ଯଦି ସ୍ୱାମୀଙ୍କ ସହ ମିଶିକି ଭୋଜନ କରୁଛନ୍ତି ତାହାଲେ ନିଶ୍ଚିନ୍ତ ପଢନ୍ତୁ, ସ୍ବାମୀଙ୍କ ସହ ଭୋଜନ କରୁଥିବା ମହିଳାଙ୍କ ପାଇଁ ଶୁଭ ନା ଅଶୁଭ?

ବନ୍ଧୁଗଣ ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ବହୁତ ଜରୁରୀ ନିୟମ ବିଷୟରେ କୁହାଯାଇଛି। ଯଦି କୌଣସି ମନୁଷ୍ୟ ଏହି ନିୟମର ପାଳନ କରି ଭୋଜନ କରିବ ତ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ବୈଭବର ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦୃଷ୍ଟି କୋଣରେ ମଧ୍ୟ ପଡିଯିବ। ଏହି ପ୍ରକାର ଭୋଜନ କରିବା ଦ୍ୱାରା ମନୁଷ୍ୟ ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାଏ। ଆପଣ ମାନେବି ଭୋଜନ କରିବା ସମୟରେ ଏହି ନିୟମକୁ ଅବଶ୍ୟ ପାଳନ କରନ୍ତୁ। ତ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ କଣ।

ଭୋଜନ କରିବା ପୂର୍ବରୁ ପାଦ ହାତ ମୁଖକୁ ଭଲ ଭାବରେ ଧୋଇ ଭୋଜନ କରିବା ଉଚିତ। ଭୋଜନ ଆଗରୁ ଅନ୍ନ ଦେବତା ଏବଂ ଅନ୍ନପୂର୍ଣା ଦେବୀଙ୍କ ସ୍ତୁତି ବୋଲି ତାଙ୍କୁ ଧନ୍ୟବାଦ ଜଣାଇ ସବୁ ଭୋକିଲା ପ୍ରାଣୀଙ୍କୁ ଅନ୍ନ ପ୍ରାପ୍ତ ହେଉ ବୋଲି ପ୍ରଥନା କରି ଭୋଜନ ଆରମ୍ଭ କରିବା ଉଚିତ।

ଭୋଜନ ବନାଉ ଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନରେ ମନ୍ତ୍ର ଜପ କରି ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ। ସର୍ବ ପ୍ରଥମେ ୩ ଟି ରୁଟି ଗୋଟିଏ ଗାଈ ପାଇଁ, ଗୋଟେ କୁକୁର ପାଇଁ, ଆଉ ଗୋଟେ କାଉ ପାଇଁ ଅଲଗା ତିଆରି କରିସାରି ଅଗ୍ନି ଦେବଙ୍କୁ ଭୋଗ ଲଗେଇ ସାରି ଘର ଲୋକଙ୍କୁ ଖାଇବାକୁ ଦେବା ଉଚିତ। ଭୋଜନ ସମସ୍ତଙ୍କ ସହ ବସି କରନ୍ତୁ। ଚେଷ୍ଟା କରନ୍ତୁ ପରିବାରର ସବୁ ସଦସ୍ୟଙ୍କ ସହିତ ମିଶି ଭୋଜନ କରିବ ପାଇଁ। ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାରର ଲୋକଙ୍କ ଭିତରେ ପ୍ରେମ ଏକତା ରହେ ନାହିଁ।

ଭୋଜନ ସମୟ ସକାଳ ଏବଂ ସନ୍ଧ୍ୟା ସମୟ ଅଟେ କାରଣ ପାଚନ କ୍ରିୟାର ଜଟିଳ ଅଗ୍ନି ସୂର୍ଯ୍ୟଦେବଙ୍କ ଉଦୟର ଦୁଇ ଘଣ୍ଟା ପରେ ଏବଂ ସୂର୍ଯ୍ୟ ଅସ୍ତ ହେବାର ଅଧ ଘଣ୍ଟାଏ ଆଗରୁ ହୋଇଥାଏ। ଯେଉଁ ବ୍ୟକ୍ତି ଗୋଟିଏ ଥର ଭଜନ କରେ ସେ ଯୋଗୀ ହୋଇଥାଏ ଆଉ ଯେଉଁ ବ୍ୟକ୍ତି ଦୁଇଥର ଭୋଜନ କରେ ସେ ଭୋଗୀ ବୋଲି କୁହାଯାଏ।

ଭୋଜନ କରିବାର ଦିଗ। ଭୋଜନ ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି ବସିବା ଉଚିତ। ଦକ୍ଷିଣ ଦିଗକୁ ମୁଖ କରି ବସିବା ଦ୍ୱାରା ଏହା ପ୍ରେତକୁ ପ୍ରାପ୍ତ ହୋଇଥାଏ। ପଶ୍ଚିମ ଦିଗରେ କରାଯାଇଥିବା ଭୋଜନ ରୋଗ ସୃଷ୍ଟି କରିଥାଏ।

ଏହିପରି ଅବସ୍ଥାରେ ଭୋଜନ କରନ୍ତୁ ନାହିଁ। ଖଟ ଉପରେ ବସି ଅର୍ଥାତ ସେଜ ଉପରେ ବସି ହାତରେ ଧରି କିମ୍ବା ଭାଙ୍ଗି ଯାଇଥିବା ବସନରେ ଭୋଜନ ନକରିବା ଉଚିତ। କଳହ ଦୁଃଖ ଜାଗାରେ ମଧ୍ୟ ଭୋଜନ କରିବା ଅନୁଚିତ ମାନାଯାଏ। ବରଗଛ ଏବଂ ଅସ୍ତଗଛ ମୂଳରେ ବସି ଭୋଜନ କରିବା ଉଚିତ ନୁହେଁ। ପରସା ଯାଇଥିବା ଭୋଜନର ନି-ନ୍ଦା କେବେବି କରନ୍ତୁ ନାହିଁ। ଠିଆ ହୋଇ ଭୋଜନ କରିବାବି ଅନୁଚିତ। ଜୋତା ପିନ୍ଧିକି ବି ଭୋଜନ କରିବା ଅନୁଚିତ।

ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଭୋଜନ କିପରି ହେବା ଦରକାର।

ବନ୍ଧୁଗଣ ବହୁତ ରାଗ କିମ୍ବା ବହୁତ ମିଠା ଭୋଜନ କରିବା ଉଚିତ ନୁହେଁ। କାହା ଦ୍ୱାରା ଛଡା ଯାଇଥିବା ଭୋଜନ ବି କରିବା ଉଚିତ ନୁହେଁ। ଅଧା ଖାଇଥିବା ଫଳ ଏବଂ ମିଠା ଖାଇବା ବି ଉଚିତ ନୁହେଁ। ଖାଦ୍ୟ ଖାଇକି ଉଠିବା ପରେ ଦ୍ୱିତୀୟରେ ଭୋଜନ କରିବା ଉଚିତ ନୁହେଁ। ଯେକୌଣସି ବି ଲୋକ ପାର୍ଟି କରି ଖାଇବାକୁ ଦେଉଥିଲେ ସେଠାରେ କେବେବି ଭୋଜନ କରନ୍ତୁ ନାହିଁ। ପଶୁ କିମ୍ବା କୁକୁର ଛୁଇଁ ଥିବା ଭୋଜନକୁ କେବେବି ଗ୍ରହଣ କରନ୍ତୁ ନାହିଁ। ରଜସ୍ୱଳା ସ୍ତ୍ରୀଙ୍କ ଦ୍ୱାରା ପରୋସା ଯାଇଥିବା ଭୋଜନ ମଧ୍ୟ କରନ୍ତୁ ନାହିଁ। ସାଧାରଣ ଘରେ ବଳକା ରହିଥିବା ବାସୀ ଖାଦ୍ୟ ମଧ୍ୟ ଭୋଜନ କରିବା ଉଚିତ ନୁହେଁ। ବାଳ ପଡିଥିବା ଖାଦ୍ୟ ମଧ୍ୟ ଭୋଜନ କରନ୍ତୁ ନାହିଁ। ଅନାଦର ଭାବରେ ପରୋସା ଯାଇଥିବା ଭୋଜନ କେବେବି ମଧ୍ୟ କରନ୍ତୁ ନାହିଁ। କଞ୍ଜୁସ ଦ୍ୱାରା କିମ୍ବା ବେଶ୍ୟା ଧ-ନ୍ଦା କରୁଥିବା ବ୍ୟକ୍ତି ଦ୍ୱାରା ଭୋଜନ କରନ୍ତୁ ନାହିଁ।

ଭୋଜନ କରୁଥିବା ସମୟରେ ରାତି ସମୟରେ ପେଟ ପୁରା ଖାଆନ୍ତୁ ନାହିଁ। ଭଜନ କରିବା ସମୟରେ ବୋଲିବା ଆବଶ୍ୟକ କିନ୍ତୁ ସକାଳୁ କଥା କୁହନ୍ତୁ। ଭୋଜନ କରିବା ସମୟରେ କୌଣସି ପ୍ରକାରର ସମସ୍ୟା ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ। ଭୋଜନକୁ ଚୋବେଇକି ଖାଆନ୍ତୁ। ସର୍ବ ପ୍ରଥମେ ମିଠା ଘରେ ନମକିନ ଏବଂ ଅନ୍ତରେ କଡ଼ବା ଖାଆନ୍ତୁ। କମ ଭୋଜନ କରୁଥିବା ଲୋକଙ୍କୁ ଆରୋଗ୍ୟ, ଆୟୁ, ବଳ ସୁଖ ସୁନ୍ଦର ସନ୍ତାନ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ।

ଭୋଜନ ପରେ କଣ କରିବ ଅନୁଚିତ।

ଭୋଜନ ପରେ ତୁରନ୍ତ ପାଣି କିମ୍ବା ଚା ପିଇବା ଅନୁଚିତ। ଭୋଜନ ପରେ ଦୌଡ଼ିବା, ବସିବା, ଭାବିବା ପ୍ରକାରର କାର୍ଯ୍ୟ କରନ୍ତୁ ନାହିଁ।

ଭୋଜନ ପରେ କଣ କରିବେ

ଦିନରେ ଭୋଜନ କରିବ ପରେ ଚାଲିବା ଉଚିତ। ରାତିରେ ଭୋଜନ ପରେ ଚାଲିବା ଦ୍ୱାରା ପାଚନ କ୍ରିୟା ଉପରେ ପ୍ରଭାବ ପକାଇଥାଏ।ଭୋଜନର ଏକ ଘଣ୍ଟା ପରେ ମିଠା ଘିଅ ଫଳ ଖାଇବା ଦ୍ୱାରା ପାଚନ ଭଲ ଭାବରେ ହୋଇଥାଏ।

ଭୀଷ୍ମ ପିତାମହ ଅର୍ଜୁନଙ୍କୁ ଦେଇଥିବା ମହତ୍ୱପୂର୍ଣ୍ଣ ସନ୍ଦେଶ ରେ କୁହାଯାଇଥିଲା କି ଯେଉଁ ଥାଳିରେ କାହାର ଯଦି ପାଦ ବାଜିଯାଏ ତ ସେହି ଥାଳିକୁ ତ୍ୟାଗ କରିବା ଉଚିତ। ଏହିପରି ଥାଳି ବିଶ୍ୱ ସମାନ ହୋଇଥାଏ। ଭୀଷ୍ମ ପିତାମହ କୁହନ୍ତିକି ବାଳ ବାହାରି ଥିବା ଥାଳିକୁ ଛାଡିଦେବା ଉଚିତ। ବାଳ ବାହାରିବା ପରେ ମଧ୍ୟ ତାକୁ ଭୋଜନ କଲେ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ। ଭୋଜନ କରୁଥିବା ଥାଳିରେ ଯଦି କାହାର ଗୋଡ଼ ବାଜିଯାଏ ତେବେ ସେହି ଥାଳିକୁ ମଧ୍ୟ ତ୍ୟାଗ କରିଦେବା ଉଚିତ।

ଭୀଷ୍ମ ପିତାମହ ଅର୍ଜୁନଙ୍କୁ କହିଥିଲେ କି ଗୋଟିଏ ଥାଳିରେ ଯଦି ଭାଇ ଭାଇ ଭୋଜନ କରନ୍ତି ତେବେ ତାହା ଅମୃତ ସମାନ ହୋଇଯାଏ। ଏହିପରି ଭୋଜନରେ ଧନ, ସ୍ୱାସ୍ଥ୍ୟ, ଲକ୍ଷ ପ୍ରାପ୍ତି ହୋଇଥାଏ। ଭୀଷ୍ମ ପିତମହଙ୍କ ଅନୁସାରେ ପତି ପତ୍ନୀଙ୍କୁ ଗୋଟିଏ ଥାଳିରେ ଭୋଜନ କରିବା ନି-ଷେଧ ଅଟେ। ଏପରି ଭୀଷ୍ମ ପିତାମହଙ୍କ ଅନୁସାରେ ଗୋଟିଏ ଥାଳିରେ ପତି ପତ୍ନୀ ଭୋଜନ କରନ୍ତି ତେବେ ଏହିପରି ଥାଳି ମାଦକ ପଦାର୍ଥରେ ହୋଇଯାଏ। ପତ୍ନୀଙ୍କୁ ପତି ଭୋଜନ କଲା ପରେ ହିଁ ଭୋଜନ କରିବା ଉଚିତ। ଏହିପରି ଘରେ ସୁଖ ସମୃଦ୍ଧି ବନି ରହିଥାଏ।

Leave a Reply

Your email address will not be published. Required fields are marked *