ବିଜେପିର ରାଲି କରିବାକୁ ଯାଉଥିଲେ ସୂର୍ଯ୍ୟବଂଶମ ର ହିରୋଇନ , ପ୍ଲେନ କ୍ରଶରେ ନିଜର ଏବଂ ପିଲାର ଜୀବନ ଗଲା

ସିନେ ମେକ୍ସ ଏବଂ ଅମିତାଭ ବଚ୍ଚନ ଙ୍କ ନାମ ଏକା ସହିତ ଶୁଣି ଆମକୁ ନା କେବଳ ଫିଲ୍ମ ‘ ସୂର୍ଯ୍ୟବଂଶମ ‘ ର ନାମ ମନେ ପଡ଼ିଥାଏ । ସୂର୍ଯ୍ୟବଂଶମ କୁ ସୋନି ମିକ୍ସ ରେ ଏତେ ଥର ପ୍ରସାରିତ କରାଯାଇଛି ଯେ ଲୋକଙ୍କୁ ଏହାର ଚରିତ୍ର ଏବଂ ଡାୟଲଗ ସୁଦ୍ଧା ମନେ ଅଛି । ‘ ସୂର୍ଯ୍ୟବଂଶମ ‘ ର ନାମ ଯେତେବେଳେ ବି ସାମ୍ନାକୁ ଆସିଥାଏ ଅମିତାଭ ବଚ୍ଚନ ଙ୍କ ସହିତ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଙ୍କ ଚେହେରା ମଧ୍ୟ ସାମ୍ନାକୁ ଆସିଥାଏ । ସୌନ୍ଦର୍ଯ୍ୟା ସାଉଥ ର ସଫଳ ଅଭିନେତ୍ରୀ ଙ୍କ ମଧ୍ୟରେ ଅନ୍ୟତମ ଥିଲେ ।

ସୌନ୍ଦର୍ଯ୍ୟା ନିଜର ଛୋଟ କ୍ୟାରିଅର ରେ ପାଖାପାଖି ୧୧୪ ଟି ଫିଲ୍ମରେ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ସୌନ୍ଦର୍ଯ୍ୟା ଇଣ୍ଡଷ୍ଟ୍ରି ର ସବୁ ସୁପରଷ୍ଟାର ଙ୍କ ସହିତ କାମ କରିଥିଲେ । କେବଳ ସେତିକି ନୁହେଁ ସେ ନିଜ ସମୟର ସବୁଠାରୁ ଅଧିକ ଫିସ ନେଉଥିବା ଅଭିନେତ୍ରୀ ଥିଲେ । ଖୁବ କମ ସମୟ ରେ ସୌନ୍ଦର୍ଯ୍ୟା ସଫଳତା ର ଶୀର୍ଷ କୁ ଛୁଇଁ ପାରିଥିଲେ । ଯେଉଁଠି ସମସ୍ତେ ପହଞ୍ଚି ପାରନ୍ତି ନାହିଁ । କିନ୍ତୁ ଏହି ଅଭିନେତ୍ରୀ କେବେ ଅଭିନେତ୍ରୀ ହେବାକୁ ହିଁ ଚାହୁଁ ନଥିଲେ । ସୌନ୍ଦର୍ଯ୍ୟା ଡାକ୍ତରୀ ପାଠ ପଢ଼ା ପୁରା କରି ଡାକ୍ତର ହେବାକୁ ଚାହୁଁଥିଲେ ।

ସୌନ୍ଦର୍ଯ୍ୟା ଙ୍କ ପିତା କେ. ଏସ. ସତ୍ୟନାରାୟଣ କନ୍ନଡ଼ ଫିଲ୍ମର ଜଣାଶୁଣା ଲେଖକ ଏବଂ ପ୍ରଯୋଜକ ଥିଲେ । ତାଙ୍କ ଘରେ ଫିଲ୍ମି ବାତାବରଣ ଥିଲା । ସୌନ୍ଦର୍ଯ୍ୟା ଡାକ୍ତରୀ ପଢ଼ାରେ ବ୍ୟସ୍ତ ରହୁଥିଲେ । ଏହି ସମୟରେ ତାଙ୍କ ବାପା ଙ୍କର ଜଣେ ସାଙ୍ଗ ତାଙ୍କୁ ଏକ ଫିଲ୍ମ ପାଇଁ ଅଫର ଦେଇଥିଲେ । ସୌନ୍ଦର୍ଯ୍ୟା ନା କେବଳ ଏକ ଟ୍ରାଏ ଭାବରେ ଫିଲ୍ମ କରିବାକୁ ହଁ ଭରିଥିଲେ । ଏହିଠାରୁ ହିଁ ସୌନ୍ଦର୍ଯ୍ୟା ଙ୍କ ଫିଲ୍ମ କ୍ୟାରିଅର ର ଡେବ୍ୟୁ ହୋଇଥିଲା । ଏହି ଫିଲ୍ମର ସଫଳତା ର ପ୍ରଭାବ ଏହା ଥିଲା ଯେ ସେ ତାଙ୍କର ଡାକ୍ତରୀ କୁ ଭୁଲିଗଲେ ଏବଂ ତାଙ୍କ ପାଇଁ ଅଭିନୟ ସବୁକିଛି ପାଲଟି ଗଲା ।

ସେହି ସମୟରେ ସୌନ୍ଦର୍ଯ୍ୟା ଜଣେ ଏପରି ଅଭିନେତ୍ରୀ ଥିଲେ ଯିଏକି ତାମିଲ , ତେଲୁଗୁ , କନ୍ନଡ଼ , ମାଲୟଲମ ଏବଂ ହିନ୍ଦୀ ସିନେମା ର ବଡ଼ ବଡ଼ ସୁପରଷ୍ଟାର ଙ୍କ ସହିତ କାମ କରିଥିଲେ । ସେ ବଲିଉଡ ର ସେହେନଶାହ ଅମିତାଭ ବଚ୍ଚନ ଙ୍କ ସହିତ ସାଉଥ ର ଥଲାଇବା ରଜନୀକାନ୍ତ ଙ୍କ ସହିତ ମଧ୍ୟ କାମ କରିଥିଲେ । ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଙ୍କ ସହିତ ହେଲୋ ବ୍ରଦର , ବେଙ୍କେଟେଶନ ର ସହିତ ସେ ପବିତ୍ର ବନ୍ଧନ, ମାଲୟଲମ ସୁପରଷ୍ଟାର ମୋହନ ଲାଲ ଙ୍କ ସହିତ କିଲିଚୁଣ୍ଡନ ମମ୍ପାଝାମ ଭଳି ଫିଲ୍ମରେ କାମ କରିଥିଲେ । ସୂର୍ଯ୍ୟବଂଶମ କୁ ଛାଡ଼ି ଦେଲେ ତାଙ୍କର ସବୁ ଫିଲ୍ମ ସୁପରହିଟ ହୋଇଥିଲା ।

ସୌନ୍ଦର୍ଯ୍ୟା ୨୦୦୪ ରେ ଭାରତୀୟ ଜନତା ପାର୍ଟି ର ସଦସ୍ୟତା ସ୍ୱୀକାର କରିଥିଲେ । ଏପ୍ରିଲ ୧୭ ରେ ସୌନ୍ଦର୍ଯ୍ୟା ଆନ୍ଧ୍ରପ୍ରଦେଶ ର କରିମନଗର ଯିବାର ଥିଲା । ଚୋପାର ରୁ କରିମନଗର ଯିବାର ଥିଲା । ଚୋପାର ରେ ପାୟଲଟ ଏବଂ ସୌନ୍ଦର୍ଯ୍ୟା ଙ୍କ ସହିତ ତିନି ଜଣ ଲୋକ ଉପସ୍ଥିତ ଥିଲେ । ୧୦୦ ଫିଟ ଉଚ୍ଚତା କୁ ଯିବା ପରେ ଚୋପାର କ୍ରେଶ ହୋଇଗଲା । ସେତେବେଳେ ସେ ଗର୍ଭବତୀ ଥିଲେ ।

Leave a Reply

Your email address will not be published. Required fields are marked *