୍ତୁତ କରନ୍ତି।

ଜଣା ଯାଉଛି କି ଯେତେବେଳେ ପୋଲିସ ରାଜକୁ ନିଜ ସାଥିରେ ନେଇ ଶିଲ୍ପାଙ୍କୁ ପଚରାଉଚରା କରିବା ପାଇଁ ତାଙ୍କ ଘରେ ପହଞ୍ଚି ଥିଲେ ତ ସେହି ସମୟରେ ରାଜ କୁନ୍ଦ୍ରା ଏବଂ ଶିଲ୍ପା ଶେଠ୍ଠୀଙ୍କ ମଧ୍ୟରେ ବହୁ ମାତ୍ରାରେ ଝ-ଗ-ଡ଼ା ହୋଇ ଯାଇଥିଲା। ସ୍ବାମୀଙ୍କ ହରକତରେ ଶିଲ୍ପା ସ୍ପଷ୍ଟ ଭାବରେ ଦୁଃଖୀ ଏବଂ ନିରାଶ ଦେଖା ଯାଇଥିଲେ। ପୋଲିସ ଅନେକ ଘଣ୍ଟା ପର୍ଯ୍ୟନ୍ତ ସେହି ସମୟରେ ଶିଲ୍ପା ଶେଠ୍ଠୀଙ୍କୁ ପଚରାଉଚରା କରିଥିଲେ ଏବଂ ତାଙ୍କୁ ସହିତ ଏହି ଘଟଣାରେ ବହୁତ ପ୍ରଶ୍ନ ପଚରା ଯାଇଥିଲା।

ଶିଲ୍ପା ପୋଲିସଙ୍କୁ କହିଛନ୍ତି କି ତାଙ୍କୁ ହଟଶଟ ଏପ ବିଷୟରେ କିଛି ବି ଜଣାନାହିଁ। ମିଡ଼ିଆ ରିପୋର୍ଟ ମୁତାବକ, ପୋଲିସଙ୍କ କଡ଼ା ଏବଂ ବହୁତ ପଚରାଉଚରା ସମୟରେ ଶିଲ୍ପା ଭୟଭୀତ ହୋଇ ଯାଇଥିଲେ। ସେଠାରେ ସେ ସେହି ସମୟରେ ବହୁତ ହଡବଡ ମଧ୍ୟ ହୋଇ ଯାଇଥିଲେ। ମିଡ଼ିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି କି ପୋଲିସ ଏବଂ ନିଜ ସ୍ବାମୀଙ୍କ ସାମ୍ନାରେ ହିଁ ଶିଲ୍ପା ନିଜର ଲୁହକୁ ରୋକି ପାରିନଥିଲେ ଏବଂ ସେ କାନ୍ଦି ପକାଇଥିଲେ।

ପୋଲିସଙ୍କ ସାମ୍ନାରେ ଶିଲ୍ପା ବହୁତ ହଡବଡ, ଭୟଭୀତ, ହତାଶ ଏବଂ ଚିନ୍ତିତ ଦେଖା ଯାଇଥିଲେ। ସେଠାରେ ଯେତେବେଳେ ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କ ବୟାନ ଜମା କରୁଥିଲେ ସେତେବେଳେ ମଧ୍ୟ ଶୀଲ୍ପା ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିଲେ। ଜଣା ଯାଉଛି କି, ମୁମ୍ବାଇ କ୍ରାଇମବ୍ରାଞ୍ଚ ମଧ୍ୟ ଏହି କେସରେ ଲାଗି ପଡିଛନ୍ତି ଏବଂ ସେ ଏହା ଜାଣିବା ପାଇଁ ଚେଷ୍ଟାରେ ଅଛନ୍ତି କି, ସ୍ବାମୀ ରାଜଙ୍କ ଏହି ହରକତରେ ତାଙ୍କର କଣ ଭୂମିକା ରହିଛି।

Leave a Reply

Your email address will not be published. Required fields are marked *