ସୁଶାନ୍ତ ସିଂହ ରାଜପୁତ ଙ୍କୁ ନେଇ ଡାଏରୀ ଲେଖୁଥିଲେ ୧୫ ବର୍ଷ ର ବାଳିକା , ଏବେ ନିଜେ ମଧ୍ୟ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି

ସୁଶାନ୍ତ ସିଂହ ରାଜପୁତ ଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ବି ଟାଉନ ରେ ମଧ୍ୟ ଷ୍ଟାର ମାନେ ଦୁଇ ଗ୍ରୁପ ରେ ଭାଗ ମଧ୍ୟ ହୋଇଗଲେ । କିଛି ସୁଶାନ୍ତ ଙ୍କ ମୃତ୍ୟୁ କୁ ନେପୋଟିଜ୍ମ ଆଉ କିଛି ଡିପ୍ରେସନ ଯୋଗୁଁ କରିଛନ୍ତି ବୋଲି କହୁଛନ୍ତି । ନିକଟରେ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ର ଏକ ୧୫ ବର୍ଷୀୟ ବାଳିକା ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ସେ ଏକ ଡାଏରୀ ଲେଖୁଥିଲେ ଯେଉଁଥିରେ ସେ ସୁଶାନ୍ତ ସହ ଜଡ଼ିତ କଥା ଲେଖୁଥିଲେ ।

ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ର ରାଜଧାନୀ ପୋର୍ଟ ବ୍ଲେୟର ରେ ୧୫ ବର୍ଷୀୟ ବାଳିକା ୧୭ ଜୁନ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ବାଳିକା ଏକ ଡାଏରୀ ଯେଉଁଥିରେ ସେ ସୁଶାନ୍ତ ଙ୍କ ବିଷୟରେ ଲେଖିଥିଲେ । ପୋଲିସ କୁ କୌଣସି ସୁଇସାଇଡ ନୋଟ ମିଳି ନଥିଲେ ମଧ୍ୟ ତାଙ୍କ ଡାଏରୀରେ ସୁଶାନ୍ତ ଙ୍କ ଆତ୍ମହତ୍ୟା ବିଷୟରେ ଲେଖା ଥିବା ଦେଖିବାକୁ ପାଇଲେ ଓ ସେଥିରେ ମଧ୍ୟ ଲେଖା ଥିଲା କି ସେ ସୁଶାନ୍ତ କୁ ବହୁତ ପସନ୍ଦ କରନ୍ତି । ଏଥିପାଇଁ ଏହି ଆତ୍ମହତ୍ୟା କୁ ସୁଶାନ୍ତ ଙ୍କ ଆତ୍ମହତ୍ୟା ସହ ଯୋଡ଼ି ଦେଖା ଯାଉଛି ।

sushant singh
google

ଆଣ୍ଡାମାନ ର ଡିଜିପି ଦିପେନ୍ଦ୍ର ପାଠକ ନିକଟରେ ମିଡ଼ିଆ ସହ କଥାବାର୍ତ୍ତା ସମୟରେ କହିଥିଲେ କି ତାଙ୍କ ପରିବାର ଲୋକ ଙ୍କ କହିବା ଅନୁସାରେ ତାଙ୍କ ପିଲା କିଛି ଦିନ ରୁ ଡିପ୍ରେସନ ରେ ଥିଲା । ତାଙ୍କ ଡାଏରୀରେ ଅଭିନେତା ସୁଶାନ୍ତ ଙ୍କ ବିଷୟରେ କିଛି ଲେଖା ହେଇଥିଲା । ସୁଶାନ୍ତ ତାଙ୍କୁ ବହୁତ ଭଲ ଲାଗୁଥିଲେ କିନ୍ତୁ ତାଙ୍କୁ କୌଣସି ସୁଇସାଇଡ ନୋଟ କିଛି ମିଳିନାହିଁ ।

ଏହା ପୂର୍ବରୁ ମଧ୍ୟ ପ୍ରଦେଶ ର ସାଗର ଜିଲ୍ଲା ରେ ଗୁରୁବାର ଏକ ୨୦ ବର୍ଷୀୟ ଯୁବତୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟ ବିଷୟ ଏହା କି ସେ ଫାଶୀ ଲଗାଇବା କିଛି ସମୟ ପୂର୍ବରୁ କହିଥିଲେ କି ସେ ମଧ୍ୟ ସୁଶାନ୍ତ ରାଜପୁତ ଭଳି ଫାଶୀ ଲଗାଇ ଆତ୍ମହତ୍ୟା କରିବେ । ପୂର୍ବଦିନ ମଧ୍ୟ ଏମିତି ଏକ ମାମଲା ବରେଲୀ ଆସିଥିଲା ଯାହା ଏକ ଦଶମ ଶ୍ରେଣୀ ର ଛାତ୍ର ଟିଭି ରେ ସୁଶାନ୍ତ ଙ୍କ ଆତ୍ମହତ୍ୟା ଖବର ଦେଖିବା ପରେ ନିଜେ ଫାଶୀ ଫଦା ବନେଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଛାତ୍ର ନିଜର ଆତ୍ମହତ୍ୟା ନୋଟ ରେ ଲେଖିଛନ୍ତି କି ସୁଶାନ୍ତ ସିଂହ ଆତ୍ମହତ୍ୟା କରି ପାରୁଛନ୍ତି ତେବେ ସେ କାହିଁକି ନୁହେଁ ।

ଏହା ଛଡା ବିହାର ର ନାଳଦା ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ଫେନ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ଖବର ରେ ଦୁଃଖ ରେ ଥିଲେ । କୁହାଯାଉଛି କି ସେ ମୃତ୍ୟୁ ପୂର୍ବରୁ ବାରମ୍ବାର କହୁଥିଲେ ସେ କେବେ ଆତ୍ମହତ୍ୟା କରି ପାରିବେନି । ସୁଶାନ୍ତ ସିଂହ ରାଜପୁତ ଙ୍କ ଏମିତି ଅଚାନକ ଚାଲିଯିବା ଫଳରେ ପୁରା ଦେଶ ଶୋକ ରେ ଅଛି । ସୁଶାନ୍ତ ୩୪ ବର୍ଷ ବୟସ ରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ସେ ୧୪ ଜୁନ ରେ ମୁମ୍ବାଇ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

google

ସୁଶାନ୍ତ ଙ୍କ ଅସ୍ଥି ଗୁରୁବାର ଦିନ ପାଟଣାର ଏନଆଇଟି ଘାଟ ରେ ବିସର୍ଜନ କରାଯାଇଛି । ଅସ୍ଥି ବିସର୍ଜନ ସମୟରେ ସୁଶାନ୍ତ ଙ୍କ ପିତା ଓ ତାଙ୍କ ଭଉଣୀ ସେଠାରେ ଉପସ୍ଥିତ ଥିଲେ । ପୋଲିସ ସୁଶାନ୍ତ ସିଂହ ରାଜପୁତ ଙ୍କ ନିଧନ ପରେ ଯାଞ୍ଚ ଆରମ୍ଭ କରି ଦେଇଛି । ବଲିଉଡ ଷ୍ଟାର ଙ୍କ ଠାରୁ ଆରମ୍ଭ କରି ତାଙ୍କ ଘନିଷ୍ଠ ବନ୍ଧୁ ପର୍ଯ୍ୟନ୍ତ ସମସ୍ତଙ୍କୁ ପଚରାଉଚରା କରାଯାଉଛି ସେମାନଙ୍କୁ ବହୁତ ପ୍ରକାର ପ୍ରଶ୍ନ ପଚରା ଯାଉଛି ।

Leave a Reply

Your email address will not be published. Required fields are marked *