ସ୍ୱାମୀ ଆଣିଲେ ଅଭିଯୋଗ ମୁଁ ନୁହେଁ ଏକ ବିଲେଇ ଦ୍ୱାରା ଗର୍ଭବତୀ ହୋଇଛନ୍ତି ପତ୍ନୀ।

ବହୁ ସମୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥାଉ। ଏପରି କିଛି ଘଟଣା ଯାହା ଉପରେ ବିଶ୍ୱାସ କରିବା ମଧ୍ୟ ସମ୍ଭବପର ହୋଇନଥାଏ। ଶୁଣିଲେ ଆଶ୍ଚର୍ଯ୍ୟ ସହିତ ହସ ମଧ୍ୟ ଲାଗିଥାଏ। ଏବେ ଏହି ସ୍ଵାମୀଙ୍କ ଉଦାହରଣ ନେଇ ନିଅନ୍ତୁ। ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତି ଲୋକ ମାନଙ୍କ ସହିତ ନିଜ ସ୍ତ୍ରୀଙ୍କର ଗର୍ଭବତୀ ହେବା ସମାଚାରକୁ ସେୟାର କରିଛନ୍ତି। ଏହି ଖବରକୁ ପଢିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ କେହି ବିଶ୍ୱାସ କରିପାରିଲେ ନାହିଁ ଯେ କିପରି ଏକ ବିଲେଇ କୌଣସି ମହିଳାଙ୍କୁ ଗର୍ଭବତୀ କରିପାରିବେ। ତେବେ ଏହି ଘଟଣାର ରହସ୍ୟ ଉପରୁ ପରଦା ଉଠାଇଛନ୍ତି ଖୋଦ ସେହି ମହିଳାଙ୍କ ସ୍ୱାମୀ।

ସୋସିଆଲ ମିଡ଼ିଆରେ ନିଜ ସ୍ତ୍ରୀର ଗର୍ଭବତୀ ହେବାର ଖବରକୁ ସେୟାର କରିଥିଲେ ଜଣେ ବ୍ୟକ୍ତି। ଖାଲି ସେତିକି ନୁହଁ ସେ ଲେଖିଥିଲେ ଯେ, ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି ଏବଂ ତାଙ୍କୁ ଆଉ କେହି ନୁହଁ ତାଙ୍କ ନିଜ ବିଲେଇ ହିଁ ଗର୍ଭବତୀ ବନାଇଛନ୍ତି।

ଏହି ଦମ୍ପତିଙ୍କର ପୂର୍ବରୁ ଗୋଟିଏ ଝିଅ ଅଛି। ଦୁହେଁ କରୋନା ମହାମାରୀ ସମାପ୍ତ ହେବା ପରେ ଆଉ ଏକ ସନ୍ତାନ କରିବା ପାଇଁ ଭାବିଥିଲେ। ମାତ୍ର ହଠାତ ତାଙ୍କ ସ୍ତ୍ରୀ ଗର୍ଭବତୀ ହୋଇଯାଇଥିଲେ।

ବ୍ୟକ୍ତି ଜଣକ କହିଥିଲେ ଯେ ଆଗରୁ ତାଙ୍କ ପତ୍ନୀ ଗର୍ଭରୋଧକ ମେଡିସିନ ଖାଉଥିଲେ। କିନ୍ତୁ ଏହି ମେଡିସିନ ଦ୍ୱାରା ହେଉଥିବା ସାଇଡଇଫେକ୍ଟ କାରଣରୁ ଦମ୍ପତି କଣ୍ଡମ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ।

କଣ୍ଡମର ୯୮ ପ୍ରତିଶତ ପ୍ରଭାବ ଥାଇ ମଧ୍ୟ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ଯେତେବେଳେ ସ୍ୱାମୀଙ୍କ ହାତକୁ ସ୍ତ୍ରୀର ଗର୍ଭବତୀ ହେବାର ରିପୋର୍ଟ ଆସିଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦମ୍ପତିଙ୍କୁ ବିଶ୍ୱାସ ହେଲାନି ଯେ କଣ୍ଡମ ବ୍ୟବହାର ପରେ ମଧ୍ୟ ସେ କିପରି ଭାବରେ ଗର୍ଭବତୀ ହେଲେ। ଏହାପରେ ଡ୍ରୟରରୁ ସ୍ୱାମୀ କଣ୍ଡମ ପ୍ୟାକେଟ ବାହାର କରିବା ପରେ ସବୁ ରହସ୍ୟ ଜଣାପଡିଲା।

ବାସ୍ତବରେ ତାଙ୍କ ଘରେ ଥିବା ବିଲେଇଟି ସବୁ କଣ୍ଡମ ପ୍ୟାକେଟରେ ବିଳ କରିଦେଇଥିଲା। ଏବିଷୟରେ ଦମ୍ପତିଙ୍କୁ କିଛି ଜଣା ନଥିଲା। ଯେଉଁ କାରଣରୁ ସେକ୍ସ କରୁଥିବା ସମୟରେ କଣ୍ଡମ ବ୍ୟବହାର କରିଥିଲେ ମଧ୍ୟ ମହିଳା ଜଣକ ଗର୍ଭବତୀ ହୋଇଯାଇଥିଲେ।

ସୋସିଆଲ ମିଡ଼ିଆରେ ଏହି ଖବର ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଥିଲେ। କେତେକ ଲୋକ ଏହାକୁ ଏକ ମଜାଦାର ବିଷୟ କହିଥିବା ବେଳେ ଅନ୍ୟ କିଛି ଲୋକ ଦମ୍ପତିଙ୍କୁ ସାନ୍ତ୍ୱନା ଦେଇଥିଲେ।

Leave a Reply

Your email address will not be published. Required fields are marked *