ରାତାରାତି ଜନଶୂନ୍ୟ ହୋଇଗଲା ସାରା ସହର, ୪୫ ବର୍ଷ ଧରି କେହି ଏହି ସ୍ଥାନରେ ପାଦ ରଖିଲେ ହେଉଥିଲା ଜେଲ ଦଣ୍ଡ

ପ୍ରାୟତଃ ଆମେମାନେ ଚଳଚ୍ଚିତ୍ରରେ ଏକ ହଣ୍ଟେଡ୍ ଘର କିମ୍ବା ଏକ ମହଲରେ ଦେଖିଛୁ ଯେଉଁଠାରେ ଲୋକମାନେ ଯିବାକୁ ଭୟ କରନ୍ତି।କିନ୍ତୁ ଆପଣ ଜାଣନ୍ତି କି ପ୍ରକୃତରେ ଏପରି ସ୍ଥାନ ଅଛି,ଯେଉଁଠାରେ ୪୫ ବର୍ଷ ଧରି ଲୋକଙ୍କୁ ହତ୍ୟା କରିବା ଭୟରେ ସେଠାକୁ ଲୋକମାନେ ଯାଉନାହାଁନ୍ତି। ଏହା ଏକ ମହଲ କିମ୍ବା ଘର ନୁହେଁ, ବରଂ ଏକ ପୁରା ସହର। ହଁ, ସାଇପ୍ରସର ଭରୋଶା ସହର ହେଉଛି ବିଶ୍ୱର ସବୁଠାରୁ ବଡ ଭୂତ ସହର। ତେବେ ଚାଲନ୍ତୁ ଏ ସମ୍ପର୍କରେ ରହସ୍ୟ କଣ ରହିଛି ଜାଣିବା।

ଆଇସଲ୍ୟାଣ୍ଡର ସାଇପ୍ରସ୍ ଭରୋଶା ସହର ଏକଦା ପର୍ଯ୍ୟଟନ ପାଇଁ ଜଣାଶୁଣା; କିନ୍ତୁ ବର୍ତ୍ତମାନ ଏହା ଦୁନିଆର ସବୁଠୁ ବଡ ଭୂତ ସହରରେ ପରିଣତ ହୋଇଛି। ଏହା ଏପରି ଏକ ସହର ଲୋକମାନେ ଯିବାକୁ ମନ ବଳାନ୍ତି ନାହିଁ।

ଯଦିଓ କେହି ସମୁଦ୍ରକୂଳ ସହରକୁ ଆସିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଜେଲ ହେଇଯାଏ। ହଁ, ଭରୋଶା ସହରକୁ ସବୁ ଦିଗରୁ ସିଲ୍ କରାଯାଇଛି।ଯଦି କେହି ଏଠାକୁ ଆସିବାକୁ କିମ୍ବା ସହରର ଫଟୋ ଉଠାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥାଏ।

ଆପଣମାନେ ନିଶ୍ଚିତ ଭାବରେ ଭାବୁଥିବେ ଏପରି କାହିଁକି? ଆପଣଙ୍କୁ ଏଠାରେ କହିରଖୁଛୁ ଯେ ୧୯୭୪ରେ ତୁର୍କୀ ଏହି ସହର ଉପରେ ଆକ୍ରମଣ କରିଥିଲା ଏବଂ ଏହି ଆକ୍ରମଣ ପରେ ରାତିସାରା ସହର ସମ୍ପୂର୍ଣ୍ଣ ଖାଲି ହୋଇଗଲା।୪୫ ବର୍ଷ ପରେ ମଧ୍ୟ, ଏହି ସହରଟି ନିଛାଟିଆ ହେଇଯାଇଛି।

ତୁର୍କୀ ଦାବି କରିଛି ଯେ ଏହି ଆକ୍ରମଣ ଦ୍ୱୀପରେ ରହୁଥିବା ତୁର୍କୀ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପାଇଁ କରାଯାଇଛି। ଫଳସ୍ୱରୂପ, ଗ୍ରୀସକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଯଥା ଗ୍ରୀସ ସାଇପ୍ରସ୍ ଏବଂ ତୁର୍କୀ ସାଇପ୍ରସ୍।

ଏହି ଆକ୍ରମଣ ପରେ ଭରୋଶା ସହର ସାଇପ୍ରସଠାରୁ ଅଲଗା ହୋଇଯାଇଥିଲା। ଏହି ସହର ବର୍ତ୍ତମାନ ତୁର୍କୀ ସେନା ଅଧୀନରେ ଅଛି। ତୁର୍କୀ ସେନା ବ୍ୟତୀତ ଅନ୍ୟ କାହାର ଆଗମନ ଉପରେ ଏକ ନିଷେଧାଦେଶ ଅଛି।

ଆକ୍ରମଣ ପୂର୍ବରୁ ଏହି ସହରର ଜନସଂଖ୍ୟା ପ୍ରାୟ ୪୦,୦୦୦ ଥିଲା,ଯାହାକି ତୁର୍କୀ ସେନା ଆକ୍ରମଣର ରାତିରେ ଶୁନ୍ୟ ହୋଇଯାଇଥିଲା।

ସାଇପ୍ରସର ଦ୍ୱୀପପୁଞ୍ଜର ଭରୋଶା ସହର ପର୍ଯ୍ୟଟକଙ୍କ ପ୍ରିୟ ଥିଲା କିନ୍ତୁ ବର୍ତ୍ତମାନ ଏହା ଦୁନିଆର ସବୁଠୁ ବଡ ଭୂତ ସହରରେ ପରିଣତ ହୋଇଛି। ନର ସଂହାର ଭୟରେ କେହି ଏହି ସହରକୁ ଆସନ୍ତି ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *