ସେହି ଫିଲ୍ମ ଯେଉଁଥିରେ କାଜଲ ଗର୍ଭାବସ୍ଥାରେ ମଧ୍ୟ ମନ ଲଗାଇ କରିଥିଲେ କାମ କିନ୍ତୁ ପରେ ଘଟିଲା ର୍ଦୁଘଟଣା

ମୁମ୍ବାଇ: ଅମିତାଭ ବଚ୍ଚନ , ଜୟା ବଚ୍ଚନ, ଶାହାରୁଖ ଖାନ, କାଜଲ, ହ୍ରିତିକ୍ ରୋଶନ୍ ଏବଂ କରିନା କାପୁର ସ୍ଟାର ସବୁ କଭି ଖୁସି କଭି ଗମ ଫିଲ୍ମ ରିଲିଜ ହେବା ୧୯ ବର୍ଷ ହୋଇଗଲାଣି। କରନ ଯୋହାରଙ୍କ ନିର୍ଦେଶରେ ବନିଥିବା ଏହି ଫିଲ୍ମ ୨୦୦୧ ଡିସେମ୍ବର ୧୯ ରେ ରିଲିଜ ହୋଇଥିଲା। ଫିଲ୍ମ ବ୍ଲକବାଷ୍ଟର ବୋଲି ପ୍ରମାଣ ହୋଇଥିଲା। କଭି ଖୁସି କଭି ଗମ, କୁଛ କୁଛ ହୋତା ହୈ ପରର କରନ ଯୋହାରଙ୍କର ନିର୍ଦେଶିତ ଦ୍ବିତୀୟ ଫିଲ୍ମ ଥିଲା। ଏହା ୨୦୦୧ରେ ସବୁଠାରୁ ଅଧିକ ପଇସା କମେଇବା ଫିଲ୍ମ ଭିତରୁ ଦ୍ବିତୀୟ ସ୍ଥାନରେ ଥିଲା। ଫିଲ୍ମ ୫୫.୬୫ କୋଟି ଟଙ୍କାର କଲେକ୍ସନ କରିଥିଲା। କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଏହି ଫିଲ୍ମ ସୁଟିଂଗ ସମୟରେ କାଜଲ ଗର୍ଭବତୀ ଥିଲେ କିନ୍ତୁ ତାଙ୍କ ସହିତ ଏକ ର୍ଦୁଘଟଣା ହୋଇଯାଇଥିଲା।

କାଜଲ ସେହି ଫିଲ୍ମ ଶାହାରୁଖଙ୍କ ସହିତ କରିଥିଲ। ସେ ସହି ଫିଲ୍ମରେ ମନ ଲଗାଇ କାମ କରିଥିଲେ। ସେହି ଫିଲ୍ମରେ ଦର୍ଶକ ମାନେ ଶାହାରୁଖ ଏବଂ କାଜଲଙ୍କ ଜୋଡିକୁ ବହୁତ ପସନ୍ଦ କରିଥିଲେ।

ଏହି ଫିଲ୍ମର ଡାଇରେକ୍ଟର, ପ୍ରଡ୍ୟୁସର ଏବଂ ରାଇଟର ମଧ୍ୟ ନିଜେ କରନ ଯୋହର ଥିଲେ।

ଫିଲ୍ମରେ ଅମିତାଭ ବଚ୍ଚନଙ୍କ ରୋଲ କରନ ଯୋହାରଙ୍କ ବାପା ୟଶ ଯୋହରଙ୍କ ଦ୍ବାରା ପ୍ରେରିତ ଥିଲା। ଏଥିପାଇଁ ସେହି ଫିଲ୍ମରେ ତାଙ୍କ ନାମ ୟଶ ରାୟଚନ୍ଦ ରଖା ଯାଇଥିଲା। ଏତିକି ହିଁ ନୁହେଁ ଫିଲ୍ମରେ ସେହି ଦିନ ତାଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା ଯେଉଁ ଦିନ ୟଶ ଯୋହରଙ୍କ ଜନ୍ମ ଦିନ ହୋଇଥିଲା।

ଏହି ଫିଲ୍ମରେ ଅଭିଷେକ ବଚ୍ଚନ ମଧ୍ୟ କାମ କରିଥିଲେ କିନ୍ତୁ ସେ ଫିଲ୍ମ ରିଲିଜି ହେବା ପୂର୍ବରୁ କରନଙ୍କୁ କହି ସେହି ସିନ ଫିଲ୍ମରୁ କାଟି ଦେଇଥିଲେ।

ଫିଲ୍ମରେ ଅମିତାଭ ଏବଂ ଜୟାଙ୍କ ଯୋଡି ପାଖାପାଖି କୋଡିଏ ବର୍ଷ ପରେ ଦେଖିବାକୁ ମିଳିଥିଲା। କାରଣ ଏହାପୂର୍ବେ ଏହି ଦୁଇ ଜଣ ୧୯୮୧ରେ ରିଲିଜ୍ ହୋଇଥିବା ୟଶ ଚୋପରାଙ୍କ ଫିଲ୍ମ ସିଲସିଲାରେ ଦେଖିବାକୁ ମିଳିଥିଲେ।

ଏହି ଫିଲ୍ମରେ ଯେତେବେଳେ ଶାହାରୁଖ ଖାନ ହେଲିକାପ୍ଟରରୁ ଓହ୍ଲାଉ ଥିବାର ଏଣ୍ଟ୍ରିରେ ଦେଖାଯାଉଥିବା ହେଲିକାପ୍ଟର ବାସ୍ତବରେ ସେ ୟଶ ଯୋହାରଙ୍କ ହେଲିକପ୍ଟର କିନ୍ତୁ ଫିଲ୍ମରେ ତାକୁ ୟଶ ରାୟଚନ୍ଦଙ୍କର ବୋଲି କୁହାଯାଇଛି।

ଫିଲ୍ମରେ ଶାହାରୁଖ ଖାନଙ୍କ ଛୋଟ ବେଳର ରୋଲ ତାଙ୍କ ବଡ ପୁଅ ଆର୍ୟନ ହିଁ କରିଥିଲେ।

ଅମିର ଖାନ କରନ ଯୋହାରଙ୍କ ଶୋ କଫି ଉଇଥୀ କରନରେ କହିଥିଲେ କି ଯେତେବେଳେ ତାଙ୍କୁ ସ୍ପେଶଲ ସ୍କ୍ରିନିଙ୍ଗରେ କଭି ଖୁସି ଗମ ଦେଖିବାକୁ ମଳିଥିଲା ସେତେବେଳେ ତାଙ୍କୁ ଫିଲ୍ମ ପସନ୍ଦ ଆସି ନଥିଲା। ସେଠାରେ ସବୁ କାସ୍ଟ ଉପସ୍ଥିତ ଥିଲେ କିନ୍ତୁ ଫିଲ୍ମ ସରିବା ମାତ୍ରେ ସେ କାହାକୁ ଶୁବେତ୍ସା ନ ଜଣାଇ ସେଠାରୁ ପଳାଇ ଥିଲେ। ସେ ସେହି ସମୟରେ ଶାହାରୁଖ ଏବଂ କରନଙ୍କୁ ଅଣଦେଖା ମଧ୍ୟ କରିଥିଲେ ସେଥିପାଇଁ ସେ ସେହି ଶୋ ରେ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *