ଖୋଲିବ ସୌମ୍ୟଙ୍କ ମୃ-ତ୍ୟର ରହସ୍ୟ; ବିଦ୍ୟାଭାରତୀଙ୍କ ଚିଠି ପରେ ମିଳିଲା ସୌମ୍ୟଙ୍କ ହାତଲେଖା ଚିଠି।, ଚାକିରୀ ଛାଡି ସ୍ତ୍ରୀଙ୍କ ସେବା କରିବା ପାଇଁ ମଧ୍ୟ ପ୍ରସ୍ତୁତ

ଏସିଏଫ ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ କୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। ଯାହା ମାମଲାକୁ ଅଧିକ ଜଟିଳ କରିଦେଇଛି। ଦୀର୍ଘ ଦଶ ଦିନର ଛାନଭିନ ପରେ ମଧ୍ୟ ପୋ-ଲି-ସ କିମ୍ବା କ୍ରାଇମବ୍ରାଞ୍ଚର ସ୍ପେଶାଲ ସ୍କ୍ୱାର୍ଡ଼ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରି ପାରିନାହାନ୍ତି।

ତେବେ ଗତ ଦୁଇ ଦିନ ହେବ ବିଦ୍ୟାଭାରତୀଙ୍କ ଚିଠି ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଥିବା ବେଳେ ଆଜି ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି ସାମ୍ନାକୁ ଆସିଛି। ଏହି ଦୁଇଟି ଚିଠିକୁ ସୌମ୍ୟ ଫେବୃୟାରୀ ୨୨ ଏବଂ ୨୩ ରେ ବିଦ୍ୟାଭାରତୀ ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ଚିଠିରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଏବଂ ଝ-ଗ-ଡା ହୋଇଥିବା ସ୍ପଷ୍ଟ ଜଣା ପଡୁଛି।

ଚିଠିରେ ସୌମ୍ୟ ଲେଖିଛନ୍ତି, ‘ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ ମୁଁ ତାଙ୍କଠାରୁ ଭଲ ପାଇବା ଚାହୁଁଛି। ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ମୋ ପାଇଁ ଗୁରୁତ୍ୱ ରଖେ ନାହିଁ। ପାରିବାରିକ କଳହ ଏବଂ ଘରୋଇ ହିଂ-ସା ବିରୋଧରେ ସେ ଚାହିଁଲେ ଆଇନର ଆଶ୍ରୟ ନେଇପାରିବେ। ଯଦି ଆବଶ୍ୟକ ପଡେ ମୁଁ ନିଜ ଚାକିରୀରୁ ଇସ୍ତଫା ଦେଇ ତାଙ୍କ ସେବା କରିବା ପାଇଁ ପ୍ରସ୍ତୁତ ଅଛି। ତାଙ୍କର ପ୍ରତ୍ୟେକ ଇଚ୍ଛା ମୁଁ ପୂରଣ କରିବି।’

Leave a Reply

Your email address will not be published. Required fields are marked *