ନାଲି ଲଙ୍କାକୁ ସାମିଲ କରନ୍ତୁ ଆପଣଙ୍କ ଭୋଜନରେ,ମିଳି ଏପରି ଆଶ୍ଚର୍ଯ୍ୟଜନକ ଲାଭ

ଆମେ ନିଜ ଖାଦ୍ୟକୁ ଚଟପଟା ଏବଂ ରାଗ କରିବା ପାଇଁ ନାଲି ଲଙ୍କାର ବ୍ୟବହାର କରିଥାଉ। ଆମ ମଧ୍ୟରୁ ବହୁ ଲୋକ ଖାଦ୍ୟରେ ସ୍ବାଦ ଆଣିବା ପାଇଁ ଏବଂ ଭଲ ସୁଗନ୍ଧ ଆସିବା ପାଇଁ ନାଲି ଲଙ୍କାର ଉପଯୋଗ ନିଜ ଖାଦ୍ୟରେ କରିଥାନ୍ତି। ଲୋକ ନାଲି ଲଙ୍କା ଗୁଣ୍ଡ କିମ୍ବା ଗୋଟା ନାଲି ଲଙ୍କାର ସେବନ କରିଥାନ୍ତି। ଏମିତିରେ ତ କୁହାଯାଏ କି ଅଧିକ ଲଙ୍କା ଖାଇବା ଶରୀର ପାଇଁ ଠିକ ହୋଇନଥାଏ, କିନ୍ତୁ ବୋଧହୁଏ ଆପଣ ଏହା ଜାଣି ନଥିବେ କି ନାଲି ଲଙ୍କା କୈାଣସି ଔଷଧ ଠାରୁ କମ ନୁହେଁ। ନାଲି ଲଙ୍କା ଆମର ବହୁ କାମରେ ଆସିଥାଏ, ଯାହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ। ତ ଚାଲନ୍ତୁ ଜଣିବା ଏହା ବିଷୟରେ।

ବହୁତ ଥର ଆମ ଶରୀରର ଭିତର ପାର୍ଶ୍ଵରେ ଆଘାତ ଲାଗିଥାଏ,ଗଳା ରୁନ୍ଧି ହୋଇଯାଏ କିମ୍ବା ଶରୀରରୁ ବହୁତ ଜୋରରେ ରକ୍ତ ବୋହିବାକୁ ଲାଗିଥାଏ। ଏଥିପାଇଁ ନାଲିଲଙ୍କା ଆମକୁ ଏଥିରୁ ଆରାମ ଦେବାରେ ବହୁତ ସାହାଯ୍ୟ କରିଥାଏ। ଆପଣଙ୍କୁ ଏହା କରିବାକୁ ପଡ଼ିବ କି ଅଳ୍ପ ନାଲି ଲଙ୍କାକୁ ପାଣିରେ ମିଶାଇ ପିଇବାକୁ ପଡିବ। ଆପଣଙ୍କୁ ଏହା ପିଇବାକୁ ଟିକେ ଅଜବ ନିଶ୍ଚିତ ଲାଗିବ, କିନ୍ତୁ ଏହାର ଲାଭ ଆପଣଙ୍କୁ ମିଳିବ ଏବଂ ଆପଣଙ୍କୁ ଏହି ସବୁ ସମସ୍ୟାରୁ ଆରାମ ମିଳି ପାରିବ।

ଆମ ମାଂସପେଶୀରେ ବହୁତ ଥର ଯନ୍ତ୍ରଣା ହୋଇଥାଏ, କେତେ ପ୍ରକାରର ଜ୍ୱଳନ ହୋଇଥାଏ, ଅଣ୍ଟା କିମ୍ବା ପିଠିରେ ଯନ୍ତ୍ରଣା ହୋଇଥାଏ, ଆବାଜ ଭାରି ହୋଇ ଯାଇଥାଏ, ନିଶ୍ଵାସ ନେବାରେ କଷ୍ଟ ହୋଇଥାଏ। ଏ ସବୁପାଇଁ ଆପଣଙ୍କୁ ସାହାଯ୍ୟ ନାଲି ଲଙ୍କା କରି ପାରିବ। ଏଥିରେ ଫ୍ଲେବେନାଇଡ୍ସ, ଭିଟାମିନ-ସି, ମାଙ୍ଗାନିଜ ଏବଂ ପୋଟାସିୟମ ମହଜୁଦ ଥାଏ,ଯାହା ଆପଣଙ୍କୁ ଲାଭ ଦେଇଥାଏ। ଏଥିପାଇଁ ଅଳ୍ପ ଲଙ୍କାଗୁଣ୍ଡକୁ ପାଣିରେ ମିଶାଇ କାଢା କିମ୍ବା ଥଣ୍ଡା ସର୍ବତ ପ୍ରସ୍ତୁତ କରନ୍ତୁ, ଏବଂ ପୁଣି ଏହି ପାଣିକୁ ପିଇ ନିଅନ୍ତୁ। ଏମିତି କରିବା ଦ୍ଵାରା ଆପଣଙ୍କୁ ବହୁତ ମୁକ୍ତି ମିଳି ପାରିବ।

ଯଦି ଆମେ ଅସମୟରେ ଖାଦ୍ୟ ଖାଇଥାଉ କିମ୍ବା ବହୁତ ମସଲା ଯୁକ୍ତ ଖାଦ୍ୟର ସେବନ କରିଥାଉ ତ ଆମ ପେଟରେ ଗ୍ୟାସ ହୋଇ ଯାଇଥାଏ, ଯେଉଁ କାରଣରୁ ପେଟ ଯନ୍ତ୍ରଣା ଭଳି ସମସ୍ୟା ଆମର ହୋଇଥାଏ। ଏଥିପାଇଁ ଯଦି ନାଲି ଲଙ୍କାର ସେବନ ଔଷଧ ରୂପରେ କରିବା, ତାହେଲେ ଏଥିରୁ ଆରାମ ମିଳିବ। ଏଥିପାଇଁ ୧୦୦ଗ୍ରାମ ଗୁଣ୍ଡରେ ୧ଗ୍ରାମ ନାଲିଲଙ୍କା ମିଶାଇ ଛୋଟଛୋଟ ଗୋଲି ବନାନ୍ତୁ, ଏବଂ ପୁଣି ଏହାର ସେବନ କରନ୍ତୁ।ଏହା ବ୍ୟତୀତ ଅଳ୍ପ ନାଲି ଲଙ୍କାରେ ସୁଣ୍ଠି ଚୂର୍ଣ୍ଣ ସହିତ ମିଶାଇ ଏହାର ସେବନ କରିବା ଦ୍ଵାରା ମଧ୍ୟ ଆପଣଙ୍କୁ ଆରାମ ମିଳି ପାରିବ।

ଯଦି ଆପଣ ହେଜ ସମସ୍ୟାରେ ପିଡିତ ଅଛନ୍ତି,ତ ଆପଣ ନାଲି ଲଙ୍କାରୁ ମଞ୍ଜିକୁ ଅଲଗା କରି ଚୋପାକୁ ଅଳ୍ପ ଗୁଣ୍ଡା କରି ନିଅନ୍ତୁ। ଏହାପରେ ଏଥିରେ ଅଳ୍ପ କପୂର ଏବଂ ହେଙ୍ଗୁ ମିଶାଇ ଦିଅନ୍ତୁ ଏବଂ ପୁଣି ଏହାକୁ ମହୁରେ ମିଶାଇ ଛୋଟଛୋଟ ଗୋଲି ବନାନ୍ତୁ। ସକାଳ-ସନ୍ଧ୍ୟାରେ ଗୋଟିଏ-ଗୋଟିଏ ଗୋଲି ସେବନ କରନ୍ତୁ, ଏହାଦ୍ଵାରା ଆପଣଙ୍କୁ ହେଜ ସମସ୍ୟାରୁ ମୁକ୍ତି ମିଳି ପାରିବ। ନାଲି ଲଙ୍କାରେ ହିଲିଙ୍ଗ ପାୱାର ଥାଏ। ଏହା ବ୍ୟତୀତ ଯଦି ଆପଣ ଡାଇବେଟିସ ରୋଗୀ ଅଟନ୍ତି ତାହେଲେ ଆପଣ ଲଙ୍କାର ମଞ୍ଜିରେ ଏକ ବୁନ୍ଦା ତେଲକୁ ବୋତଲରେ ଢାଳନ୍ତୁ ଏବଂ ପୁଣି ଏହାକୁ ଲସୀ ସହିତ ଖାଆନ୍ତୁ। ଏହାଦ୍ଵାରା ଆପଣଙ୍କୁ ଲାଭ ମିଳିପାରିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *