ସୁରଟର ଆକାଶରୁ ବର୍ଷିଲା “ସୁନା”ର ବିସ୍କୁଟ, ସଂଗ୍ରହ କରିବାକୁ ଦୌଡ଼ିଲେ ଲୋକ

speciaaଗୁଜୁରାଟର ସୁରଟ ସହରର ଏକ ଗାଁରେ ସୁନାର ବର୍ଷା ହୋଇଥିଲା ଏବଂ ଲୋକମାନେ ସୁନା ସଂଗ୍ରହ କରିବା ପାଇଁ ଘରୁ ବାହାରି ସଡକ ଉପରକୁ ଆସି ଯାଇଥିଲେ। ଏପରି ଆମେ ଏଥିପାଇଁ କହୁଛୁ କାରଣ ଗତ ରାତିରେ ସୁରଟ ବିମାନ ବନ୍ଦର ପାଖରେ ଡୁମ୍ମସ ଗାଁର ଲୋକମାନଙ୍କୁ କିଛି ଏପରି ଜିନିଷ ମିଳୁଛି ଯାହା ଦେଖିବାକୁ ସମ୍ପୂର୍ଣ୍ଣ ସୁନା ପରି ଅଟେ।

ସୁନା ପରି ଦେଖାଯାଉଥିବା ଏହି ଧାତୁ କଣ ଅଟେ। ଏହା ସଡ଼କ ଉପରେ ଏବଂ ଆଖପାଖ ବୁଦାରେ। କେଉଁଠୁ ଆସିଲା ଜଣା ନାହିଁ। କିନ୍ତୁ ଏହି ଜିନିଷ ଯାହାର ମଧ୍ୟ ହାତରେ ଲାଗୁଛି ସେ ଏହାକୁ ସୁନା ଭାବି ନେଇ ଯାଉଛି।

ସୁନା ମିଳୁଥିବା କଥା ଗାଁରେ ନିଆଁ ପରି ଖେଳି ଯାଇଥିଲା। ଲୋକମାନେ ସୁନା ସଂଗ୍ରହ କରିବା ପାଇଁ ଡୁମ୍ମସ ଗାଁକୁ ଆସିବାକୁ ଲାଗିଥିଲେ। ଏମିତିକି ରାତ୍ରି ସମୟରେ ଲୋକମାନେ ଏଠାରେ ଟର୍ଚ୍ଚ ନେଇ ସୁନା ଖୋଜୁଥିଲେ। ସ୍ଥାନୀୟ ଲୋକମାନେ କୁହନ୍ତି ଯେ ରାତ୍ରି ସମୟରେ କିଛି ଲୋକ ଏଠାରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଏହି ଚମକୁଥିବା ଜିନିଷ ମିଳିଥିଲା।

ସେମାନେ ଗାଁର ଅନ୍ୟ ଲୋକଙ୍କୁ ଏହାର ସୂଚନା ଦେଇଥିଲେ ଏବଂ ଏଠାରେ ଲୋକମାନେ ଏହି ସୁନା ପରି ଚମକୁଥିବା ଜିନିଷକୁ ଖୋଜିବା ପାଇଁ ବାହାରିଥିଲେ। କିଛି ଲୋକଙ୍କ କହିବା କଥା ଯେ, ଚମକୁଥିବା ଏହି ଜିନିଷ ସୁନା କି ପିତ୍ତଳ ତାହା କାହାରିକୁ ଜଣା ନାହିଁ। ସେହିପରି ଆଉ କିଛି ଲୋକ ଏହାକୁ ସୁନା ଭାବି ଏଠାରେ ଖୋଜୁଛନ୍ତି।

ଏଠାରେ ସୁନା ଖୋଜିବାକୁ ଆସିଥିବା ସୁରଟର ମୋହନ ଭାଇଙ୍କ କହିବା କଥା ଯେ, ଏଠାରେ କାଲି ରାତିରେ କିଛି ଲୋକଙ୍କୁ ସୁନା ମିଳିଥିଲା, ଯାହାପରେ ସମସ୍ତଙ୍କୁ ଧୀରେ ଧୀରେ ଏହି କଥା ଜଣା ପଡିଥିଲା। ମୁଁ ମଧ୍ୟ ଏଠାରେ ସୁନା ଖୋଜିବାକୁ ଆସିଛି। କିନ୍ତୁ ମୋତେ ଏପର୍ଯ୍ୟନ୍ତ କିଛି ମିଳିନାହିଁ। ମଜାର କଥା ଏହା ଯେ ସୁନା କିମ୍ବା ପିତ୍ତଳ ବର୍ତ୍ତମାନ ସୁଦ୍ଧା କାହାରିକୁ ଜଣା ନାହିଁ। କିନ୍ତୁ ଲୋକମାନେ ବର୍ତ୍ତମାନ ସୁନା ଖୋଜିବା ପାଇଁ ବହୁମାତ୍ରାରେ ଏଠାକୁ ଆସୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *