Shortness of Breath: ଯଦି ଦୁଇଟି ପାହାଚ ଚଡିବା ପରେ ଧଇଁସଇଁ ହେଉଛନ୍ତି ତେବେ ନିଶ୍ଚିତ ଭାବରେ କରନ୍ତୁ ଏହି କାମ।

ଦୁଇଟି ପାହାଚ ଚଢ଼ିବା ପରେ ଧଇଁସଇଁ ଅନୁଭବ କରୁଛନ୍ତି ତେବେ ଏହି କଥାକୁ ଅଣଦେଖା କରନ୍ତୁ ନାହିଁ। କାରଣ ଏହି ଲକ୍ଷଣ ଶରୀରରେ ବଢୁଥିବା ରୋଗର ସଂକେତ ହୋଇଥାଏ।

ଆମ ସମସ୍ତଙ୍କ ସହିତ ନିଶ୍ଚିତ ଭାବରେ ଏମିତି କେବେ ନା କେବେ ଘଟିତ ହୋଇଥାଏ। ଯେତେବେଳେ ଦ୍ଵିତୀୟ ମହଲାକୁ ସିଢ଼ି ଦ୍ୱାରା ଚଢି କରି ଗଲେ ଆମର ହୃଦୟର ସ୍ପନ୍ଦନ ବଢିବା ସହିତ ନିଶ୍ୱାସ ଫୁଲିବା ଆରମ୍ଭ ହୋଇଯାଇଥାଏ। ଏପରି ସମସ୍ୟା ଦ୍ୱାରା ଉଭୟ ମହିଳା ଏବଂ ପୁରୁଷ ଗ୍ରସିତଥାନ୍ତି। କିନ୍ତୁ ମହିଳାଙ୍କ ଠାରେ ଏହି ସମସ୍ୟା ଅପେକ୍ଷାକୃତ ଅଧିକ ରହିଥାଏ।

ସିଢ଼ି ଚଢ଼ିବା ବେଳେ କାହିଁକି ହୋଇଥାନ୍ତି ଧଇଁସଇଁ?

ଯଦି ଆପଣଙ୍କୁ ତୃତୀୟ କିମ୍ବା ଚତୁର୍ଥ ମହଲାକୁ ଯିବା ପରେ ଧଇଁସଇଁ ଲାଗିଥାଏ ତେବେ ସିଢ଼ି ଚଢ଼ିବା ବେଳେ ଥକା ହେବା ଏକ ସାମାନ୍ୟ ଘଟଣା ହୋଇଥାଏ। କିନ୍ତୁ ଏହା ବହୁତ ସାମାନ୍ୟ ପରିମାଣରେ ହେବା ଉଚିତ। କାରଣ ଚତୁର୍ଥ ମହଲାକୁ ଯିବା କିମ୍ଭା ପଞ୍ଚମ ମହଲାକୁ ଯିବା ଏବଂ ସାମାନ୍ୟ ଥକା ଅନୁଭବ କରିବା ଏକ ସୁସ୍ଥ ଶରୀରର ଲକ୍ଷଣ ହୋଇଥାଏ।

ଯଦି ଆମେ ମୋଟାପଣ କିମ୍ବା ମେଦବହୁଳତା କଥା କହିବା ତେବେ ସିଢ଼ି ଚଢ଼ିବା ଏବଂ ଓଲ୍ହାଇବା ଦ୍ୱାରା ଆମର ଶରୀରର କ୍ୟାଲୋରୀ ଖର୍ଚ୍ଚ ହୋଇଥାଏ ଏବଂ ଶରୀରର ଚର୍ବି କମାଇଥାଏ। ଏଥିପାଇଁ ଆମକୁ ଅଧିକ ଉର୍ଜା ଖର୍ଚ୍ଚ କରିବାକୁ ପଡିଥାଏ ଏବଂ ଆମେ ଥକାପଣ ଅନୁଭବ କରିଥାଉ। କିନ୍ତୁ ଯଦି କେବଳ ଦୁଇଟି ମହଲା ଚଢ଼ିବା ପରେ ଆପଣଙ୍କୁ ଥକା ଲାଗୁଛି ତେବେ ଏହା ଏକ ଭଲ ସଂକେତ ନୁହେଁ। ଏହା ଆପଣଙ୍କ ଶରୀରରେ ଥିବା ଦୁର୍ବଳତାକୁ ଦର୍ଶାଇଥାଏ।

ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବା:

ବହୁତ କାମ କରିବା ପରେ ଆପଣଙ୍କ ନିଶ୍ୱାସ ଫୁଲିବା ଏକ ସାଧାରଣ ଘଟଣା ଅଟେ କିନ୍ତୁ ଯଦି କେଵଳ ଦୁଇଟି ମହଲା ଚଢ଼ିବା ପରେ ଆପଣଙ୍କୁ ନିଶ୍ୱାସ ନେବାରେ ସମସ୍ୟା ଅନୁଭବ ହେଉଛି ତେବେ ଏହାର ଅର୍ଥ ଆପଣଙ୍କ ହୃଦୟ ପୂର୍ଣ୍ଣ ରୂପରେ ସୁସ୍ଥ ନାହିଁ। ସେଥିପାଇଁ ଦୁର୍ବଳ ହେଇଥିବା ନିଜର ହୃଦୟକୁ ଅସୁସ୍ଥ ହେବାରୁ ରକ୍ଷା କରିବା ପାଇଁ ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

କାରଣ ଏହି ସ୍ଥିତି ଶରୀରରେ ଗୁପ୍ତ ଭାବରେ ବଢୁଥିବା ରୋଗର ପ୍ରାରମ୍ଭିକ ସଂକେତ ହୋଇଥାଏ। ବହୁତ ସମୟରେ ଅଧିକ ଆଳସ୍ୟ ପୂର୍ଣ୍ଣ ଜୀଵନ ଅତିବାହିତ କରିବା ଦ୍ୱାରା ଏପରି ସମସ୍ୟା ଦେଖା ଦେଇଥାଏ। ଏହି କାରଣରୁ ଦୁଇଟି ସିଢ଼ି ଛାଡିଲେ ହିଁ ଆମକୁ ଧଇଁସଇଁ ଲାଗିଥାଏ।

ଏହାର ନିରାକରଣ:

କିଛି ଲୋକଙ୍କୁ ସିଢ଼ି ଚଢ଼ିବା ପରେ ମୁଣ୍ଡ ଭାରି ଲାଗିବା, ମୁଣ୍ଡ ବୁଲାଇବା ଏବଂ ଆଖି ଆଗରେ ଝାପସା ଦେଖାଯିବା ପରି ସମସ୍ୟା ହୋଇଥାଏ। ଯଦି ଆପଣଙ୍କ ସହିତ ମଧ୍ୟ ଏପରି ସମସ୍ୟା ହେଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହି ସ୍ଥିତି ଶରୀରର କିଛି ଗମ୍ଭୀର ରୋଗର ସଂକେତ ଦେଇଥାଏ।

ଏଥିସହିତ ନିଜର ଖାଦ୍ୟପେୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ଖାଦ୍ୟରୁ ଆପଣଙ୍କୁ ପୂର୍ଣ୍ଣ ପୋଷଣ ମିଳି ପାରୁଛି। କାରଣ ପୋଷଣ ନମିଳିବାରୁ ଆପଣଙ୍କ ଶରୀରରେ ଦୁର୍ବଳତା ରହିବା ସହିତ ଅନେକ ରୋଗ ଜନ୍ମ ନେଇଥାଏ। ଯାହାଦ୍ୱାରା ନିଶ୍ୱାସ ଫୁଲିବା ଏବଂ ଥକା ଅନୁଭବ କରିବା ପରି ସମସ୍ୟା ହୋଇଥାଏ।

ଆପଣଙ୍କୁ ଏହି କଥାର ନିଶ୍ଚିତ କରିବାକୁ ପଡିବ ଯେ ତାଲାବନ୍ଦ କିମ୍ବା କରୋନା କାରଣରୁ ଆପଣଙ୍କ ଶାରୀରିକ ଗତିବିଧି ହ୍ରାସ ନହେଉ। ଆପଣ ଘରର ଏହି ସିଢ଼ି ଗୁଡିକରେ ପ୍ରତ୍ୟେକ ଦିନ ଚାଲି ନିଜର ଶରୀରକୁ ଆକ୍ଟିଭ ରଖନ୍ତୁ। ଯୋଗ କରିବା ସହିତ, ଘରର ଅଗଣା ଏବଂ ଛାତ ଉପରେ ନିୟମିତ ଚାଲି ପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *