ଝିଅଟି ୧୬ ବର୍ଷ ପର୍ଯ୍ୟନ୍ତ କାଟି ନଥିଲା ନିଜ ବାଳ, ବର୍ତ୍ତମାନ ବାଳ ଗୁଡିକର ହୋଇଯାଇଛି ଏପରି ସ୍ଥିତି

ଝିଅଟିର ପ୍ରକୃତ ସୁନ୍ଦରତା ତା’ର କଳା ଏବଂ ଘନ ବାଳରୁ ହୋଇଥାଏ | ଆଗକାଳରେ ଲମ୍ବା ଲମ୍ବା ବାଳ ରଖିବାକୁ ପସନ୍ଦ କରୁଥିଲେ | କିନ୍ତୁ ବର୍ତ୍ତମାନ ଝାଡୁଥିବା ବାଳ, ପ୍ରଦୂଷଣ ଏବଂ ସମୟର ଅଭାବ ଆଦି କାରଣରୁ ଲମ୍ବା ବାଳ ବହୁତ କମ ଲୋକ ହିଁ ରଖୁଛନ୍ତି | ଯଦି ବଡ ବାଳ ରଖୁଛନ୍ତି ତାହେଲେ ମଧ୍ୟ ତାକୁ ଯଥା କାଟିଦେଇ ଏକ ନିଶ୍ଚିନ୍ତ ଲମ୍ବା ମେଣ୍ଟେନ କରି ରଖନ୍ତି | କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଯଦି ଆପଣ ୧୬ ବର୍ଷ ପର୍ଯ୍ୟନ୍ତ ନିଜର ବାଳ ନକାଟି ରଖନ୍ତି ତେବେ କଣ ହେବ ?

ଏହି ଯୁବତୀ ଜଣଙ୍କୁ ଦେଖନ୍ତୁ, ଟଙ୍କା ନାମ ଷ୍ଟେଫନୀ କ୍ଳାସେନ | ସେ ଜର୍ମାନୀର ଡସେଲଡୋର୍ଫରେ ରୁହନ୍ତି | ସେ ଗତ ୧୬ ବର୍ଷ ହେବ ନିଜର ବାଳ କାଟି ନାହାନ୍ତି ବର୍ତ୍ତମାନ ସ୍ଥିତି ଏହା ରହିଛି ଯେ ତାଙ୍କ ବାଳ ପାଦ ପର୍ଯ୍ୟନ୍ତ ପହଞ୍ଚି ଗଲାଣି | ଯିଏ ମଧ୍ୟ ତାଙ୍କ ନରମ ଏବଂ ଘନ ବାଳକୁ ଦେଖୁଛନ୍ତି ପ୍ରଶଂସା ନକରି ରହିପାରୁ ନାହାନ୍ତି | ଅନେକ ଲୋକ ଷ୍ଟେଫନୀଙ୍କର ଏତେ ଘନ ଲମ୍ବା ବାଳ ଦେଖି ଆଶ୍ଚର୍ଯ୍ୟ ଚକିତ ରହିଯାଉଛନ୍ତି |

ଷ୍ଟେଫାନୀ ଯେତେବେଳେ ୧୫ ବର୍ଷର ଥିଲେ ସେତେବେଳେ ସେ ନିଜର ବାଳ କାଟିବା ବନ୍ଦ କରିଦେଇଥିଲେ | ସେ ନିଜର ବାଳ ବଢାଇବାକୁ ଚାହୁଁଥିଲେ | ବର୍ତ୍ତମାନ ସମୟରେ ତାଙ୍କ ବାଳର ଲମ୍ବା ୫ ଫୁଟ ୮ ଇଞ୍ଚ ରହିଛି (୧.୭ ମିଟର) | ତେବେ ସେ ଏତିକି ଲମ୍ବାକୁ ନେଇ ସନ୍ତୁଷ୍ଟ ନାହାନ୍ତି | ସେ ବର୍ତ୍ତମାନ ଏହାକୁ ୨ ମିଟର ପର୍ଯ୍ୟନ୍ତ ଲମ୍ବା କରିବାକୁ ଚାହୁଁଛନ୍ତି |

୩୧ ବର୍ଷୀୟ ଷ୍ଟେଫାନୀ କ୍ଲାସେନ ଜର୍ମାନୀର ଡସେଲଡୋର୍ଫ ସିଟିରେ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଛନ୍ତି | ଏହି ଚାକିରୀ କାରଣରୁ ତାଙ୍କୁ ନିଜ ବାଳର ଯତ୍ନ ନେବା ପାଇଁ ସମୟ ମଧ୍ୟ ମିଳୁ ନାହିଁ | ତେବେ ଏହାପରେ ମଧ୍ୟ ସେ ନିଜର ବାଳ କାଟିବାକୁ ପସନ୍ଦ କରୁ ନାହାନ୍ତି | ତାଙ୍କ ମାନିବା କଥା ଯେ ମୋ ବାଳ ହିଁ ମୋର ପ୍ରକୃତ ସୁନ୍ଦରତା ଅଟେ |

ଷ୍ଟେଫନୀଙ୍କ ବୟଫ୍ରେଣ୍ଡ ରା଼ଲ୍ଫ କୋପିଟଜଙ୍କୁ ମଧ୍ୟ ତାଙ୍କ ବାଳ ବହୁତ ପସନ୍ଦ | ଯେତେବେଳ ସେ ୨୯ ବର୍ଷର ଥିଲେ ସେତେବେଳେ ତାଙ୍କର ରା଼ଲ୍ଫଙ୍କ ସହିତ ପ୍ରଥମଥର ପାଇଁ ଭେଟ ହୋଇଥିଲା | ସେତେବେଳେ ରା଼ଲ୍ଫ ତାଙ୍କ ବାଳକୁ ଦେଖି ମୋହିତ ହୋଇ ଯାଇଥିଲେ | ସେ ଷ୍ଟେଫାନୀଙ୍କ ବାଳକୁ ନେଇ ଫୋଟୋଗ୍ରାଫି ମଧ୍ୟ କରୁଛନ୍ତି | ଏହି ଫୋଟୋ ଗୁଡିକ ଷ୍ଟେଫାନୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥାନ୍ତି | ସେଠାରେ ମଧ୍ୟ ସେ ଲମ୍ବା ବାଳ କାରଣରୁ ବହୁତ ଫେମସ ହୋଇଯାଇଛନ୍ତି |

ଷ୍ଟେଫନୀ କୁହନ୍ତି ଯେ ଯେତେବେଳେ ମୁଁ ଛୋଟ ଥିଲି ମୋ ମାତାପିତା କାନ୍ଧ ଠାରୁ ତଳକୁ ମୋ ବାଳ ବଢାଇବାକୁ ଦେଉ ନଥିଲେ | ତାଙ୍କୁ ବାଳ ସମ୍ଭାଳିବାରେ ସମସ୍ୟା ହେଉଥିଲା | ତେବେ ୨୦୦୫ ମସିହାରେ ମୁଁ ନିଜେ ନିଷ୍ପତ୍ତି ନେଇଥିଲି ଯେ ମୁଁ ନିଜେ ମୋ ବାଳକୁ ବଢାଇବି | ସେ ନିଜର ଏହି ନିଷ୍ପତ୍ତିକୁ ନେଇ ବହୁତ ଖୁସି ଅଛନ୍ତି | ବର୍ତ୍ତମାନ ତାଙ୍କ ବାଳ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି | ସେ ସୋସିଆଲ ମିଡିଆରେ ନିଜ ବାଳକୁ ନେଇ ବହୁତ ଭାଇରଲ ହେଉଛନ୍ତି |

ଷ୍ଟେଫାନୀ ଅନେକ ଲୋକଙ୍କ ପାଇଁ ପ୍ରେରଣା ମଧ୍ୟ ପାଲଟିଛନ୍ତି | ତାଙ୍କ ଠାରୁ ପ୍ରେରିତ ହୋଇ ଅନେକ ଝିଅ ବର୍ତ୍ତମାନ ନିଜର ବାଳ ଲମ୍ବା କରାଇବାକୁ ଭାବୁଛନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *