ରାଜତନ୍ତ୍ରକୁ ଅପମାନିତ କରିବା ଯୋଗୁଁ ମହିଳାଙ୍କୁ ହେଲା ୪୩ ବର୍ଷର ଜେ-ଲ ଦ-ଣ୍ଡ ; ଫେସବୁକରେ ସେୟାର କରିଥିଲେ ପୋଷ୍ଟ

ଥାଇଲ୍ୟାଣ୍ଡର ଜଣେ ପୂର୍ବତନ ସରକାରୀ କର୍ମଚାରୀଙ୍କୁ ରାଜତନ୍ତ୍ରର ଅପମାନ ଅ-ଭି-ଯୋ-ଗ-ରେ ୪୩ ବର୍ଷ କାରା-ଦଣ୍ଡରେ ଦ-ଣ୍ଡି-ତ କରାଯାଇଛି। ଅଂଚନ ନାମକ ଜଣେ ପୂର୍ବତନ ମହିଳାଅଧିକାରୀଙ୍କୁ ମୋଟ ୮୭ ବର୍ଷ କାରା-ଦଣ୍ଡରେ ଦ-ଣ୍ଡି-ତ କରାଯିବାର ଥିଲା, କିନ୍ତୁ ସେ ନିଜର ଦୋ-ଷ ସ୍ୱୀକାର କରିବା ହେତୁ ତାଙ୍କ ଦ-ଣ୍ଡ-କୁ ପ୍ରାୟ ୪୩ ବର୍ଷକୁ ହ୍ରାସ କରାଯାଇଥିଲା।

୬୦ ବର୍ଷରୁ ଅଧିକ ବୟସର ଅଂଚନଙ୍କୁ ମଙ୍ଗଳବାର ଦିନ ବ୍ୟାଙ୍କକ୍ କ୍ରିମି-ନାଲ କୋ-ର୍ଟ ଦୋ-ଷୀ ସାବ୍ୟସ୍ତ କରିଛି। ଫେସବୁକ୍ ଏବଂ ୟୁଟ୍ୟୁବରେ ରାଜତନ୍ତ୍ରକୁ ଅପମାନିତ କରୁଥିବା ଅଡିଓ କ୍ଲିପଗୁଡିକ ସାମ୍ନାକୁ ଆସିବାପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରାଯାଇଥିଲା। ରାଜତନ୍ତ୍ରକୁ ଅପମାନିତ କଲେ ସେଥିପାଇଁ ଦଣ୍ଡ-ବିଧାନର ନିୟମ ଥାଇଲ୍ୟାଣ୍ଡରେ ରହିଛି। ସେ ରାଜତନ୍ତ୍ରକୁ ଅପମାନିତ କରିଥିବା ୨୯ଟିମାମଲାରେ ଦୋ-ଷୀ ସାବ୍ୟସ୍ତ ହୋଇଥିଲେ।

Thai King

ଥାଇଲ୍ୟାଣ୍ଡର ରାଜତନ୍ତ୍ରକୁ ତଥାକଥିତ ଅପମାନିତ କରିବାର ଏହି ଘ-ଟ-ଣା ପ୍ରାୟ ୬ ବର୍ଷ ପୁରୁଣା, ଯେତେବେଳେ ୨୦୧୪ରେ ଦେଶରେ ରାଜତନ୍ତ୍ର ବିରୋଧରେ ଭାବନା ବଢିବାରେ ଲାଗିଲା। ଅଂଚନଙ୍କୁ ଜାନୁଆରୀ ୨୦୧୫ ରୁ ନଭେମ୍ବର ୨୦୧୮ପର୍ଯ୍ୟନ୍ତ ଜେ-ଲ-ରେ ରଖାଯାଇଥିଲା। ଏଥି ସହିତ, ବର୍ତ୍ତମାନ ଥାଇଲ୍ୟାଣ୍ଡର ରାଜତନ୍ତ୍ର ବିରୁଦ୍ଧରେ କ୍ରୋଧ ବଢ଼ୁଥିବା ସମୟରେ ଅଂଚନଙ୍କୁ ଦ-ଣ୍ଡି-ତ କରାଯାଇଛି। ସେହି ସମୟରେ ଅନେକ ଥର ଥାଇଲ୍ୟାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଆୟୋଜନ କରାଯାଇଥିଲା।

ଏହି ମାମଲାର ଶୁଣାଣି ମିଲିଟ୍ରି ଅଦା-ଲତରେ ହୋଇଥିଲା କିନ୍ତୁ ତା’ପରେ ଅଂଚନ ନିଜ ଉପରେ ଆସିଥିବା ଅଭି-ଯୋଗକୁ ଅସ୍ୱୀକାର କରିଥିଲେ।କିନ୍ତୁ ମାମଲା କ୍ରିମି-ନାଲ କୋ-ର୍ଟକୁ ଟ୍ରାନସ୍ଫର ହେବା ପରେ ସେ ଏହି ଅପ-ରାଧ ସ୍ୱୀକାର କରିଛନ୍ତି।

Thai King

ଅଂଚନ ପ୍ରାୟ ଜଣେ ସରକାରୀ କର୍ମଚାରୀ ଭାବରେ ପ୍ରାୟ ୪୦ ବର୍ଷ ଧରି ଥାଇଲ୍ୟାଣ୍ଡରେ କାର୍ଯ୍ୟ କରିଆସିଛନ୍ତି। ଅବସର ଗ୍ରହଣ କରିବାର ଠିକ ଗୋଟିଏ ବର୍ଷ ପୂର୍ବରୁ ଅଂଚନଙ୍କୁ ଗି-ର-ଫ କରାଯାଇଥିଲା। ଥାଇଲ୍ୟାଣ୍ଡ କା-ନୁ-ନ୍ ଅନୁଯାୟୀ, ଯେକୌଣସି ବ୍ୟକ୍ତି ରାଜତନ୍ତ୍ରକୁ ଅପମାନିତ କରିବାର ମା-ମ-ଲା ଦାଖଲ କରିପାରିବେ ଏବଂ ଏହି କାନୁ-ନର ପ୍ରୟୋଗ ବିରୋଧୀ ସ୍ୱରକୁ ଦବେଇବା ପାଇଁ ବ୍ୟବହୃତ ହୁଏ।

Leave a Reply

Your email address will not be published. Required fields are marked *