ସୁଶାନ୍ତ ସିଂହ ରାଜପୁତଙ୍କ ସମେତ ଏହି ସେଲିବ୍ରେଟୀମାନେ ଏହି ବର୍ଷ କରିଥିଲେ ଆତ୍ମହତ୍ୟା, ଦେଖନ୍ତୁ ଫଟୋ

ସୁଶାନ୍ତ ସିଂହ ରାଜପୁତ କରିଥିଲେ ଆତ୍ମହତ୍ୟା

୧୪ଜୁନ ୨୦୨୦ ଏହା ସେହି ତାରିଖ ଅଟେ ଯେଉଁଦିନ ବଲିଉଡର ଭରସାଯୋଗ୍ୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସୁଶାନ୍ତ ନିଜର ମୁମ୍ବାଇରେ ଥିବା ପ୍ଲଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ରହସ୍ୟ ହୋଇ ରହି ଯାଇଛି।

ଆସିଫ ବସରା ଆତ୍ମହତ୍ୟା

ବଲିଉଡର ଉଚ୍ଚତର ଅଭିନେତା ଆସିଫ ବସରା ହିମାଚଳ ପ୍ରଦେଶର ଧର୍ମଶାଳାରେ ଆତ୍ମହତ୍ୟା କରିଥିଲେ। ତାଙ୍କର ଏହି ପରି ମୃତ୍ୟୁ ବରଣ କରିବା କେବଳ ତାଙ୍କ ପରିବାର,କି ବନ୍ଧୁ ନୁହେଁ ବରଂ ବଲିଉଡ ଷ୍ଟାର ମାନଙ୍କ ପାଇଁ ବି ଏକ ବଡ଼ ଝଟକା ଥିଲା।୫୩ବର୍ଷର ଆସିଫ ଧର୍ମଶାଳାର ନିଜ ଘରେ ଫାଶୀ ଲଗାଇ ନିଜ ଜୀବନ ଦେଇ ଦେଇଥିଲେ।

ସମୀର ଶର୍ମା ଆତ୍ମହତ୍ୟା

ଟିଭି ଦୁନିଆର ନାମୀଦାମୀ ଅଭିନେତା ସମୀର ଶର୍ମା ଏହି ବର୍ଷ ୪ଅଗଷ୍ଟରେ ଆତ୍ମହତ୍ୟା କରିଥିଲେ। କେବଳ ୪୪ବର୍ଷ ବୟସରେ ସମୀର ନିଜ ଜୀବନର ସମାପ୍ତ କରି ଦେଇଥିଲେ।ସମୀରଙ୍କ ଶବ ରୋଷେଇ ଘର ପଙ୍ଖାରେ ଲଟକିଥିବା ଅବସ୍ଥାରେ ମିଳିଥିଲା।

ପ୍ରେକ୍ଷା ମେହତା ଆତ୍ମହତ୍ୟା

ଛୋଟ ପରଦାରେ ନଜର ଆସୁଥିବା ୨୫ବର୍ଷର ଅଭିନେତ୍ରୀ ପ୍ରେକ୍ଷା ମେହତା ମଧ୍ୟ ଲକଡାଉନ ସମୟରେ ଇନ୍ଦୋରର ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ପରି ବି ତାଙ୍କ ଶରୀର ସକାଳ ସମୟରେ ପଙ୍ଖାରେ ଲଟକିଥିବା ଅବସ୍ଥାରେ ମିଳିଥିଲା।

ଅନୁପମା ପାଠକ ଆତ୍ମହତ୍ୟା

ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ ମୁମ୍ବାଇର ଦହିସର ସହର ସ୍ଥିତ ନିଜ ଘରେ କଥିତ ଅବସ୍ଥାରେ ଆତ୍ମହତ୍ୟା କରିଥିଲେ। ରିପୋର୍ଟ ଅନୁସାରେ,୪୦ବର୍ଷର ଅନୁପମା ୨ଅଗଷ୍ଟରେ ଆତ୍ମହତ୍ୟା କରିଥିଲେ।

ଟିକିଟକ ଷ୍ଟାର ସିୟା କକ୍କଡ

୨୫ଜୁନରେ ଟିକିଟକ ଷ୍ଟାର ସିୟା କକ୍କଡ ମୃତ୍ୟୁ ବରଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।ସିୟା ଦିଲ୍ଲୀ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ।ସିୟାଙ୍କ ବ୍ୟତୀତ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସଲିୟାନ ଏବଂ ଟିଭି ଅଭିନେତା ମନମୀତ ଗ୍ରେବାଲ ମଧ୍ୟ ଲକଡାଉନ ସମୟରେ ଆର୍ଥିକ ସମସ୍ୟା କାରଣରୁ ପୂର୍ବ ମାସରେ ଆତ୍ମହତ୍ୟା କରିଥିଲେ। Photo Credit – All celebs Insta Account

Leave a Reply

Your email address will not be published. Required fields are marked *