ଯେବେ ଅର୍ଚ୍ଚନା କୁ ବାହା ହେବା ପାଇଁ ରାତି ୧୨ ଟା ସମୟରେ ପଣ୍ଡିତକୁ ଖୋଜିବାକୁ ବାହାରି ପଡିଥିଲେ ଏହି କଳାକାର, ଏହି କାରଣ ରୁ ଲୁଚିକରି କରିବାକୁ ପଡ଼ିଲା ବାହାଘର ।

୯୦ ଶତାବ୍ଦୀ ର ସୁପରହିଟ ଚଳଚ୍ଚିତ୍ର ଦିଲୱାଲେ ଦୁଲହନିଆ ଲେଜାଏଙ୍ଗେ ରେ କୁଲଜିତ୍ ଚରିତ୍ର ନିର୍ବାହ କରୁଥିବା କଳାକାର ପରାମିତ ସେଠିଙ୍କୁ ୫୯ ବର୍ଷ ହେବାକୁ ଯାଉଛି।୧୪ ଅକ୍ଟୋବର ୧୯୫୯ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ପରମିତ କପିଲ ଶର୍ମା ଙ୍କ ଶୋ ରେ ଜର୍ଜ ଥିବା ଅର୍ଚ୍ଚନା ପୁରନ ସିଂ ଙ୍କ ପତି ଅଟନ୍ତି ।ଦୁଇ ଜଣଙ୍କ ବାହାଘରକୁ ଅଠେଇଶ ବର୍ଷ ପୁରିଗଲାଣି ।TV ରେ ଚର୍ଚ୍ଚିତ ଦମ୍ପତ୍ତି ଅର୍ଚ୍ଚନା ପୁରନ ସିଂ ଏବଂ ପରମିତ ସେଠୀ ଲୋଭ ଷ୍ଟୋରୀ ବହୁତ ମଜାଳିଆ ଅଟେ ।ପରମିତଙ୍କ କହିବା ମୁତାବକ ସେ ଏବଂ ଅର୍ଚ୍ଚନା ଲୁଚିକରି ବାହା ହୋଇଥିଲେ ।ଏ ପର୍ଯ୍ୟନ୍ତ କି ତାଙ୍କ ବାହାଘର ପାଇଁ ପଣ୍ଡିତ ରାତି ୧୨ ଟା ଯାଏଁ ଖୋଜା ହୋଇଥିଲା।

ପ୍ରକୃତରେ ଅର୍ଚ୍ଚନା ତାଙ୍କ ପୂର୍ବ ସମ୍ପର୍କ ଅସଫଳ ହେବା ପରେ ଆଉ ଥରେ ବାହା ହେବା ପାଇଁ ଭାବନା ଛାଡ଼ି ଦେଇ ଥିଲେ କିନ୍ତୁ ଯେବେ ତାଙ୍କର ପରମିତ ଙ୍କ ସହିତ ସାକ୍ଷାତ ହେଲା । ତାଙ୍କୁ ଜଣେ ସ୍ନେହ ଏବଂ ଭଲ ପାଇବା ବ୍ୟକ୍ତି ନଜର ଆସିଥିଲା

ସେ ଦୁଇ ଜଣଙ୍କ ସାକ୍ଷାତକାର ତାଙ୍କର ଜଣେ ସାଧାରଣ ସାଙ୍ଗଙ୍କ ପାର୍ଟି ରେ ହୋଇଥିଲା ।ଏହି ସାକ୍ଷାତକାର ପରେ ଏହି ଦୁଇ ଜଣଙ୍କ ବନ୍ଧୁତା ଧୀରେ ଧୀରେ ଆଗକୁ ବଢ଼ି ପ୍ରେମରେ ବଦଳି ଯାଇଥିଲା ।ଯେବେ ଏହି ଦୁଇ ଜଣ ଡେଟରେ ଥିଲେ ପରମୀତ ଅର୍ଚ୍ଚନା ଙ୍କ ପାଇଁ ପ୍ରତିଦିନ ତିନୋଟି ଗୋଲାପ ଫୁଲ ନେଇକି ଯାଉଥିଲେ ।

ଦୁଇ ଜଣ ବାହାଘର ପୂର୍ବରୁ ଚାରି ବର୍ଷ ପର୍ଯ୍ୟନ୍ତ ଏକାଠି ରହିଥିଲେ ।ପରିବାରର ସଦସ୍ୟ ମାନେ ଏହି ସମ୍ପର୍କରେ ଖୁସିନଥିଲେ । ମିଡ଼ିଆ ଏବଂ ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକମାନେ ସମ୍ପର୍କ ବିଷୟରେ ଗପୁଥିଲେ।ଶେଷରେ ସମସ୍ତଙ୍କୁ ଆଡେଇ ୩୦ଜୁନ ୧୯୯୨ରେ ବାହା ହୋଇଥିଲେ ।

କିଛି ମାସ ପୂର୍ବରୁ ପାରମିତ ସେଠୀ କପିଲ ଶର୍ମା ଙ୍କ ଶୋ ରେ ପହଞ୍ଚିଥିଲେ ।ସେ ତାଙ୍କର ଲଭ ଷ୍ଟୋରୀ ଶୁଣେଇ କହିଥିଲେ ସେ ଏବଂ ଅର୍ଚ୍ଚନା ଲୁଚିକରି ବିବାହ କରିଥିଲେ। ପରମିତ ଙ୍କ କଥାକୁ ପ୍ରତିକ୍ରିୟା ରଖି ଅର୍ଚ୍ଚନା କହିଥିଲେ କି ସେ ମୋତେ ପ୍ରପୋଜ କଲେ ଏବଂ ଆମେ ଲୁଚିକରି ବାହା ହୋଇଗଲୁ ।

ପରମିତଙ୍କ କହିବା ମୁତାବକ ,ଆମେ ରାତି ୧୧ ଟାରେ ବାହା ହେବା ପାଇଁ ନିଷ୍ପତି ନେଇଥିଲୁ ।ଆମେ ରାତିରେ ପଣ୍ଡିତଙ୍କୁ ଖୋଜିବାକୁ ବାହାରି ପଡିଥିଲୁ ଏବଂ ରାତି ୧୨ଟାରେ ଜଣେ ପାଣ୍ଡିତଙ୍କୁ ପାଇଥିଲୁ । ସେ ଆମକୁ ପଚାରିଲେ କି କଣ ଆମେ ଲୁଚିକି ଚାଲି ଆସିଛୁ ।ଏବଂ ଝିଅ ରାଜି ଅଛି ନା ନାହିଁ ।

ଏହା ପରେ ମୁଁ ତାଙ୍କୁ କହି ଥିଲି ଯେ ,ଝିଅ ରାଜି ଅଛି।ପଣ୍ଡିତ କହିଲେ କି ବାହାଘର ଏମିତି ହୁଏ ନାହିଁ।ସମୟ ବାହାର କରିବାକୁ ପଡ଼ିବ ।ଆମେ ତାଙ୍କୁ ସେହି ରାତିରେ ପଇସା ଦେଲୁ ଏବଂ ପର ଦିନ ୧୧ଟାରେ ବାହା ହୋଇ ପଡିଲୁ।ଅର୍ଚ୍ଚନା ଏବଂ ପରମିତ ଙ୍କ ବାହାଘରକୁ ୨୮ବର୍ଷ ହୋଇଗଲାଣି ।ଭଲପାଇବା ଠାରୁ ବାହାଘର ପର୍ଯ୍ୟନ୍ତ କୌଣସି ଚଳଚ୍ଚିତ୍ର ଠାରୁ କମ ନୁହେଁ ।ଏବେ ସେ ଦୁଇ ଜଣ ଦୁଇ ପୁଅ ଆରୀୟମାନ ଏବଂ ଆୟୁଶମାନ ର ଅଭିଭାବକ ଅଟନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *