ଅଭିନେତ୍ରୀ ସୋସିଆଲ ମିଡିଆରେ ସେୟାର କଲେ ନ୍ୟୁଡ଼ ଫଟୋ, ବିମାରୀ ଉପରେ କରୁଛନ୍ତି ଜାଗ୍ରତ

ଆମେରିକାନ ଗାୟିକା, ସଙ୍ଗ ରାଇଟର, ଲେଖିକା ଅଭିନେତ୍ରୀ ମାର୍ଗେଟ ଲିଏନ ଟାଇମ୍ସ ସିବ୍ରାୟନ ବର୍ତ୍ତମାନ ନିଜର ଇଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଚର୍ମ ରୋଗ କୁ ନେଇ ଜାଗ୍ରତ କରାଇଛନ୍ତି।ଲିଏନ ଇଷ୍ଟାଗ୍ରାମ ରେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ସ୍କିନ ଉପରେ କିଛି ଦାଗ ଦେଖା ଯାଇଛି।

ମାର୍ଗେଟ ତାଙ୍କ ପୋଷ୍ଟ ସହିତ ଗୋଟେ ଇମୋସ୍ନାଲ ପୋଷ୍ଟ ସେୟାର କରିଛନ୍ତି।ଯେଉଁଥିରେ ସେ କହିଛନ୍ତି କି ସେ ସୋରାଇସିସି ରୋଗ ରେ ପୀଡ଼ିତ ଅଛନ୍ତି।ଏହି ରୋଗର ସାମାନ୍ୟ ଲକ୍ଷଣ ଶରୀରକୁ ପ୍ରଭାବିତ କରି ସାମାନ୍ୟ କୁଣ୍ଡେଇ ହୋଇଥାଏ।ତ୍ବଚା ଉପରେ ଏକ ଧଳା ପରଦା ଜମି ଯାଇଥାଏ।ଏହା ଶରୀରରେ ଲାଲ ଲାଲ ଦାଗ ହୋଇ ଚକ୍ରି ଆକାରର ହୋଇଯାଇଥାଏ।

ମାର୍ଗେଟ ତାଙ୍କ ପୋଷ୍ଟ ରେ କହିଛନ୍ତି କି ତାଙ୍କର ଏହି ଫଟୋ ଜରିଆରେ ରୋଗ ବାବଦରେ ଜଣାଇ ସେ ବହୁତ ଆସ୍ୱୋସ୍ଥି ଅନୁଭବ କରୁଛନ୍ତି। ସେ ବିଶ୍ଵ ସୋରାଇସିସି ଦିବସରେ ତାଙ୍କର ଏହି ଷ୍ଟୋରି କୁ ଜଣାଇଛନ୍ତି। ଡାକ୍ତରଙ୍କ କହିବା ମୁତାବକ ସୋରାଇସିସିର କୌଣସି ଚିକିତ୍ସା ନାହିଁ। କିନ୍ତୁ ସୋରାଇସିସି ର ଲକ୍ଷଣ ଦେଖି ଏହାର ଗମ୍ଭୀରତା କୁ ରୋକାଯାଇ ପାରିବ।

ମାର୍ଗେଟ ବିଶ୍ଵ ସୋରାଇସିସି ଦିବସରେ ସେ ଏକ ଇମୋସ୍ନାଲ ପୋଷ୍ଟ ସେୟାର କରିଛନ୍ତି । ଏହି ସୋରାଇସିସି ରୋଗ ତେବେ ହୋଇଥାଏ ଯେବେ ରୋଗ ପ୍ରତିରୋଧକ ତନ୍ତ୍ର କୋଷିକା ଉପରେ ଆକ୍ରମଣ ହୋଇଥାଏ । ଏହି ତ୍ବଚା ର କେତେକ କୋଷ ଅଧିକ ବଢିଯାଇ ଥାଏ।ଯାହା ଦ୍ୱାରା ତ୍ବଚା ଶୁଖିଲା ପଡିଯାଇଥାଏ।

ମାର୍ଗେଟ ଙ୍କ ଜନ୍ମ ଆମେରିକାର ନିସି ସିପି ରେ ହୋଇଥିଲା। ଯେବେ ମାର୍ଗେଟ ଛଅ ବର୍ଷ ର ଥିଲେ, ତାଙ୍କ ପରିବାର ଟ୍ୟାକସାସ ଆସିଯାଇଥିଲେ। ତ ସେ ଡ୍ଯାନ୍ସ କ୍ଲାସ ରେ ଭାଗ ନେବା ଆରମ୍ଭ କରିଦେଇଥିଲେ। ମାର୍ଗେଟ ପାଞ୍ଚ ବର୍ଷ ବୟସରେ ଲୋକାଲ ଶୋ ରେ ଭାଗ ନେବା ଆରମ୍ଭ କରିଦେଇଥିଲେ।

ନଅ ବର୍ଷ ମଧ୍ୟରେ ସେ ଏକ ଅନୁଭବି ସିଙ୍ଗର ହୋଇପାରିଥିଲେ।ସେ ତାଙ୍କ ପିତା ଙ୍କ ସହିତ ଦେଶ ଭରି ବୁଲି ଥିଲେ । ୧୩ ବର୍ଷ ବୟସରେ ପ୍ରଥମ ଆଲବମ ସିରିଜ ରିଲିଜ କରିଥିଲେ।ଯାହା ବହୁତ ଲୋକ ପ୍ରିୟ ମଧ୍ୟ ହୋଇଥିଲା।

ମାର୍ଗେଟ ଙ୍କ ୧୯୯୬ ମସିହା ରେ ତାଙ୍କର ପ୍ରଥମ ମ୍ଯୁଜିକ ଆଲବମ ବହୁତ ଲୋକପ୍ରୟତା ହାସଲ କରିଥିଲା।ଏହି ଆଲବମ ର ନାମ ବ୍ଲୁ ଥିଲା। ଏବଂ ଏହା ଟପ କଟ୍ରି ମ୍ଯୁଜିକ ପ୍ରମାଣିତ ହୋଇଥିଲା।ରେକଡିଙ୍ଗ ଇଣ୍ଡଷ୍ଟ୍ରି ଆସୋସିଏସନ ଅଫ ଆମେରିକା ଏହି ଆଲବମ ଟିକୁ ମଲ୍ଟି ପ୍ଲାଣ୍ଟିନମ ଆଲବମ ମଧ୍ୟ ଘୋଷଣା କରିଥିଲା।

ମାର୍ଗେଟ ଅନେକ ଆୱାର୍ଡ଼ ମଧ୍ୟ ଜିତିଛନ୍ତି । ଯେଉଁଥିରେ ଦୁଇଟି ଗ୍ରେମି ଆୱାର୍ଡ଼ , ତିନୋଟି ଏସଏଏମ୍ ଆୱାର୍ଡ଼, ଗୋଟିଏ ସିଏଏମ୍ ଆୱାର୍ଡ଼, ଆମେରିକାନ ମ୍ଯୁଜିକ ଆୱାର୍ଡ଼ ଏବଂ ବାର ଟି ବଲିଉଡ଼ ମ୍ଯୁଜିକ ଆୱାର୍ଡ଼ ମଧ୍ୟ ଏଥିରେ ସାମିଲ ଅଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *