ସନ୍ନି ଦେୱଲଙ୍କର ଦୁଇଜଣ ସୁନ୍ଦର ଭଉଣୀ, ଲାଇମ ଲାଇଟରୁ ବହୁତ ଦୂରରେ ରହି କରୁଛନ୍ତି ଏହି କାମ

ଅଭିନେତା ସନ୍ନି ଦେୱଲ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ଅଟେ | ସନ୍ନିଙ୍କୁ ଅଭିନୟ କଳା ବଂଶଗତ ଭାବରେ ମିଳିଛି | ସନ୍ନି ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କ ପୁତ୍ର ଅଟନ୍ତି | ଧର୍ମେନ୍ଦ୍ରଙ୍କର ପରିବାର ଫିଲ୍ମ ଦୁନିଆରେ ଏକ ଜଣାଶୁଣା ପରିବାର ଅଟେ, କିନ୍ତୁ ତାଙ୍କ ଦୁଇ ଝିଅଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି | ଆଜି ଆମେ ଆପଣଙ୍କୁ ଧର୍ମେନ୍ଦ୍ରଙ୍କ ଦୁଇଝିଅଙ୍କ ଏବଂ ସନ୍ନି ଦେୱଲଙ୍କ ନିଜର ଦୁଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ |

ନିଜ ସମୟର ପ୍ରସିଦ୍ଧ ଅଭିନେତା ଥିବା ଧର୍ମେନ୍ଦ୍ର ଦୁଇଟି ବିବାହ କରିଥିଲେ | ପ୍ରଥମ ବିବାହ ସେ ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କ ସହିତ କରିଥିଲେ, ଏବଂ ଦ୍ଵିତୀୟ ବିବାହ ସେ ବଲିଉଡର ଭେଟେରାନ ଅଭିନେତ୍ରୀ ହେମାମାଳିନୀଙ୍କ ସହିତ ଇଣ୍ଡଷ୍ଟ୍ରିକୁ ଆସିବା ପରେ କରିଥିଲେ | ଧର୍ମେନ୍ଦ୍ର ଏବଂ ହେମାଙ୍କର ଦୁଇଟି ଝିଅ ଇଶା ଏବଂ ଆହାନ ଅଟନ୍ତି ସେହିପରି ଧର୍ମେନ୍ଦ୍ର ଏବଂ ପ୍ରକାଶ କୌରଙ୍କର ଚାରୋଟି ପିଲା ଅଛନ୍ତି | ଦୁଇଜଣ ପୁଅ ସନ୍ନି ଏବଂ ବବି ଦେୱଲ | ଦୁଇଝିଅ ବିଜେତା ଏବଂ ଅଜିତା ଅଟନ୍ତି | ଧର୍ମେନ୍ଦ୍ରଙ୍କର ଦୁଇଝିଅ ଲାଇମ ଲାଇଟରୁ ବହୁ ଦୂରରେ ରହିଥାନ୍ତି |

ବଡ ଝିଅ ଅଜିତା:

ଧର୍ମେନ୍ଦ୍ରଙ୍କର ବଡ ଝିଅ ଅଜିତାଙ୍କ ବିବାହ କିରଣ ଚୌଧୁରୀଙ୍କ ସହିତ ହୋଇଥିଲା | ବିବାହ ପରେ ଅଜିତା ନିଜର ସ୍ୱାମୀଙ୍କ ସହିତ ଆମେରିକାରେ ରହିଯାଇଥିଲେ | ସେ କାର୍ଲିଫର୍ଣ୍ଣିଆରେ ନିଜର ସ୍ୱାମୀଙ୍କ ସହିତ ରହୁଛନ୍ତି |

ଅଜିତାଙ୍କ ସ୍ୱାମୀ କିରଣ ଚୌଧୁରୀ ଜଣେ ଲେଖକ ଅଟନ୍ତି | ତାଙ୍କର ଏକ ପୁସ୍ତକ “୧୦୦୦ Decorative designs form india ” ବହୁତ ଚର୍ଚ୍ଚାରେ ରହିଥିଲା |

ସାନ ଝିଅ ବିଜେତା:

ସନ୍ନି ଏବଂ ବେବିଙ୍କର ନିଜର ସାନ ଭଉଣୀଙ୍କ କଥା କହିବାକୁ ଗଲେ ବିଜେତାଙ୍କର ବିବାହ ସମ୍ବନ୍ଧରେ କୌଣସି ଅଧିକାରିକ ସୂଚନା ଉପଲବ୍ଧ ନାହିଁ | ତାଙ୍କୁ ନେଇ କୁହାଯାଏ ଯେ ବିଜେତା ମଧ୍ୟ ନିଜର ବଡ ଭଉଣୀଙ୍କ ସହିତ ହିଁ କାର୍ଲିଫର୍ଣ୍ଣିଆରେ ରୁହନ୍ତି |

ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ର ନିଜର ସାନ ଝିଅ ବିଜେତାଙ୍କ ନାମରେ ନିଜର ପ୍ରଡକ୍ସନ ହାଉସ “ବିଜେତା ଫିଲ୍ମସ”ର ନାମ ମଧ୍ୟ ରଖିଥିଲେ |

ଧର୍ମେନ୍ଦ୍ର ମଧ୍ୟ ପାରିବାରୁ ଦୁରେଇ ରୁହନ୍ତି:

କହି ରଖୁଛୁ ଯେ ଧର୍ମେନ୍ଦ୍ର ୮୫ ବର୍ଷ ବୟସରେ ଉପନୀତ ହୋଇସାରିଲେଣି ଏବଂ ବର୍ତ୍ତମାନ ସେ ଫିଲ୍ମ ଦୁନିଆର ଚାକଚକ୍ୟରୁ ବହୁତ ଦୂରରେ ହିଁ ରହିଥାନ୍ତି | ଏଥିସହିତ ଧର୍ମେନ୍ଦ୍ର ନିଜର ଦୁଇ ପୁଅ ସନ୍ନି, ବବି ଏବଂ ଦୁଇ ପତ୍ନୀ ପ୍ରକାଶ-ହେମାଙ୍କ ଠାରୁ ଦୂରରେ ରହିଛନ୍ତି | ସେ ମୁମ୍ବାଇ ପାଖରେ ଲୋନାବଲା ସ୍ଥିତ ନିଜର ଏକ ଫର୍ମ ହାଉସରେ ଏକୁଟିଆ ରହୁଛନ୍ତି |

ତାଙ୍କର ଏଠାରେ ଏକ ବଡ ଫର୍ମ ହାଉସ ରହିଛି | ସେ ଏଠାରେ ଫାଂର୍ମିଙ୍ଗ କରୁଛନ୍ତି | ସେ କହୁଛନ୍ତି ଯେ ତାଙ୍କୁ ଏଠାରେ ବହୁତ ଶାନ୍ତି ମିଳିଥାଏ | ଅଧିକାଂଶ ସମୟରେ ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ଫାଂର୍ମିଙ୍ଗ କରୁଥିବାର ଭିଡିଓ ଏବଂ ଫୋଟୋ ସେୟାର କରିଥାନ୍ତି | ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ବହୁତ ସ୍ନେହ ପ୍ରଦର୍ଶନ କରିଥାନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *