କାର ବୋନେଟ ଭିତରେ ଲୁଚି ରହିଥିଲା ୧୦ ଫୁଟ ଲମ୍ବର ଏମିତି ଏକ ଜୀବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଏହି ଭାଇରଲ ଭିଡିଓ ଆମେରିକାର ଫ୍ଲୋରିଡ଼ା ସ୍ଥିତ ଡେନୀୟା ବେଳାଭୂମିର ଅଟେ | ଏଥିରେ ଦେଖିଯାଉଛି ଯେ ଏକ ୧୦ ଫୁଟ ଲମ୍ବର ଅଜଗର ଗୋଟିଏ ନୀଳ ରଙ୍ଗର ଫୋର୍ଡ଼ କାରର ବୋନେଟ ଭିତରେ ଇଞ୍ଜିନ ଉପରେ ବସିଛି |

ସାପକୁ ଦେଖି ସାଧାରଣତଃ ଲୋକମାନେ ଡରି ଯାଇଥାନ୍ତି | ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ସାମ୍ନାକୁ ଆସିଥାଏ ଯେଉଁଥିରେ ଲୋକମାନେ ସାପ ସହିତ ସଂଘର୍ଷ କରୁଥିବାର ନଜର ଆସିଥାନ୍ତି କିମ୍ବା ଘରେ ପଶିଥିବା ସାପକୁ ବାହାରକୁ କାଢୁଥିବାର ନଜର ଆସିଥାନ୍ତି | ଏମିତି ହିଁ ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଥିବାର ନଜର ଆସୁଛି | ଏଥିରେ ଏକ ୧୦ ଫୁଟ ଲମ୍ବାର ଅଜଗର କୌଣସି ଘର କିମ୍ବା ନାଳରେ ନୁହେଁ ବରଂ ଏକ କାରର ବୋନେଟ ଭିତରେ ଲୁଚି ରହିଥିବାର ନଜର ଆସୁଛି |

ଏହି ଭାଇରଲ ଭିଡିଓ ଆମେରିକାର ଫ୍ଲୋରିଡ଼ା ସ୍ଥିତ ଡେନୀୟା ବେଳାଭୂମିର ଅଟେ | ଏଥିରେ ଦେଖିଯାଉଛି ଯେ ଏକ ୧୦ ଫୁଟ ଲମ୍ବର ଅଜଗର ଗୋଟିଏ ନୀଳ ରଙ୍ଗର ଫୋର୍ଡ଼ କାରର ବୋନେଟ ଭିତରେ ଇଞ୍ଜିନ ଉପରେ ବସିଛି | କୁହାଯାଉଛି ଯେ, କାରଟି ପର୍କିଙ୍ଗରେ ଠିଆ ହୋଇଥିଲା | ଏହି ଅବସରରେ ଯେତବେବେଳେ କାରର ମାଲିକ ସେଠାକୁ ଆସିଲେ ଏବଂ କାରରେ ବସିଲେ ସେତେବେଳେ ତାଙ୍କୁ ଇଞ୍ଜିନରେ କିଛି ଗଡ଼ବଡ଼ ଥିବା ପରି ଲାଗିଲା | ଇଞ୍ଜିନ ଖୋଲିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ବୋନେଟ ଭିତରେ ଇଞ୍ଜିନ ଉପରେ ଗୋଟିଏ ୧୦ ଫୁଟ ଲମ୍ବା ଅଜଗର ବସି ରହିଥିଲା | ବର୍ତ୍ତମାନ ଏହି ସାପଟିକୁ ସେଠାରୁ ହଟାଇବାକୁ ଚେଷ୍ଟା କରାଗଲା | କିନ୍ତୁ ସେ ନିଜ ସ୍ଥାନରୁ ଟିକିଏ ହେଲେ ଗତିଶୀଳ ହେଲା ନାହିଁ | ଏହାପରେ ସେ ୱାଇଲ୍ଡ ଲାଇଫ କର୍ମଚାରୀଙ୍କୁ ଫୋନ କରିଥିଲେ | ସେମାନେ ଆସି ଅଜଗରଟିକୁ ସେଠାରୁ ବାହାର କରି ନେଇଥିଲେ | ସେଠାରୁ ସାପଟିକୁ ବାହାର କରିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଲା |

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି | ଏହାକୁ ଫ୍ଲୋରିଡ଼ା ଫିସ ଏବଂ ୱାଇଲ୍ଡ ଲାଇଫ କଂଜର୍ଭେସନ କମିଶନ ଫେସବୁକରେ ସେୟାର କରିଛନ୍ତି | ଏହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି |

Leave a Reply

Your email address will not be published. Required fields are marked *