ଅଭିନେତ୍ରୀ ସୁଣାଇଲେ ନିଜ ଉପରେ ହୋଇଥିବା ଆକ୍ରମଣ ବିଷୟରେ, କହିଲେ ୧୫ ସେକେଣ୍ଡ ରେ ମୋ ଉପରେ ବହୁତ ଥର ଛୁରୀ ରେ ଆକ୍ରମଣ କଲେ

ଟିଭି ଅଭିନେତ୍ରୀ ମାଳବି ମଲୋହତ୍ରା ଙ୍କ ଉପରେ ସୋମବାର ଦିନ ରାତି ୯ ଟା ରେ ମୁମ୍ବାଇ ଠାରେ ଛୁରୀ ରେ ଜୀବନ ନେବା ଆକ୍ରମଣ ହୋଇଥିଲା। ମାଲବିଙ୍କ ଉପରେ ତାଙ୍କ ସାଙ୍ଗ ଯୋଗେଶ ମହିପାଳ ହିଁ ଆକ୍ରମଣ କରିଥିଲେ।ଯୋଗେଶ ମାଲବିଙ୍କ ପେଟ ଏବଂ ଦୁଇ ହାତ ଉପରେ ଛୁରୀ ଚଳାଇଥିଲେ କାରଣ ଅଭିନେତ୍ରୀ ତାଙ୍କ ବାହାଘର ପ୍ରସ୍ତାବକୁ ମନା କରି ଦେଇଥିଲେ। ଆକ୍ରମଣ ପରେ ମାଳବି କୋକିଲାବେନ ମେଡିକାଲ ରେ ଅଛନ୍ତି। ମାଲବିଙ୍କୁ ପ୍ଲାଷ୍ଟିକ ସର୍ଜରି ମଧ୍ୟ କରିବାକୁ ପଡିଛି। ମାଳବି ଏକ ସାକ୍ଷାତକାର ରେ ତାଙ୍କୁ ହୋଇଥିବା ଏହି ଭୟଙ୍କର ଆକ୍ରମଣ ବିଷୟରେ ଖୋଲିକି କହିଛନ୍ତି। କହିଦବାକୁ ଚାହୁଁଛୁ କି ମାଲବି ଙ୍କ ଉପରେ ଆକ୍ରମଣ କରିଥିବା ଯୋଗେଶ ନେହା କକଡ, ଟୋନି କକଡ, ନିୟା ଶର୍ମା ଏବଂ ସିଦ୍ଧାର୍ଥ ଶୁକ୍ଳା ଙ୍କ ସହିତ କାମ କରି ସାରିଛନ୍ତି।

ମତେ ମାରିକି ନିଜେ ମରିବାକୁ ଚାହୁଁଥିଲା ଯୋଗେଶ:

ସାକ୍ଷାତକାର ରେ ମାଳବି କହିଛନ୍ତି କି ଯୋଗେଶ ନା କେବଳ ତାଙ୍କୁ ମାରିବା ପାଇଁ ଚାହୁଁଥିଲା ଆହୁରି ନିଜେ ମରିବା ପାଇଁ ମଧ୍ୟ ଚାହୁଁଥିଲା। ମାଲବି ଙ୍କ କହିବା ମୁତାବକ ଘଟଣା ଘଟିଥିବା ରାତିରେ ତାଙ୍କର ଆସୁଥିବା ପ୍ରୋଜେକ୍ଟ ବିଷୟରେ ମିଟିଙ୍ଗ ଥିଲା। ମିଟିଙ୍ଗ ସରିଲା ପରେ ସେ ନିଜ ଘରକୁ ଯାଉଥିଲେ। ସେତେବେଳେ ଗୋଟେ ପୁଅ ମୋ କାର ର ପିଛା କଲା। ଏହା ପରେ ସେ ଅଚାନକ ତା କାର କୁ ଆଣିକି ମୋ କାର ସାମ୍ନାରେ ରଖିଦେଲା ଏବଂ ମତେ କହିଲା – ‘ ମୋ କାର ରେ ଦୁଇ ମିନିଟ ପାଇଁ ବସିଯାଅ, ମୁଁ ତୁମକୁ କେବେ ହଇରାଣ କରିବି ନାହିଁ ‘। ମୁଁ ତା କଥା ଶୁଣିଲି ନାହିଁ। ମୁଁ କାର ରେ ବସିଲିନି କି ତା ସହିତ କଥା ହେଲିନି। ମୁଁ କେବଳ ଏତିକି କହିଲି କି ମୋର ପିଛା କର ନାହିଁ ନହେଲେ ମୁଁ ପୋଲିସ ରେ କହିଦେବି।

ସାହାର୍ଯ୍ୟ ପାଇଁ କେହି ଆସିନଥିଲେ ସାମ୍ନାକୁ :

Man who fled after stabbing TV actress Malvi Malhotra in Mumbai traced: Cops- The New Indian Express

ମାଳବି ଙ୍କ କହିବା ମୁତାବକ, ଏହା ପରେ ସେ ୧୦୦ ମିଟର ଦୂରରେ ଥିବା ସେ କାର ପାର୍କିଙ୍ଗ ରେ ଲଗାଇଥିଲା। ଏବଂ ତା ପରେ ମୋ ପଛକୁ ଆସି ମୋ ଉପରେ ଛୁରୀ ରେ ଆକ୍ରମଣ କରିଥିଲା। ସେ ମୋ ପେଟ ରେ ଛୁରୀ ମାରିଥଲା। ଏହା ପରେ ସେ କହିଲା – ମୁଁ ତୁମକୁ ମାରିଦେବି ଏବଂ ନିଜେ ମଧ୍ୟ ମରିଯିବି। ତୁମକୁ ବଞ୍ଚିବା ପାଇଁ ଦେବିନି। ୧୫ ସେକେଣ୍ଡ ମଧ୍ୟ ରେ ଛୁରୀ ରେ ମୋ ଉପରେ ବହୁତ ଥର ଆକ୍ରମଣ କରିଥିଲା।ଏହା ପରେ ସେଠାରେ ୨୦ ୨୫ ଲୋକ ଆସି ରୁଣ୍ଡ ହୋଇଯାଇ ଥିଲେ।କିନ୍ତୁ କେହି ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିନଥିଲେ କାରଣ ତାଙ୍କୁ ଲାଗୁଥିଲା କି ସେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଦେବ।

ଏହି ଚଳଚ୍ଚିତ୍ର ମାନଙ୍କରେ କାମ କରି ସାରିଛନ୍ତି ମାଲବି :

କହିଦବାକୁ ଚାହୁଁଛୁ କି ହିମାଚଳ ରେ ରହୁଥିବା ମାଲବି ତେଲଗୁ ଚଳଚ୍ଚିତ୍ର ‘ କୁମାରୀ ୨୧ ଏଫ ‘, ତାମିଲ’ ନଦିକ୍କୁ ଏଣ୍ଡି ‘, ହିନ୍ଦୀ ଚଳଚ୍ଚିତ୍ର ‘ ହୋଟେଲ ମିଳନ ‘ ଏବଂ ଟିଭି ସିରିଏଲ୍ ଉଡାନ ରେ କାମ କରିସାରିଛନ୍ତି।  ଏହା ବ୍ୟତିତ ସେ କିଛି ବିଜ୍ଞାପନ ରେ ମଧ୍ୟ କାମ କରି ସାରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *