ହଲିଉଡ଼ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ମୃତୁ, କୁକୁରକୁ ବୁଲେଇବାକୁ ଯିବା ସମୟରେ ହୋଇଥିଲା ଦୁର୍ଘଟଣା

ମୁମ୍ବାଇ। ଜେମ୍ସ ବ୍ରାଣ୍ଡ (James Bond)ଙ୍କ ସିନେମା ‘ଏ ବ୍ୟୁ କୁ କିଲ’ର ଅଭିନେତ୍ରୀ ତାନ୍ୟା ରବର୍ଟସ (Tanya Roberts)ଙ୍କର ୬୫ବର୍ଷ ବୟସରେ ହୋଇଛି ମୃତ୍ୟୁ।ତାନ୍ୟାଙ୍କ ବନ୍ଧୁ ମାଇକ ପିଙ୍ଗଲ ଏହି ଘଟଣା ବିଷୟରେ ଜଣାଇଛନ୍ତି।୨୪ ଡ଼ିସେମ୍ବରରେ ତାନ୍ୟା ନିଜ କୁକୁରକୁ ବୁଲାଇବା ପାଇଁ ବାହାରି ଥିଲେ ଏବଂ ସେହି ସମୟରେ ପଡ଼ି ଯାଇଥିଲେ। ଏହାପରେ ତାଙ୍କୁ ଲାସ ଏଞ୍ଜିଲ୍ସର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପାଖାପାଖି ୧୦ଦିନ ପର୍ଯ୍ୟନ୍ତ ଜୀବନ ମୃତ୍ୟୁ ସହିତ ଲଢେ଼ଇ କରିବା ପରେ ୩ଜାନୁଆରୀରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହେଲେ ଏବେ ପର୍ଯ୍ୟନ୍ତ ତାନ୍ୟାଙ୍କ ମୃତ୍ୟର କାରଣ ସାମ୍ନାକୁ ଆସି ପାରିନାହିଁ। ପଡ଼ିବା ପୂର୍ବରୁ ନା ତାଙ୍କର କୈାଣସି ରୋଗଥିଲା କିମ୍ବା ନା କୈାଣସି ସ୍ବାସ୍ଥ୍ୟଗତ ସମସ୍ୟା ଥିଲା।

ତାନ୍ୟାଙ୍କ ବନ୍ଧୁ ମାଇକଙ୍କ ମୁତାବକ,ସେ ବହୁତ ବୁଦ୍ଧିମତୀ ଏବଂ ସୁନ୍ଦର ଅଭିନେତ୍ରୀ ଥିଲେ। ମୋତେ ଲାଗୁଛି ତାଙ୍କ ଯିବାଦ୍ୱାରା ଗୋଟିଏ ଚମକ ଚାଲିଯାଇଛି।ସେ ଦେଖିବାକୁ କୈାଣସି ପରୀ ଭଳି ଅଟନ୍ତି।ତାନ୍ୟାଙ୍କ ପରେ ଏବେ ତାଙ୍କ ଘରେ ତାଙ୍କ ଭଉଣୀ ବାରବରା, ତାଙ୍କ ପୋଶା ଜନ୍ତୁ ଏବଂ ୧୮ବର୍ଷର ପାର୍ଟନର ଲାନ୍ସ ଓବ୍ରାୟନ ରହି ଯାଇଛନ୍ତି। ଜଣା ଯାଉଛି କି ତାନ୍ୟା ୧୯୭୫ରେ ଡେବ୍ୟୁ କରିଥିଲେ, କିନ୍ତୁ ତାଙ୍କର ସବୁଠାରୁ ପ୍ରସିଦ୍ଧ ଚରିତ୍ର ୧୯୮୫ରେ ମୁକ୍ତିଲାଭ ହୋଇଥିଲା ବ୍ରାଣ୍ଡ ସୀରୀଜଙ୍କ ସିନେମା ଏ ବ୍ୟୁ ଟୁ କିଲ ‌ହିଁ ଥିଲା। ଯେଉଁଥିରେ ରାଜର ମୁର ଜେମ୍ସ ବ୍ରାଣ୍ଡ ଚରିତ୍ରରେ ଥିଲେ। ସେଥିରେ ତାନ୍ୟା ସ୍ଟେସୀ ଚରିତ୍ରରେ ଅଭିନୟ କରିଥିଲେ।

ତାନ୍ୟାଙ୍କର ଅସଲି ନାମ ବିକ୍ଟୋରିୟା ବ୍ଲେମ ଅଟେ।ତାନ୍ୟା ତାଙ୍କର ସ୍କ୍ରିନ ନାମ ଅଟେ ଏବଂ ୧୯୭୪ରେ ବେରୀ ରବର୍ଟସଙ୍କ ସହିତ ବାହାହେବା ପରେ ତାଙ୍କ ନାମ ତାନ୍ୟା ରବର୍ଟସ ହୋଇଯାଇଥିଲା।ତାନ୍ୟାଙ୍କ ଜନ୍ମ ଅକ୍ଟୋବର,୧୯୫୫ରେ ନ୍ୟୁୟର୍କରେ ହୋଇଥିଲା।ତାନ୍ୟା ୧୯୭୫ରେ ସିନେମା ‘ଫୋର୍ଡ୍ସ ଏଣ୍ଟ୍ରି’ରୁ କ୍ୟାରିୟରର ଆରମ୍ଭ କରିଥିଲେ। ଏହାପରେ ସେ ଫିଙ୍ଗର୍ସ, ଟୁରିଷ୍ଟ ଟ୍ରୈପ, କୈଲିଫୋର୍ନିୟା ଡ୍ରିମିଙ୍ଗ, ଦ ବିଷ୍ଟମାଷ୍ଟର, ହାର୍ଟସ ଏଣ୍ଡ ଆର୍ମର, ଶୀନା, ବ୍ରାଣ୍ଡୀ ସ୍ଲୈମ, ନାଇଟ ଆଇଜ, ଇନର ସୈକ୍ଟମ ଭଳି ସିନେମାରେ କାମ କରିଛନ୍ତି।ଏହା ବ୍ୟତୀତ ସେ ଜୁମା ବିଚ,ଚାର୍ଲୀଜ ଏଞ୍ଜଲ ଏବଂ ଫୈଣ୍ଟସୀ ଆଇଲ୍ୟାଣ୍ଡ ଭଳି କେତେ ଟିଭି ଶୋରେ ମଧ୍ୟ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *