ଫ୍ଲାଟ ରେ ପ୍ରେମୀ ନୁହେଁ, ୮୦ କିଲୋର ଘୁଷୁରି ସହିତ ଶୋଉଛି ଏହି ଝିଅ, ଅନ୍ୟ ଏକ ରୁମରେ ସୋଉଛନ୍ତି ହେବାକୁ ଯାଉଥିବା ସ୍ୱାମୀ

ପ୍ରେମର ଭାଷା ବହୁତ ଗଭୀର ଅଟେ। ସିଏ ମଣିଷ ହେଉ କି ପଶୁ, ପ୍ରେମର ଭାଷା ସମସ୍ତେ ବୁଝି ଯାଆନ୍ତି। କେତେଥର ଯଦି ରାସ୍ତାରେ ଯାଉଥିବା ସମୟରେ କୋୖଣସି ପଶୁକୁ ଆପଣ ଗୋଟିଏ ରୁଟି ଖାଇବାକୁ ଦିଅନ୍ତି, ତାହେଲେ ସେ ଆପଣଙ୍କ ଘର ଚାରିପାଖରେ ବୁଲିଥାଏ। କାରଣ ତାକୁ ମଧ୍ୟ ବୁଝା ପଡିଯାଇଥାଏ ପ୍ରେମର ଭାଷା। ଆଜି ଆମେ ଆପଣଙ୍କୁ ପଶୁ ଓ ମଣିଷ ମଧ୍ୟରେ ପ୍ରେମର ଏକ ଏମିତି ସମ୍ପର୍କ ବିଷୟରେ କହିବାକୁ ଯାଉଛୁ। ଯେଉଁ ଝଅ ବିଷୟରେ ଆମେ କହୁଛୁ ସେ ନିଜର ହେବାକୁ ଯାଉଥିବା ସ୍ବାମୀ ସହ ଗୋଟିଏ ଫ୍ଲାଟ ରେ ରହୁଛି। କିନ୍ତୁ ସାଥିରେ ରହୁଥାଏ ତାର ପାଳିତ ଘୁଷୁରି ମିଲୋ। ମିଲୋ ବିନା ଏହି ଝିଅ ଗୋଟେ ମିନିଟ ମଧ୍ୟ ରହିପାରେ ନାହିଁ। ଦୁଇଜଣ ଦୁଇଟି ଶରୀରର ଗୋଟିଏ ଜୀବନ ଭଳି। ଏମାନଙ୍କ ସଂପର୍କ ର ଫଟୋ ବହୁତ ଜୋରସେ ଭାଇରାଲ ହେଉଛି। ସବୁଠାରୁ ମଜାଳିଆ କଥା ଏହା କି ଝିଅ ର ପ୍ରେମୀ ଅନ୍ୟ ଏକ ରୁମ ରେ ଶୋଉଛି। ଆସନ୍ତୁ ଜାଣିବା ମିଲୋ ସହିତ କେମିତି ରହିଥାଏ ଏହି ଝିଅ..

ୟୁକେ ର ବାଥ ରେ ରହୁଥିବା ସିମାେନ ସାଥି ଏହି ଦୁଇଜଣ ଚର୍ଚ୍ଚା ରେ ଅଛନ୍ତି। ୟୁଟ୍ୟୁବର ସିମାେନ ସବୁବେଳେ ଗାଁ ର ଇଲାକାରେ ରହୁଥିଲେ ଓ ସେ ପଶୁ ମାନଙ୍କ ପ୍ରତି ବହୁତ ପାଖାପାଖି ରହିଥାନ୍ତି।

୨୮ ବର୍ଷ ର ସିମାେନ ସୋସିଆଲ ମିଡିଆରେ ଏଲଟୋରିଆ ନାମରେ ଲୋକପ୍ରିୟ ଅଛନ୍ତି। ସେ ତିନି ବର୍ଷ ପୂର୍ବରୁ ବାଥ ରେ ନିଜର ନୂଆ ଘର କିଣିଲା ଓ ତାହା ପରେ ନିଜର ପାଳିଥିବା ଘୁଷୁରି ମିଲୋ କୁ ମଧ୍ୟ ନେଇଆସିଲା।

ମିଲୋ କୁ ସାଥିରେ ରଖିବାରେ ସିମାେନ କୁ ପ୍ରତି ମାସରେ ପାଖାପାଖି ୪୮ ହଜାର ଟଙ୍କା ଖର୍ଚ୍ଚ ଲାଗିଥାଏ।୮୦ କିଲୋର ଘୁଷୁରି ମିଲୋ ସୀମାେନ ସହିତ ତା ବେଡ଼ ରେ ଶୁଏ ଓ ଉଠେ ମଧ୍ୟ।

ଫ୍ଲାଟ ରେ ସିମୋନ ନିଜ ପ୍ରେମୀ ବୃକ ସହିତ ରହୁଛି କିନ୍ତୁ ସେ ମିଲୋ କୁ ଏତେ ଭଲ ପାଏ କି ଦୁଇଜଣ ଏକା ସହ ଶୁଅନ୍ତି। ଯେତେବେଳେ କି ବୃକ ଅନ୍ୟ ଏକ ରୁମ ରେ ଶୋଉଛନ୍ତି।

ବୃକ ଓ ସିମୋନ ଦୁଇଜଣ ଯାକ ମିଲୋ କୁ ବହୁତ ଭଲ ପାଆନ୍ତି। କିଛି ଲୋକ ଗୋଟିଏ ଘୁଷୁରି କୁ ଏମିତି ରଖିବାକୁ ନେଇ ଦୁଇଜଣଙ୍କର ଥଟ୍ଟା ବନାଇ ଥାନ୍ତି କିନ୍ତୁ ସିମୋନ କୁ ସେଥିରେ କିଛି ଫରକ ପଡେ ନାହିଁ।

ଦୁଇଜଣ ମିଲୋ କୁ ନିଜ ଛୁଆ ଭଳି ପାଳୁଛନ୍ତି। ଏହି ଦମ୍ପତି ମିଲୋ କୁ ବାହାରକୁ ବୁଲାଇବା ପାଇଁ ନେଇ ଯାଇପାରିବେ ନାହିଁ। ଏଥିପାଇଁ ତାଙ୍କୁ ବିଶେଷ ଅନୁମତି ର ଆବଶ୍ୟକ ପଡ଼ିବ। କିନ୍ତୁ ମିଲୋ ର ପ୍ରେମରେ ଦୁଇଜଣ ପୋର୍କ ଖାଇବା ବନ୍ଦ କରିଦେଇଛନ୍ତି।

କଥା ଯଦି ମିଲୋ ର ଡ଼ାଇଟ ର କହିବା, ତାହେଲେ ସେଥିରେ ବହୁତ ଗୁଡା ଫଳ ଓ ପନିପରିବା ସାମିଲ ଅଛି। ତାହା ସହ ଘୁଷୁରି ପେଲେଟସ ମଧ୍ୟ ଖାଏ। ଦମ୍ପତି ମିଲୋ ର ସେହି ଡ଼ାଇଟ ରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି।

ମିଲୋ କୁ ସିମୋନ ସହିତ ଶୋଇବାକୁ ବହୁତ ପସନ୍ଦ କରେ। ସେ ସିମୋନ ର ପାଖରେ ଶୋଇବା ପାଇଁ ତାର ତକିଆ ଓ ଚଦର ରେ ପଶି ଯାଏ। ତା ପାଖରେ କେତେ ଖେଳନା ମଧ୍ୟ ଅଛି। ଯାହା ସହ ଶୋଇବା ସମୟରେ ମିଲୋ ଖେଳିଥାଏ।

ମିଲୋ ସହିତ ସିମୋନ ର ଫଟୋ ଭାଇରାଲ ହେଉଛି। ଲୋକଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି ଗୋଟେ ଘୁଷୁରି ସହିତ ଝିଅ ର ଏମିତି ସମ୍ପର୍କ କୁ ଦେଖି। ଯଦିଓ ସିମୋନ ର ପ୍ରେମୀ ମିଲୋ ର କାରଣରୁ ଅନ୍ୟ ଏକ ରୁମ ରେ ଶୋଉଛି, କିନ୍ତୁ ପରେ ବି ସେ ନିଜେ ମିଲୋ କୁ ବହୁତ ଭଲ ପାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *