ବିଲୁଆର ଚତୁରତା, ଧରା ପଡିବାରୁ ମରିଯାଇଥିବାର କରିଲା ଅଭିନୟ, ଲୋକଙ୍କ ପଳାଇଯିବା ଦେଖି ଦୌଡିଲା

ଆମେ ପିଲାବେଳୁ ହିଁ ଶୁଣି ଆସୁଛୁ ଯେ ପଶୁ ମାନଙ୍କ ମଧ୍ୟରୁ ବିଲୁଆ ସବୁଠୁ ଅଧିକ ଚାଲାକ ହୋଇଥାନ୍ତି ଏବଂ ସ୍ଥିତି ହିସାବରେ ନିଜର ବ୍ୟବହାର ବଦଳାଇ ନେଇଥାନ୍ତି | ପୁଣିଥରେ ଏମିତି ହିଁ କିଛି ଦେଖିବାକୁ ମିଳିଲା ମହାରାଷ୍ଟ୍ରର ସିନ୍ନରରେ ଯେଉଁଠାରେ ପିଞ୍ଜରାରେ ଫସିବା ପରେ ବିଲୁଆ ତୁରନ୍ତ ମରିଯାଇଥିବାର ଅଭିନୟ କରିଥିଲା ଏବଂ ସେଠାରୁ ଲୋକମାନେ ଚାଲିଯିବା ମାତ୍ରେ ଘଟଣାସ୍ଥଳରୁ ଫେରାର ହୋଇଗଲା |

ସ୍ଥାନୀୟ ଖବରକାଗଜ ମୁତାବକ ସିନ୍ନରର ତାଲୁକାର ଓଜନୀ ଗାଁରେ ଚିତାବାଘକୁ ଧରିବା ପାଇଁ ଗ୍ରାମବାସୀମାନେ ପିଞ୍ଜରା ରଖିଥିଲେ କିନ୍ତୁ ଭୁଲରେ ସେଥିରେ ଏକ ବିଲୁଆ ଫସି ଯାଇଥିଲା | ବିଲୁଆ ପିଞ୍ଜରାରେ ପଡିଯିବା ପରେ ଲୋକମାନେ ଚାରି ପାଖରୁ ପିଞ୍ଜରାକୁ ଘେରି ନେଇଥିଲେ | ଏହା ଦେଖିବା ମାତ୍ରେ ଜୀବନ ବଞ୍ଚାଇବା ପାଇଁ ବିଲୁଆଟି ତୁରନ୍ତ ତଳେ ଶୋଇଯାଇ ମରିଯିବାର ଅଭିନୟ କରିବା ଆରମ୍ଭ କରିଦେଇଥିଲା |

ଏହାଦେଖି ଲୋକଙ୍କୁ ଲାଗିଥିଲା ଯେ ବିଲୁଆର ପିଞ୍ଜରାରେ ହିଁ ମୃତ୍ୟୁ ହୋଇଯାଇଛି | ଏହି ଅବସରରେ ବିଲୁଆ ଏପରି ପଡି ରହିଥିଲା ଯେପରି ସତରେ ତାଙ୍କ ଜୀବନ ଚାଲି ଯାଇଛି | କିଛି ସମୟ ଏହି ନାଟକ ଦେଖିବା ପରେ ଲୋକମାନେ ତାକୁ ମୃତ ଭାବି ସେଠାରୁ ଛାଡି ଚାଲିଯାଇଥିଲେ |

ପିଞ୍ଜରା ପାଖରେ ଭିଡ ଚାଲିଯିବା ମାତ୍ରେ ବିଲୁଆ ତୁରନ୍ତ ସେଠାରୁ ଦୌଡ଼ି ପଳାଇଥିଲା | ଏହା ଦେଖି ଲୋକଙ୍କୁ ନିଜ ଭୁଲ୍ର ଅନୁଭୂତି ହୋଇଥିଲା | ଯେ ଯାହାକୁ ସେ ମୃତ ଭାବୁଥିଲେ ପ୍ରକୃତରେ ତାହା ବିଲୁଆ ନାଟକ କରୁଥିଲା |

ସୂଚନାଯୋଗ୍ୟ ଯେ ଓଜନୀ ଗାଁରେ ଲୋକ ଏକ ଚିତା ବାଘକୁ ନେଇ ଚିନ୍ତିତ ଥିଲେ ଏବଂ ତାକୁ ଧରିବା ପାଇଁ ପିଞ୍ଜରା ରଖିଥିଲେ କିନ୍ତୁ ସେଥିରେ ଏକ ବିଲୁଆ ଫସିଗଲା | ଲୋକମାନେ ବନ ବିଭାଗର ଟିମକୁ ଘଟଣାସ୍ଥଳକୁ ଡାକିଥିଲେ | ବିଲୁଆଟିକୁ ଉଠାଇବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ, ତା’ ଉପରକୁ ପାଣି ଫୋପଡ଼ା ଯାଇଥିଲା କିନ୍ତୁ ବିଲୁଆଟି ଟିକିଏ ମଧ୍ୟ ଗତିଶୀଳ ହୋଇ ନଥିଲା, ଲୋକମାନେ ସେଠାରୁ ଯିବା ମାତ୍ରେ ବିଲୁଆ ସେଠାରୁ ତୁରନ୍ତ ଦୌଡ଼ି ପଳାଇଯାଇଥିଲା |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *