୧୦୦ ଫୁଟ ଉଚ୍ଚାରୁ ଫୋପଡାଗଲା ୧୦ଟି ନୂଆ ଭୋଲଭୋ କାର, ପରେ କ’ଣ ହେଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋଲଭୋ କାର ସୋଶିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହାର ବହୁତ ଚର୍ଚ୍ଚା ହେଉଛି। ପ୍ରଥମେ ଯେତେବେଳେ ଆପଣ ଏହି ଭିଡିଓକୁ ଦେଖିବେ ତ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଆପଣ ଯଦି ଏହା ପଛର ଉଦ୍ଦେଶ୍ୟ ଯାଣିବେ ତେବେ କହିବେ ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି କମ୍ପାନୀ ପାଇଁ ସର୍ବୋପରି ଅଟେ।

ଏମିତିତ ଭୋଲଭୋ କାର ନିଜର ମଜବୁତ ପାଇଁ ଜଣା ଶୁଣା। କିନ୍ତୁ ଏହି ପ୍ରକାରର କ୍ରାଶ ଟେଷ୍ଟ ରେ କମ୍ପାନୀ ପ୍ରତି ଗ୍ରାହକଙ୍କର ବିଶ୍ବାସ ଅଧିକ ବଢିଯିବ। କମ୍ପାନୀ ଦଶ ନୂଆ ଚମକୁଥିବା କାରକୁ ୩୦ ମିଟରର ଉଚ୍ଚା ଘାଇରୁ ଫୋପାଡି କ୍ରାଶ ଟେଷ୍ଟ କଲା । କମ୍ପାନୀ କ୍ରାଶ ଟେଷ୍ଟରେ ବ୍ରାଣ୍ଡ ନ୍ୟୁ କାରକୁ ଉଚ୍ଚାରୁ ଫୋପାଡି କ୍ରାଶ କରିଛି।

ବାସ୍ତବରେ ଏହି କ୍ରାଶକୁ ଜାଣିକି କରାଯାଇଥିଲା। ଏହି ଟେଷ୍ଟକୁ ରେସ୍କ୍ୟୁ ଟ୍ରେନିଙ୍ଗ ପାଇଁ କରାଯାଇଥିଲା। ଏଥିରେ କମ୍ପାନୀର ନୂଆ କାରକୁ ଉଚ୍ଚାରୁ କ୍ରାଶ କରାଯାଇଛି। ଯେଉଁଥିରେ ରେସ୍କ୍ୟୁ ଓ୍ବାର୍କର୍ସକୁ ଟ୍ରେନିଙ୍ଗ ଦିଆଯାଇ ପାରିବ। ଟେଷ୍ଟକୁ ସୁରକ୍ଷିତ ଭାବରେ କରାଯାଇଥିଲା, ଯେଉଁଥିରେ କାହାର କିଛି କ୍ଷତି ହେବ ନାହିଁ।

କମ୍ପାନୀ କ୍ରେନ ସାହାର୍ଯ୍ୟ ପ୍ରଥମେ କାରକୁ ପବନରେ ୩୦ ମିଟର ପର୍ଯ୍ୟନ୍ତ ଟେକି ଧରିଲା ଏବଂ ତାପରେ ଡ୍ରପ କରିଦେଲା। ଏହି ଟେଷ୍ଟରେ କାରର ବହୁତ କ୍ଷତି ହୋଇଛି ଯେମିତି କୌଣସି ବଡ ର୍ଦୁଘଟଣାରେ ହୋଇଥାଏ। କିନ୍ତୁ କାରର କେବଳ ଆଗ ଭାଗ କ୍ଷତିଗ୍ରସ୍ତ ହୋଇଛି।

କମ୍ପାନୀ ଏହି କ୍ରାଶ ଟେଷ୍ଟ ଜରୁରୀ ପରିସ୍ଥିତିରେ ସାମ୍ମନା କରିବାକୁ କରାଯାଇଥିଲା। କେତେଥର ଏହି ପ୍ରକାରର ର୍ଦୁଘଟଣା ହୋଇଥାଏ ଓ ପୁଣି ରେସ୍କ୍ୟୁ କରିବାରେ ଅସୁବିଧା ହୋଇଥାଏ। ଏଥିପାଇଁ କମ୍ପାନୀ ନୂଆ କାରକୁ ଉଚ୍ଚାରୁ ଫୋପାଡିଲା ଯେଉଁଥିରେ ରେସ୍କ୍ୟୁ ଓ୍ବାର୍କର୍ସ ଭଲ ଭାବେ ବୁଝି ପାରିବେ।

କମ୍ପାନୀକୁ ଏହି କ୍ରାଶ ଟେଷ୍ଟରେ ଜଣା ପଡିବ କି ବହୁତ ତିବ୍ରରେ ଯଦି କାରର ର୍ଦୁଘଟଣା ହେଉଛି ତେବେ ସ୍ଥିତି କ’ଣ ହେବ। କମ୍ପାନୀ କହିଛି କି ଏହି ପ୍ରକାରର ର୍ଦୁଘଟଣାକୁ ନେଇ ଏହି ପରିକ୍ଷା କରାଯାଉଛି କି କେମିତି ପିଡୀତଙ୍କୁ ଅତି ଶିଘ୍ର ଗାଡିରୁ ବାହାର କରାଯିବ ଏବଂ ଚିକିତ୍ସା ପାଇଁ ହସ୍ପିଟାଲ ପହଁଚାଇ ଦିଆଯିବ।

ଏହି କ୍ରାଶ ଟେଷ୍ଟ ଆଧାରରେ କମ୍ପାନୀ ଏକ ରିର୍ପୋଟ ତିଆରି କରିବ, ଯେଉଁଥିରେ ରେସ୍କ୍ୟୁ ଓ୍ବାର୍କର୍ସଙ୍କୁ ଟ୍ରେନିଙ୍ଗ ଦିଆଯିବ। ଏହି ପ୍ରକାର କ୍ରାଶ ଟେଷ୍ଟ ପାଇଁ ଇଞ୍ଜିନିୟର ମାନଙ୍କର ସାହାଯ୍ୟ ନିଆଯାଏ କି ଯେଉଁମାନେ ନିର୍ଣ୍ଣୟ କରନ୍ତି କି କାର କେତେ ପ୍ରେସର ସହି ପାରିବ ଏବଂ ଫୋର୍ସ ସହିତ ପକେଇବା ଦରକାର କି ତାର ଡ୍ୟାମେଜର ଲେବୁଲ ବିଷୟରେ ଠିକ୍ ତଥ୍ୟ ମିଳି ପାରିବ।

ଭୋଲଭୋ କାରର ସୁରକ୍ଷାର କାଫି ଉନ୍ନତ ମନା ଯାଇଛି। ଏହି କାର ହାଈଟେକ ହେବା ସହିତ ବହୁତ ଭଲ ସ୍ପିଡ ଫିଚର୍ସରୁ ଲସ ହୋଇଥାଏ, ଏଥିପାଇଁ ବହୁତ ମହଙ୍ଗା ହୋଇଥାଏ। ଏହି ଟେଷ୍ଟରେ ଭୋଲଭୋ ଦଶ ଗାଡି କୁ ଅଲଗା ଅଲଗା ପ୍ରକାର ରେ ତଳକୁ ପକାଇଛି ଯେଉଁଥିରେ ଅଲଗା ଅଲଗା ସ୍ଥିତି ଦେଖିବାକୁ ମିଳିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *