ସୋନାକ୍ଷୀ ସିନ୍ହାଙ୍କ ବାପା ଅମିତାଭଙ୍କୁ ନେଇ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା, ଦୁଇ ଷ୍ଟାରଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଶତ୍ରୁତା

ମୁମ୍ବାଇ: ଅମିତାଭ ବଚନ (amitabh bachchan) ସୁପରଷ୍ଟାର ହେଲେ ମଧ୍ୟ ଶତ୍ରୁଘ୍ନ ସିନ୍ହା (shatrughan sinha) ଙ୍କୁ ପସନ୍ଦ କରୁଥିବା ଲୋକ ମଧ୍ୟ କିଛି କମ ନାହାନ୍ତି। ଦୁଇଜଣ ନିଜ ଜମାନାରେ କେତେ ବ୍ଲକବ୍ଲଷ୍ଟର ସିନେମା ଦେଇଛନ୍ତି। ଏତିକି ନୁହେଁ ଦୁଇଜଣ କେତେ ସୁପରହିଟ ସିନେମାରେ ସାଥିହୋଇ କାମ ମଧ୍ୟ କରିଛନ୍ତି। କିନ୍ତୁ ଇଣ୍ଡଷ୍ଟ୍ରିରେ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ମଧ୍ୟ କିଛି କମ ନାହିଁ। ବହୁ ସମୟ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ତିକ୍ତତା ରହିଥିଲା। ଏହା ମଧ୍ୟରେ ଶତ୍ରୁଘ୍ନ ସିନ୍ହା ନିଜ ନିକଟରେ ହୋଇଥିବା ଇଣ୍ଟରବ୍ୟୁରେ ଅମିତାଭଙ୍କ ସହିତ ହୋଇଥିବା କଳହ ଉପରେ ବହୁ ଖୁଲାସା କରିଥିଲେ। ସେ କହିଥିଲେ କି ଆରମ୍ଭରେ କେତେ ବଡ଼ ସିନେମା ତାଙ୍କୁ ଅଫର ଆସିଥିଲା। ହେଲେ, ସେ ନା କହିବା ପରେ ସେହି ସିନେମା ଅମିତାଭଙ୍କ ପାଖକୁ ଚାଲି ଯାଇଥିଲା ଏବଂ ସେହି ସିନେମା ତାଙ୍କୁ ସୁପରଷ୍ଟାର କରି ଦେଇଥିଲା। ଏହାଛଡା, ଆପଣଙ୍କୁ ଜଣାଇଦେଉଛୁ କି ବର୍ତ୍ତମାନ ଦୁଇଜଣଙ୍କ ମଧ୍ୟରେ ସଂପର୍କ ସୁଧୁରି ଯାଇଛି।

ଶତ୍ରୁଘ୍ନ ସିନ୍ହା ଇଣ୍ଟରବ୍ୟୁରେ ଖୁଲାସା କରିଥିଲେ କି ତାଙ୍କୁ ଦୀବାର, ଶୋଲେ ଏବଂ ସତ୍ତେ ପେ ସତ୍ତା ଭଳି ଚାରୋଟି ସିନେମାର ଅଫର ଆସିଥିଲା। କିନ୍ତୁ ପରେ ଏହି ସବୁ ସିନେମା ଅମିତାଭଙ୍କ ପାଖକୁ ଚାଲି ଯାଇଥିଲା। ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ଏହି ସିନେମାକୁ ନେଇ ଅମିତାଭଙ୍କ ସହିତ କେବେବି ତୁମର ବିବାଦ ହୋଇଥିଲା। ତ ସେ ଏହି କଥାକୁ ନାଁ କରି ଦେଇଥିଲେ।

ସେ କହିଥିଲେ- ବିଲକୁଲ ନୁହେଁ। ଏମିତି ସବୁବେଳେ ହୋଇଥାଏ। ବହୁତ ଥର କୈାଣସି ଚରିତ୍ର ପାଇଁ କୈାଣସି ମଣିଷକୁ ପସନ୍ଦ କରାଯାଇଥାଏ କିନ୍ତୁ ପରେ ତାହା ଆଉ କାହା ପାଖକୁ ଚାଲି ଯାଇଥାଏ। ମେକର୍ସଙ୍କୁ ପରେ ଅନୁଭବ ହୋଇଥାଏ କି ଆଉ କେହି ମଧ୍ୟ ଏହି ଚରିତ୍ରରେ ବହୁତ ଭଲ ଭାବରେ ଅଭିନୟ କରି ପାରିବେ। ମୁଁ କେତେ ସିନେମା ତାରିଖ ଇଶ୍ୟୁଜ କାରଣରୁ ସାଇନ କରି ପାରିନାହିଁ, ଯାହା ମଧ୍ୟରୁ ଶୋଲେ ଗୋଟିଏ ସିନେମା ଅଟେ।

ସେ କହିଥିଲେ- ମୋତେ ଲାଗିଥିଲା କି ଜୟର ଚରିତ୍ର ପାଇଁ ଅଭିନେତାଙ୍କୁ ସବୁଠାରୁ ଶେଷରେ ବଛା ଯାଇଥିଲା। ରମେଶ ସିପ୍ପୀ ବହୁତ ଉତ୍ସୁକ ଥିଲେ କି ମୁଁ ଏହାକୁ କରେ, କିନ୍ତୁ ମୁଁ ସିନେମାକୁ ନାହିଁ କରି ଦେଇଥିଲି। ଏମିତି କଥା ସଂପର୍କକୁ ଖରାପ କରି ନଥାଏ, ଆଜି ମଧ୍ୟ ରମେଶ ସିପ୍ପୀ ଏବଂ ମୁଁ ବହୁତ ଭଲ ବନ୍ଧୁ।

ସେ କହିଥିଲେ- ମୋ ମନରେ ଅମିତାଭଙ୍କ ବିରୁଦ୍ଧରେ କିଛି ବି ନାହିଁ। ମୁଁ ସବୁବେଳେ ତାଙ୍କୁ ସମ୍ନାନ କରିଥାଏ ଏବଂ ତାଙ୍କ ପାଇଁ ମୋ ମନରେ କେବଳ ପ୍ରେମ, ସ୍ନେହ ଏବଂ ଆଦର ରହିଛି। ପୁଣି ଯଦି କେହି ପଚାରେ, ତାହେଲେ ମୁଁ କହିଥାଏ ଛାଡେ କାଲିର କଥା, କାଲିର କଥା ପୁରୁଣା ନୂଆ ସମୟରେ ମିଶିକି ଲେଖିବା ନୂଆ କାହାଣୀ।

ଜଣା ଯାଉଛି କି ୭୦ଦଶକର ସିନେମା ଥିଲା ଯେତେବେଳେ ବକ୍ସ ଅଫିସରେ ଅମିତାଭ ବଚ୍ଚନଙ୍କର ଯାଦୁ ଚାଲିଥିଲା। ଏହି ହଙ୍ଗାମା ମଧ୍ୟରେ ଶତ୍ରୁଘ୍ନ ସିନ୍ହା ମଧ୍ୟ ସେତେବେଳେ କାଳୀଚରଣ, ବିଶ୍ଵନାଥ, ଜାନୀ ଦୁଶ୍ମନ ଏବଂ ହୀରା ମୋତି ଭଳି ସିନେମାରେ ସୁପରଷ୍ଟାର ହୋଇ ସାରିଥିଲେ।

ଅମିତାଭ ବଚ୍ଚନ ସୁପରଷ୍ଟାର ହେବା ପରେ ଶତ୍ରୁଘ୍ନ ସିନ୍ହାଙ୍କ ସହିତ ତାଙ୍କର କାଲା ପତ୍ଥର ପ୍ରଥମ ସିନେମା ଥିଲା ଏବଂ ଦୁଇଜଣଙ୍କ ମଧ୍ୟରେ ପୂରା ସିନେମାରେ କେବେବି ବନ୍ଧୁତା ହୋଇ ପାରିନଥିଲା। ହେଲେ, ଦୁଇଜଣ ଏହା ପୂର୍ବରୁ ସିନେମା ପରବାନାରେ କାମକରି ସାରିଥିଲେ କିନ୍ତୁ ସିନେମା କିଛି ଖାସ ଚାଲିନଥିଲା।

ଶତ୍ରୁଘ୍ନ ସିନ୍ହା ଖାତାରେ ଜଣାଇଥିଲେ- ସିନେମା କାଲା ପତ୍ଥରର ଏକ ଫାଇଟ ସୀକ୍ବେଂସରେ ଅମୀତାଭ ବଚ୍ଚନ ମୋତେ ଖରାପ ଭାବରେ ବାଡ଼େଇ ଥିଲେ। ସେ ମୋତେ ସେ ପର୍ଯ୍ୟନ୍ତ ବାଡଉଥିଲେ ଯେଉଁ ପର୍ଯ୍ୟନ୍ତ ଶଶି କପୁର ମଝିକୁ ଆସି ଆମକୁ ଅଲଗା କରି ନଥିଲେ। ମୋତେ ଏହି ସୀନ ବିଷୟରେ କିଛି ବି କୁହାଯାଇ ନଥିଲା ଏବଂ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି।

ଏତିକି ନୁହେଁ ଖବର ଅନୁସାରେ ସିନେମା ସେଟରେ ଅମିତାଭଙ୍କ ପାଖରେ ଥିବା ଚେୟାର କେବେବି ଶତ୍ରୁଘ୍ନ ସିନ୍ହାଙ୍କୁ ଅଫର ହେଉ ନଥିଲା। ଦୁଇଜଣ ସାଥିହୋଇ ସେଟ ପାଇଁ ବାହାରୁଥିଲେ କିନ୍ତୁ ଅମିତାଭ କେବେବି ଶତ୍ରୁଘ୍ନଙ୍କୁ ନିଜ ସହିତ ଗାଡ଼ିରେ ବସାନ୍ତି ନାହିଁ। ସିନେମା ସୁଟିଂ ସମୟରେ ଯେଉଁ ଲୋକ ସେଠାକୁ ଆସୁଥିଲେ, ସେମାନେ ସବୁ ଶତ୍ରୁଘ୍ନ ସିନ୍ହାଙ୍କୁ ଦେଖିବା ପାଇଁ ବହୁତ ଉତ୍ସୁକ ଥାନ୍ତି,ଏହା କଥାରେ ମଧ୍ୟ ବହୁଲୋକଙ୍କୁ ଅସୁବିଧା ହେଉଥିଲା।

ଶତ୍ରୁଘ୍ନ ମାନିଛନ୍ତି କି ୭୦ଦଶକରେ ବଲିଉଡରେ ତାଙ୍କ ସ୍ଥାନ ଅମିତାଭ ବଚ୍ଚନଙ୍କ ଠାରୁ ବଡ଼ ଥିଲା। ଏହି କାରଣରୁ ହିଁ ବନ୍ଧୁତାରେ ଫାଟ ପଡି ଯାଇଥିଲା। ନିଜ ଖାତାରେ ଶତ୍ରୁ ଲେଖିଥିଲେ-ସେତେବେଳେ ଲୋକ କହୁଥିଲେ କି ଅମିତାଭ ଏବଂ ମୋର ଅନସ୍କ୍ରିନ ଯୋଡ଼ି ସୁପରହିଟ ଅଟେ, କିନ୍ତୁ ସେ ମୋ ସହିତ କାମ କରିବାକୁ ଚାହୁଁନଥିଲେ। ତାଙ୍କୁ ଲାଗୁଥିଲା କି ‘ନସୀବ’, ‘କାଲା ପତ୍ଥର’, ‘ଶାନ’ ଏବଂ ‘ଦୋସ୍ତାନା’ରେ ମୁଁ ତାଙ୍କ ଉପରେ ଭାରି ପଡି ଯାଇଥିଲି, କିନ୍ତୁ ଏଥିରେ ମୋତେ କୈାଣସି ଫରକ ପଡ଼ିନଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *