ପିତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଙ୍କ ଉପରେ କଲେ FIR ଏବଂ ସୁଶାନ୍ତ ଙ୍କୁ ଧୋକା ଦେଇଛନ୍ତି…

ସୁଶାନ୍ତଙ୍କ ଆତ୍ମହତ୍ୟାର ଦେଢ଼ ମାସ ପରେ ତାଙ୍କ ପିତା ରିୟାଙ୍କ ବିରୋଧରେ ଏକ FIR ଫାଇଲ କରିଛନ୍ତି। ସୁଶାନ୍ତଙ୍କ ଠାରୁ ମୋଟା ଅଙ୍କର ଟଙ୍କା ହଡ଼ପ କରବା ସହିତ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିବାର ଅରୋପ ଆଣିଛନ୍ତି ସୁଶାନ୍ତଙ୍କ ପିତା। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ଲଗାତର ଟ୍ରୋଲ କରାଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ରିୟା ଦୁଖଦ ପୂର୍ଣ୍ଣ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ନେଇ ମଧ୍ୟ ରିୟାଙ୍କୁ ଟ୍ରୋଲ କରାଯାଇଥିଲା। ଏହାଛଡା ସୁଶାନ୍ତଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଗୃହ ମନ୍ତ୍ରୀଙ୍କୁ ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଥିଲେ ରିୟା। ରିୟାଙ୍କ ଏପରି କାର୍ଯ୍ୟକୁ ଦେଖି ଅନେକ ଲୋକ କହିଥିଲେ, ରିୟା ଏହି କେସରୁ ବାହାରି ଆସିବା ପାଇଁ ଏଭଳି କରୁଛନ୍ତି।

ସୁଶାନ୍ତଙ୍କ ପିତା ୬ପୃଷ୍ଠାର ଏକ FIR ଲେଖି ରିୟାଙ୍କ ଉପରେ ଜବରଦସ୍ତ ଚାର୍ଜସିଟ ଲଗାଇଛନ୍ତି। ସେ FIR ରେ ଲେଖିଛନ୍ତି ଯେ, ରିୟା ସୁଶାନ୍ତ ସିଂଙ୍କ ଜୀବନକୁ ନିଜର କ୍ୟାରିୟର ବନାଇବା ପାଇଁ ଜାଣିଶୁଣି ଆସିଥିଲେ ।FIR ରେ ରିୟା ସୁଶାନ୍ତଙ୍କ ଆକାଉଣ୍ଟ ଖାଲି କରିଥିବା ନେଇ ଅଭିଯୋଗ ହୋଇଛି ।

ରିୟା ସୁଶାନ୍ତଙ୍କୁ କିଛି ବାହାନା କରି ଏକ ରିସୋର୍ଟକୁ ନେଇଗଲେ ଯେଉଁଠାରେ ସୁଶାନ୍ତଙ୍କୁ ଔଷଧର ମାତ୍ରା ଅଧିକ ଦିଆଯାଇଥିଲା, ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ସେ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କୁ ଡେଙ୍ଗୁ ହୋଇଛି । ରିୟା ସୁଶାନ୍ତଙ୍କୁ ଧମକ ଦେଇଥିଲେ ଯେ ସେ ଇଣ୍ଡଷ୍ଟ୍ରିରେ ଥିବା ସମସ୍ତଙ୍କୁ କହିବେ ଯେ ସୁଶାନ୍ତ ମାନସିକ ଅସୁସ୍ଥତା ପାଇଁ ଔଷଧ ଖାଉଛନ୍ତି।

ସୁଶାନ୍ତ ଯେଉଁ ଘରେ ଦୀର୍ଘ ବର୍ଷ ଧରି ରହୁଥିଲେ ସେହି ଘରେ ଭୁତ ପ୍ରେତ ରହୁଥିବା କହି ଘର ଛାଡିବାକୁ ବାଧ୍ୟ କରିଥିଲେ ରିୟା ଏବଂ ସେ ଘର ଛାଡ଼ିଦେଇଥିଲେ, ପରେ ରିୟା ସୁଶାନ୍ତଙ୍କ ସମସ୍ତ ଜିନିଷ ଉପରେ କବ୍ଜା କରିନେଇଥିଲେ। ରିୟା ସୁଶାନ୍ତଙ୍କ ଘରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ବଦଳାଇ ଦେଉଥିଲେ। ରିୟା ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ସମସ୍ତ ଆକାଉଣ୍ଟ୍, କ୍ରେଡିଟ୍ କାର୍ଡ ସେମାନଙ୍କ ନିଜ ଅଧୀନରେ ରଖିଥିଲେ । ସେ ସୁଶାନ୍ତଙ୍କ ଟଙ୍କା ବ୍ୟବହାର କରୁଥିଲେ।

ସୁଶାନ୍ତଙ୍କ ମୋବାଇଲ ନମ୍ବର ବ୍ଲକ କରିଦିଆଯାଇଥିଲା, ଯାହା ଦ୍ୱାରା ସେ ପରିବାର ସହ କଥା ହୋଇପାରିବେ ନାହିଁ। ରିୟା ଜାଣିଶୁଣି ସୁଶାନ୍ତଙ୍କୁ ଭୁଲ ଔଷଧ ଦେଉଥିଲେ ଏବଂ ତାଙ୍କୁ ପାଗଳ କରିବାକୁ ଚେଷ୍ଟା କରିଥିଲେ । ସୁଶାନ୍ତ ଚଳଚ୍ଚିତ୍ର ଜଗତ ଛାଡି କେରଳରେ ତାଙ୍କର ନିକଟତମ ବନ୍ଧୁ ମହେଶଙ୍କ ସହ ଅର୍ଗାନିକ ଫାରମିଙ୍ଗ କରିବାକୁ ଚାହୁଁଥିଲେ। କିନ୍ତୁ ରିୟା ତାଙ୍କୁ ସେଠାକୁ ଯିବାକୁ ଦେଇନଥିଲେ। ସେ ଧମକ ଦେଉଥିଲେ ଯେ ଯଦି ତୁମେ ମୋ କଥା ନଶୁଣୁ, ତେବେ ମୁଁ ତୁମର ସମସ୍ତ ମେଡ଼ିକାଲ ରିପୋର୍ଟକୁ ମିଡିଆକୁ ଦେଇଦେବି ଏବଂ କହିବି ଯେ ତୁମେ ପାଗଳ ହୋଇଯାଇଛ।

ଯେତେବେଳେ ରିୟା ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଘରୁ ବାହାରିଥିଲେ, ସେତେବେଳେ ସେ ସୁଶାନ୍ତଙ୍କ ଘରେ ରଖାଯାଇଥିବା ସମସ୍ତ ଟଙ୍କା, ଅଳଙ୍କାର ଏବଂ ସୁଶାନ୍ତଙ୍କ ମେଡ଼ିକାଲ ରିପୋର୍ଟ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। ରିୟା ସୁଶାନ୍ତଙ୍କ ଉପରେ ଚାପ ପକାଉଥିଲେ ଯେ ରେହା ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ନଚେତ୍ ସେ ସୁଶାନ୍ତଙ୍କୁ ଫିଲ୍ମ କରାଇବାକୁ ଛାଡିବେ ନାହିଁ।

କେ.କେ ସିଂ କହିଛନ୍ତି ଯେ ମୋ ପୁଅକୁ ଧୋଖା ଦିଆ ଯାଇଛି। ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଥିଲା । ଖୁବ୍ କମ୍ ସମୟ ମଧ୍ୟରେ ଏହି ଆକାଉଣ୍ଟରୁ ୧୫ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା, ଯେଉଁ ଆକାଉଣ୍ଟ ଗୁଡିକ ସହିତ ସୁଶାନ୍ତ ସିଂ ରାଜପୁତଙ୍କର କିଛି ସମ୍ବନ୍ଧ ନଥିଲା। ଏହାଛଡା ସୁଶାନ୍ତ କେତେକ କମ୍ପାନୀ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ।

ଯେଉଁ କମ୍ପାନୀ ଗୁଡିକ ଭଲ ଉନ୍ନତି କରୁଥିଲା। ତେବେ ଏହି କମ୍ପାନୀ ଗୁଡିକରେ ରିୟା ୫୦ ପ୍ରତିଶତରୁ ଅଧିକ ଅଂଶୀଦାର ଥିଲେ। ଖାଲି ରିୟା ନୁହନ୍ତି ରିୟାଙ୍କ ଭାଇ ମଧ୍ୟ ଏହି କମ୍ପାନୀ ଗୁଡିକର ଅଂଶୀଦାର ଥିଲେ। ଅନୁସନ୍ଧାନରୁ ଜଣା ପଡିଥିଲା ଏହି କମ୍ପାନୀ ଗୁଡିକରେ ରିୟାଙ୍କ ଗୋଟିଏ ଟଙ୍କା ମଧ୍ୟ ଲାଗି ନଥିଲା। ସବୁ ଟଙ୍କା ସୁଶାନ୍ତ ନିବେଶ କରିଥିଲେ।

ସେହିପରି ରିୟା ଏତେ ପ୍ରତିଷ୍ଠିତ ଅଭିନେତ୍ରୀ ମଧ୍ୟ ନୁହନ୍ତି। ମାତ୍ର ଟଙ୍କା ଜୀବନ ଧାରା ବହୁତ ରିଚ ରହିଥିଲା। ତେବେ ସେ ସୁଶାନ୍ତଙ୍କ ଟଙ୍କାରେ ହିଁ ଏକ ବିଳାସ ବ୍ୟାସନର ଜୀବନ କାଟୁଥିଲେ। ଏହି କମ୍ପାନୀ ଗୁଡିକର ଏପରି ଏଗ୍ରିମେଣ୍ଟ କରାଯାଇଛି ଯେ ଯଦି ସୁଶାନ୍ତଙ୍କର ଆଗକୁ ଯାଇ କିଛି ହୋଇଯାଉଛି କିମ୍ବା ସେ କୌଣସି କାରଣରୁ କମ୍ପାନୀ ଛାଡି ଦେଉଛନ୍ତି ତେବେ ଏସବୁ କିଛି ରିୟା ଏବଂ ତାଙ୍କ ଭାଇର ହୋଇଯିବ।

ସୁଶାନ୍ତଙ୍କ ସମ୍ପତ୍ତିକୁ ହାସଲ କରିବା ପାଇଁ ରିୟା ଏପରି କରିଛନ୍ତି ବୋଲି କେ କେ ସିଂ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ସୁଶାନ୍ତଙ୍କ କେସରେ ବହୁତ ଲୋକଙ୍କ ହାତ ଥିବାବେଳେ ସେ କେବଳ ରିୟାଙ୍କ ବିରୋଧରେ କେସ କରିବାର କାରଣ ହେଉଛି ସେ ପୂର୍ଣ୍ଣ ରୂପରେ ନିଶ୍ଚିତ ଅଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ହାତ ରହିଛି।

Leave a Reply

Your email address will not be published. Required fields are marked *