ସ୍ଵାମୀଙ୍କ ହାତରେ କେଉଁ ରେଖା ଥିଲେ ଜୀବନ ସାରା ଖୁସିରେ ରୁହନ୍ତି ପତ୍ନୀ।

ଜଣେ ବ୍ୟକ୍ତିର ହାତରେ ଥିବା ରେଖାକୁ ଦେଖି ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ। ହସ୍ତରେଖା ଶାସ୍ତ୍ରରେ କିଛି ବିଶେଷ ରେଖା ଗୁଡିକର ଉଲ୍ଲେଖ କରାଯାଇଛି। ଯେଉଁମାନଙ୍କ ହାତରେ ଏହି ରେଖା ଅଛି ସେମାନେ ପ୍ରକୃତ ଜୀବନ ସାଥୀ ହୋଇପାରନ୍ତି। ତେଣୁ ଯଦି ତୁମେ କାହା ସହିତ ବିବାହ କରୁଛନ୍ତି। ତେବେ ନିଶ୍ଚିତ ଭାବରେ ତାଙ୍କ ହାତରେ ଏହି ରେଖାଗୁଡ଼ିକ ଦେଖି ନିଅନ୍ତୁ। ଏହି ରେଖାଗୁଡିକ ଥିଲେ, ଜାଣିନିଆନ୍ତୁ ଯେ ଆପଣ ଜୀବନ ସାଥୀ ଭାବରେ ସଠିକ୍ ବ୍ୟକ୍ତିଙ୍କୁ ଚୟନ କରିଛନ୍ତି।

ଯଦି ପୁରୁଷଙ୍କ ହାତରେ ଥାଏ ଏହି ରେଖା ତେବେ ସ୍ତ୍ରୀ ମାନେ ଆଜୀବନ ଶାସନ କରିଥାନ୍ତି:

ଯଦି କୌଣସି ପୁରୁଷଙ୍କର ବାମ ହାତରେ ଦୁଇଟି ବିବାହ ରେଖା ଏବଂ ଡାହାଣ ହାତରେ ଗୋଟିଏ ବିବାହ ରେଖା ଅଛି, ତେବେ ଜାଣି ନିଅନ୍ତୁ ଯେ ଏହି ବ୍ୟକ୍ତି ପ୍ରକୃତ ଜୀବନ ସାଥୀ ବୋଲି ପ୍ରମାଣିତ ହୋଇଥାନ୍ତି। କେବଳ ଏତିକି ନୁହେଁ, ଯେଉଁମାନଙ୍କର ବାମ ହାତରେ ଦୁଇଟି ବିବାହ ରେଖା ଅଛି, ସେମାନେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ପତ୍ନୀଙ୍କୁ ସର୍ବଦା ଖୁସି ରଖନ୍ତି | ଏହିପରି ଲୋକମାନେ ସର୍ବଦା ପତ୍ନୀଙ୍କୁ ସମର୍ଥନ କରନ୍ତି ଏବଂ ତାଙ୍କ କ୍ୟାରିୟର ବନାଇବାରେ ସାହାଯ୍ୟ କରଥାନ୍ତି। ତେଣୁ, ଯଦି ଏହି ପ୍ରକାରର ରେଖା ଆପଣଙ୍କ ପ୍ରେମିକଙ୍କ ହାତରେ ଅଛି, ତେବେ ନିଶ୍ଚିତ ଭାବରେ ତାଙ୍କୁ ବିବାହ କରି ନିଅନ୍ତୁ।

ତ୍ରିଶୂଳ ଆକୃତିର ରେଖା:

ହସ୍ତରେଖା ଶାସ୍ତ୍ର ମୁତାବକ, ଯଦି କୌଣସି ପୁରୁଷର ହାତ ପାପୁଲିରେ ବିବାହ ରେଖା ଶେଷରେ ତ୍ରିଶୂଳ ଚିହ୍ନ ରହିଥାଏ, ତେବେ ସେ ବହୁତ ଭଲ ସ୍ୱାମୀ ଭାବରେ ପ୍ରମାଣିତ ହୋଇଥାନ୍ତି। ଏହିପରି ପୁରୁଷମାନେ ନିଜ ପତ୍ନୀଙ୍କ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି। ଉଭୟଙ୍କ ପାରସ୍ପରିକ ବୁଝାମଣା ବହୁତ ଭଲ ରହିବା ସହିତ ପ୍ରତ୍ୟେକ କାର୍ଯ୍ୟରେ ସ୍ୱାମୀଙ୍କ ସମର୍ଥନ ମିଳିଥାଏ। ଯେଉଁ ମହିଳାମାନଙ୍କ ସ୍ୱାମୀଙ୍କ ହାତରେ ଏହି ଚିହ୍ନ ଥାଏ, ସେମାନେ ଜୀବନରେ ବହୁତ ଉନ୍ନତି କରିଥାନ୍ତି ଏବଂ ସେମାନଙ୍କର ପ୍ରତ୍ୟେକ ସ୍ୱପ୍ନକୁ ପୂରଣ ହୋଇଥାଏ।

ମସ୍ତିଷ୍କରେ ସିଧା ରେଖା ଥିଲେ:

ଯେଉଁମାନଙ୍କର ମସ୍ତିଷ୍କ ରେଖା ଯେତେ ନିର୍ଦୋଷ ଏବଂ ସିଧା, ସେମାନଙ୍କ ହୃଦୟ ସେତେ ପରିଷ୍କାର ହୋଇଥାଏ। ଏପରି ବ୍ୟକ୍ତି ନିଜ ଜୀବନ ସାଥୀକୁ କେବେ ମିଛ କୁହନ୍ତି ନାହିଁ ଏବଂ ତାଙ୍କୁ ସର୍ବଦା ସମର୍ଥନ କରିଥାନ୍ତି। ଏହା ବ୍ୟତୀତ, ଏହିପରି ଲୋକମାନେ ବହୁତ ଉନ୍ନତି ମଧ୍ୟ କରିଥାନ୍ତି ଏବଂ ସର୍ବଦା ନିଜ ପତ୍ନୀଙ୍କୁ ଖୁସିରେ ରଖିଥାନ୍ତି।

ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏପରି ହସ୍ତରେଖା ଥିବା ମହିଳାଙ୍କ ସ୍ଵାମୀ:

ମହିଳାଙ୍କ ହାତରେ ତ୍ରିଶୂଳ ଆକୃତିର ରେଖା ଥିଲେ: ଯେଉଁ ମହିଳାମାନଙ୍କ ହାତରେ ତ୍ରିଶୂଳ ଆକୃତିର ଚିହ୍ନ ଥାଏ ସେମାନେ ଭାଗ୍ୟବାନ ହୋଇଥାନ୍ତି। ଏପରି ହସ୍ତରେଖା ଥିବା ମହିଳାଙ୍କୁ ବିବାହ କଲେ, ଭାଗ୍ୟ ଉଜ୍ଜ୍ୱଳ ହୋଇଯାଏ। ଆପଣ ଯାହା ବି କାର୍ଯ୍ୟ ଆରମ୍ଭ କରନ୍ତି ସେହି କାର୍ଯ୍ୟରେ ଆପଣଙ୍କୁ କେବଳ ସଫଳତା ମିଳିଥାଏ।

ବିବାହ ରେଖା ଦୀର୍ଘ ହୋଇଥିଲେ: ଯଦି କୌଣସି ମହିଳାଙ୍କ ହାତରେ ଦୀର୍ଘ ବିବାହ ରେଖା ରହିଥାଏ, ତେବେ ସେ ତାଙ୍କ ସ୍ୱାମୀଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହୋଇଥାନ୍ତି। ଏହିପରି ମହିଳାମାନେ ସ୍ୱାମୀଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାନ୍ତି ଏଥିସହିତ ସ୍ୱାମୀଙ୍କ ହାତ କେବେ ବି ଛାଡନ୍ତି ନାହିଁ। ଏହାଛଡା, ଯଦି ସୂର୍ଯ୍ୟ ପର୍ବତ ରେଖା ପତ୍ନୀଙ୍କ ହାତରେ ଲମ୍ବା ଥାଏ । ତେବେ ସେ ଧନୀବନ ବୋଲି ପ୍ରମାଣିତ ହୋଇଥାନ୍ତି। ଏପରି ମହିଳାଙ୍କ ଜୀବନରେ କେବେ ବି ଅର୍ଥର ଅଭାବ ହୋଇନଥାଏ।

ହସ୍ତ ରେଖାରେ ପଦ୍ମଫୁଲ ଆକୃତି ଥିଲେ: ହାତରେ ପଦ୍ମଫୁଲ ଆକୃତିର ଚିହ୍ନ ରହିବା ମଧ୍ୟ ଶୁଭ ହୋଇଥାଏ।ଏପରି ଆକୃତିର ଅର୍ଥ ହେଉଛି ଧନର ଦେବୀଙ୍କ କୃପା ରହିଛି ଏବଂ ଏହିପରି ମହିଳାମାନେ ପୁରୁଷଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ ପ୍ରମାଣିତ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *