ବାପା ଓ ମା ଛଅ ବର୍ଷର ପିଲାକୁ ଦେଲେ ଚୋରୀ ଟ୍ରେନିଙ୍ଗ, ପିଲାଟି ସୋ ରୁମରୁ ଉଡେଇ ନେଲା ୬୭ ଲକ୍ଷ ଟଙ୍କାର ଘଣ୍ଟା

ଗୋଟିଏ ଛଅ ବର୍ଷର ପିଲା ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଚୋରି କରି ଏବଂ ଯେତେବେଳେ ସେ ଧରା ପଡିଲା , ସେତେବେଳେ ହେ ଚମକେଇ ଦେଲାପରି କଥା କହିଥିଲା। ପୋଲିସକୁ ସେହି ପିଲା ତା ବାପା , ମା ତାକୁ ଚୋରି କରିବା ସିଖାଇଛନ୍ତି ବୋଲି କହିଥିଲା। ପୋଲିସ ଅନୁସାରେ ଏହି ପିଲାଟି ଗୋଟିଏ ଦୋକାନରୁ ୧୮ କ୍ୟାରେଟ ସୁନାର ଘଣ୍ଟା ଚୋରି କରିଛି। ଯାହାର ମୂଲ୍ୟ ୬୭ ଲକ୍ଷ ଟଙ୍କା ଅଟେ। ପିଲାଟି ଅନୁସାରେ ସେ ତାର ବାପା , ମାଙ୍କ କହିବା ଅନୁସାରେ କାମ କରୁଛି।

ଇଲୀ ପାରା ଏବଂ ମାର୍ଟା ପାରା ନାମକ କପଲ ଏକ ଲଗଜରି ଦୋକାନ ଭିତରକୁ ଯାଇ ସେଠାରେ ଥିବା ଏକ ଘଣ୍ଟାର ଫଟୋ ଉଠାଇ , ଠିକ୍ ସେହି ପରି ଏକ ନକଲି ଘଣ୍ଟା ବନାଇ ଥିଲେ। ଏହାପରେ ସେହି କପଲ ଏବଂ ତାଙ୍କର ଛଅ ବର୍ଷର ପାଲାକୁ ନେଇ ପାଞ୍ଚ ଦିନ ପରେ ସେହି ସ୍ଟୋରକୁ ଗଲେ। ସେମାନେ ତାଙ୍କ ପୁଅକୁ କହିଲେ କି ମୌକା ଦେଖି ଅସଲି ଘଣ୍ଟା ଅଣି ତ ଜାଗାରେ ନକଲି ଘଣ୍ଟା ରଖି ଦେବାକୁ।

ବାପା ଏବଂ ମାଙ୍କ କହିବା ଅନୁସାରେ ପିଲାଟି ଅସଲି ଘଣ୍ଟା ଟିକୁ ଆଣି ନକଲି ଘଣ୍ଟା ଟି ତା ଜାଗାରେ ରଖି ଦେଇଥିଲା। ଘଣ୍ଟା ବଦଳା ହୋଇଥିବା କାରଣରୁ ଷ୍ଟାରର ସ୍ଟାଫ ମାନଙ୍କୁ ଜଣା ପଡିନଥିଲା କି ଘଣ୍ଟା ଚୋରି ହୋଇଛି ବୋଲି , କିନ୍ତୁ ପର ଦିନ ଗୋଟିଏ ସ୍ଟାଫକୁ ଲାଗିଲା କି ଘଣ୍ଟାଟି ନକଲି ବୋଲି। ସେହି ସ୍ଟାଫ ଜଣଙ୍କ ସାଙ୍ଗେ ସାଙ୍ଗେ ଏହି ଘଟଣା ବିଷୟରେ ମାଲିକକୁ ଜଣାଇଥିଲେ। ଯାହାପରେ ସିସିଟିଭି ଫୁଟେଜରୁ ସବୁ ଜଣା ପଡିଥିଲା ଏବଂ ପୋଲିସକୁ ଜଣା ଯାଇଥିଲା ଏହି ଘଟଣା ବିଷୟରେ।

ପୋଲିସ ଖୋଜା ଖୋଜି କରି ପିଲା ଏବଂ ତାର ବାପା , ମାଙ୍କୁ ଧରି ଥିଲା। ପୋଲିସଙ୍କ ଅନୁସାରେ ଏହି କପଲ ଚୋରିରେ ସଫଳ ହେବା ପରେ ରୋମେନିଆରେ ରହୁଥିବା କପଲ ବ୍ରିଟେନ ଛାଡିବା ଉଦ୍ଦେଶ୍ୟରେ ଥିଲେ। କିନ୍ତୁ ସେମାନେ ଫେରାର ହେବା ପୂର୍ବରୁ ପୋଲିସ ତାଙ୍କୁ ଧରି ନେଇଥିଲା।

ଏହି ଘଟଣା ୨୦୨୦ ସେପ୍ଟେମ୍ବର ୧୯ ର ଅଟେ। ପୋଲିସ ସେହି କପଲଙ୍କୁ ଗିରଫ କରି କୋର୍ଟ ପଠାଇ ଦେଇଛି। ଯାହାପରେ କୋର୍ଟ ତାଙ୍କୁ ସଜା ଶୁଣାଇଛି। କୋର୍ଟ ପିଲାଟିର ବାପାଙ୍କୁ ୧୮ ମାସ ଏବଂ ମାଙ୍କୁ ୮ ମାସର ସଜା ଶୁଣାଇଛି।

Leave a Reply

Your email address will not be published. Required fields are marked *