୫୩ ବର୍ଷ ବୟସ ର ଆକ୍ଟରଙ୍କ ସେହି ରୂପ ଦେଖି ଥରି ଯାଇଥିଲା ଦେହ,ଏହି କାରନମା ପାଇଁ ବିଦା କରି ଦେଇଥିଲେ ଡାଇରେକ୍ଟର

ବଲିଉଡ୍ ଫିଲ୍ମ ରେ ନିଜର ଅଲଗା ରୋଲ ପାଇଁ ପରିଚିତ ଆଶୁତୋଷ ରାଣା ୫୩ ବର୍ଷ ବୟସ ରେ ହୋଇଗଲେଣି। ତାଙ୍କର ଜନ୍ମ ୧୯୬୭ ନଭେମ୍ବର ୧୦ କୁ ମଧ୍ୟ୍ୟପ୍ରଦେଶ ର ନରସିଂହପୁର ରେ ହୋଇଥିଲା। ଆଶୁତୋଷ ନିଜର କାରିଅର ୧୯୯୫ ରେ ଆସିଥିବା ଟିଭି ସୋ ‘ ସ୍ବାଭିମାନ ‘ ରେ ତ୍ୟାଗି ରୋଲ କରିଥିଲେ।କିନ୍ତୁ ତାଙ୍କର ପରିଚୟ ୧୯୯୮ ରେ ରିଲିଜ୍ ହୋଇଥିବା ‘ ଦୁଶମନ ‘ ଫିଲ୍ମ ର ଗୋକୁଲ ପଣ୍ଡିତ ରୁ ହୋଇଥିଲା। ଏହା ପରେ ଆଶୁତୋଷ କେବେ ପଛ କୁ ଫେରି ନାହାଁନ୍ତି। ଫିଲ୍ମ ସଂଘର୍ଷ ରେ ଲଜ୍ଜା ଶଙ୍କର ପାଣ୍ଡେ ଙ୍କର ରୋଲ କରି ସେ ହିନ୍ଦୀ ସିନେମା ଜଗତ ର ଏମିତି ଭିଲିଆନ ବନିଗଲେ କି ଏବେ ତାଙ୍କୁ ଲୋକମାନେ ଦେଖି ତାଙ୍କ ଲୋମ ଟାଙ୍କୁରି ଉଠେ। ସେ କେତେକ ସୁପରହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି। ଏତିକି ହି ନୁହେଁ ସେ ବଲିଉଡ୍ ବ୍ୟତିତ ଟଲିଉଡ ରେ ମଧ୍ୟ କାମ କରିଛନ୍ତି।

ଆଶୁତୋଷ ଛୋଟ ବେଳେ ରାମଲୀଳାରେ ରାବଣର ରୋଲ କରୁଥିଲେ। ସେ ଆକ୍ଟର ନୁହେଁ ଜଣେ ଓକିଲ ହେବାକୁ ଚହୁଁଥିଲେ। ତାଙ୍କର ଆକ୍ଟିଙ୍ଗ୍ ଦେଖିବା ପରେ ତାଙ୍କ ଗୁରୁଜୀ ଯାହାକୁ ସେ ଜେଜେମା କହୁଥିଲେ, ସେ ଆକ୍ଟର ହେବା ପାଇଁ ଉପଦେଶ ଦେଉଥିଲେ।

ଜେଜେମା ତାଙ୍କୁ ଘରୁ ବାହାରିଲା ପୂର୍ବରୁ କହୁଥିଲେ କି ଯେଉଁ ପ୍ରୋଜେକ୍ଟର ପ୍ରଥମ ଅକ୍ଷର ଏସ ହୋଇଥିବ ସେହି ପ୍ରୋଜେକ୍ଟ କୁ ପ୍ରଥମେ ସାଇନ କରିବ। ସେ ନେଶନାଲ ସ୍କୁଲ ଅଫ ଡ୍ରାମାରୁ ଆକ୍ଟିଙ୍ଗ୍ ର କୋର୍ସ କରିଥିଲେ। ପାସଆଉଟ ହେବାପରେ ତାଙ୍କୁ ଏନଏସଡିରୁ ଭଲ ଦରମାର ଚାକିରୀ ମିଳିଥିଲା। ସେ ସେହି ଚାକିରୀ ଛାଡି ଫିଲ୍ମରେ ଆକ୍ଟିଙ୍ଗ୍ କରିବାର ରାସ୍ତା ବାଛିଲେ।

ଆଶୁତୋଷ ଙ୍କ ସିରିଏଲ ସ୍ବାଭିମାନକୁ ମହେସ ଭଟ୍ଟ ଡାଇରେକ୍ଟ କରିଥିଲେ। ଏହି ସୋ ସେ ପାଇଁ ମହେଶ ଭଟ୍ଟ ଙ୍କ ଅଫିସର ଚକର କାଟିଥିଲେ। ପ୍ରଥମ ଦେଖାରେ ସେ ମହେଶ ଭଟ୍ଟ ଙ୍କର ପାଦ ଛୁଇଁ ଦେଇଥିଲେ। ତାଙ୍କର ଏହି ବ୍ୟବହାର ମହେଶଙ୍କ ପସନ୍ଦ ନଥିଲା ସେଥିପାଇଁ ସେ ସିକୁ୍ୟରିଟୀ ଡାକି ତାଙ୍କୁ ବାହାରକୁ ପଠେଇ ଦେଇଥିଲେ।

ମହେଶ ଭଟ୍ଟ ଙ୍କୁ ପାଦ ଛୁଇଁଲା ଲୋକ ପସନ୍ଦ ନ ଥିଲେ। ସେ ଦିନେ ପଚାରିଲେ କି ତୁମେ ଏପରି କ’ଣ ପାଇଁ ପାଦ ଛୁଁଉଚ ଆଶୁତୋଷ କହିଥିଲେ କି ଏହା ମୋ ସଂସ୍କାର ଏବଂ ଏହାକୁ ସେ ଛାଡି ପାରିବେ ନାହିଁ। ଆଶୁତୋଷ ଙ୍କର ଏହି କଥା ଶୁଣି ମହେଶ ତାଙ୍କ ସୋ ରେ ତାଙ୍କୁ ରୋଲ ଦେଇଥିଲେ।

ଯେତେବେଳେ ଆଶୁତୋଷ ହାଇଦ୍ରାବାଦ ରେ ଅକ୍ଷୟ କୁମାର ଙ୍କ ସହ ଫିଲ୍ମ ଜାନୁଆର ସୁଟିଂଗ କରୁଥିଲେ।ସେତେବେଳେ ଗୋଟେ ଦିନ ମହେଶ ଭଟ୍ଟ ତାଙ୍କୁ ଫୋନ କରି କହିଲେ ‘ ମୁଁ ଏକ ଫିଲ୍ମ କରୁଛି ସଂଘର୍ଷ’। ସେଥିରେ ଏକ ରୋଲ ଅଛି ଭିଲିଆନ ର। ତା ଠାରୁ ବଡ ଭିଲିଆନ ଆଜି ପର୍ଯ୍ୟନ୍ତ ହୋଇନାହିଁ। କିନ୍ତୁ ଏହି ରୋଲ ମୁଁ ତୁମ କୁ ଦେବି ନାହିଁ। ମୁଁ ଅନ୍ୟ କୌଣସି ଆକ୍ଟର କୁ ଦେବି।

ମହେଶ ଭଟ୍ଟ ଙ୍କର ଏହି କଥା ଶୁଣି ଆଶୁତୋଷ ସକାଳ ର ପ୍ରଥମ ଫ୍ଲାଇଟ ରେ ଆସି ଜାମ୍ବର ରେ ପହଁଚିଲେ। ଯେଉଁଠି ମହେଶ ଏକ ଫିଲ୍ମ ର ସୁଟିଂଗ କରୁଥିଲେ। ଆଶୁତୋଷ ମହେଶ ଙ୍କୁ କହିଲେ କି ହୁଏ ତ ମୁଁ ତୁମ ନଜର ରେ ଭଲ ଆକ୍ଟର ନ ହୋଇଥାଇ ପାରେ କିନ୍ତୁ ଆପଣ ଯାହାକୁ ଏହି ଫିଲ୍ମ ରେ ଭିଲିଆନ ର ରୋଲ ଦେଉଛନ୍ତି ତାଙ୍କର ଏବଂ ମୋର ଅଡିଶନ ନିଅନ୍ତୁ। ଯଦି ମୁଁ ଏହି ଅଡିଶନ ରେ ଫେଲ ହେଉଛି ମତେ ରୋଲ ଦେବେ ନାହିଁ। ଆଶୁତୋଷ ଙ୍କର ଏହି କଥା ଶୁଣି ମହେଶ ହସିବାକୁ ଲାଗିଲେ।

ମହେଶ ଭଟ୍ଟ ସେତେବେଳେ କହିଲେ କି ମୁଁ ତୁମ ସହ ବହୁତ ଦିନ ହେବ ଦେଖା କରିନଥିଲି ଏବଂ ତୁମକୁ ଦେଖିବା ପାଇଁ ଫୋନ ରେ ଏମିିତି କହିଲି। ମହେଶ ମନରେ ପ୍ରଥମ ରୁ ରାଣା ଙ୍କୁ ଏହି ରୋଲ ଦେବେ ବୋଲି ମନସ୍ତ କରିଥିଲେ। ସେ ଜାଣିଥିଲେ କି ରାଣା ଙ୍କ ଠାରୁ ଭଲ ଏହି ରୋଲ କେହି କରି ପାରିବେନି।

ଓ୍ବାର୍କ ଫ୍ରଣ୍ଡ ର କଥା କହିବାକୁ ଗଲେ ଆଶୁତୋଷ ୧୯୯୬ ର ଫିଲ୍ମ ସଂଶୋଧନ ରୁ ନିଜର କାରିଅର ଆରମ୍ଭ କରିଥିଲେ।  ସେ ହାସିଲ,ଦୁଶମନ,ଜଖମ,ସଂଘର୍ଷ,କୁସର,ଗୁନ୍ହା,କର୍ଜ, ଏଲଓସି କାରଗିଲ,ହମପ୍ଟି ଶର୍ମା କି ଦୁଲ୍ହନିଆ,ଡଟି ପଲଟିକ୍ସ,ବ୍ରଦର୍ଷ ଏବଂ ମୁଲ୍କ ପରି ଫିଲ୍ମ ରେ ଦେଖିବାକୁ ମିଳିଥିଲା। ତାଙ୍କର ଆଗାମୀ ଫିଲ୍ମ ଶମଶେର,ହଂଗାମା ୨ , ପଗଲୈଟ ଏବଂ ପୃଥିରାଜ ଅଟେ।

ଆଶୁତୋଷ ଛାଡପତ୍ରକାରୀ ଆକ୍ଟର ରେଣୁକା ଶହାଣୀ ଙ୍କୁ ବିବାହ କରିଛନ୍ତି। ବିବାହ ପାଇଁ ତାଙ୍କୁ ରେଣୁକା ଙ୍କୁ ମନେଇବା ପାଇଁ ବହୁତ ସମୟ ଲାଗିଥିଲା। ଦୁଇ ଜଣଙ୍କର ବର୍ତ୍ତମାନ ଦୁଇଟି ପୁଅ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *