ଘରର ତାଲା ପକାଇ ଡାକ୍ତର ସ୍ୱାମୀ ଫେରାର, ୧୨ ଦିନ ପର୍ଯ୍ୟନ୍ତ ବାହାରେ ବସି ରହିଲେ ପତ୍ନୀ

୧୧ ବର୍ଷରୁ ଜଣେ ଡାକ୍ତର ଏକ ନାବାଳିକା ଝିଅ ସହିତ ସମ୍ବନ୍ଧ ରଖିଥିଲେ ଏବଂ ପୁଣି ଚାପରେ ଆସି ବିବାହ ମଧ୍ୟ କରି ନେଇଥିଲେ | ସେ ଦୁଇଜଣଙ୍କ ମଧ୍ୟରେ ଯେତେବେଳେ ବିବାଦ ହୋଇଥିଲା ସେତେବେଳେ ସ୍ୱାମୀ ଘରର ତାଲା ଲଗାଇ ଫେରାର ହୋଇଯାଇଥିଲେ, ସେହିପରି ସ୍ତ୍ରୀଟି ୧୨ ଦିନ କାଳ ବାହାରେ ବସି ରହିଥିଲେ | ଏହି ଘଟଣାଟି ରାଜସ୍ଥାନର ଧୌଲପୁର ଜିଲ୍ଲାର ଅଟେ |

ରାଜସ୍ଥାନର ଧୌଲପୁର ଜିଲ୍ଲାର ବସେଡୀ ଥାନା କ୍ଷେତ୍ରର ଏକ ଗାଁରେ ଜଣେ ଡାକ୍ତରଙ୍କର କଳାକାରନାମାର ଘଟଣା ସାମ୍ନାକୁ ଆସିଛି | ପ୍ରାୟ ୧୧ ବର୍ଷ ପର୍ଯ୍ୟନ୍ତ ସମ୍ପର୍କୀୟ ନାବାଳିକା ଝିଅ ସହିତ ଅଭିଯୁକ୍ତ ଡାକ୍ତର ଜଣକ ଶାରୀରିକ ଶୋଷଣ କରି ଆସୁଥିଲେ | ନାବାଳିକାଙ୍କର ପରିବାରଲୋକ ଯେତେବେଳେ କେସ ଫାଇଲ କଲେ ସେତେବେଳେ ଜେଲ ଯିବା ଭୟରେ ଆର୍ଯ୍ୟ ସମାଜ ଏବଂ ସାମାଜିକ ରୀତିନୀତିରେ ଝିଅଟି ସହିତ ବିବାହ ମଧ୍ୟ କରି ନେଇଥିଲେ | ବିବାହ କରିବା ପରେ ଅଭିଯୁକ୍ତ ଡାକ୍ତର ପୁଣି ଥରେ ନିଜ କଥାରୁ ହଟି ଗଲେ ଏବଂ ଯୁବତୀଙ୍କୁ ନିକଟରେ ହିଁ ଛାଡପତ୍ର ଦେବାପାଇଁ ନୋଟିସ ପଠାଇ ଦେଇଥିଲେ | ଯୁବତୀ ୧୪ ନଭେମ୍ବର ୨୦୨୦ ମସିହାକୁ ଯେତେବେଳେ ଘର ପହଞ୍ଚିଥିଲେ ସେତେବେଳେ ଡାକ୍ତର ଏବଂ ତାଙ୍କ ପରିବାର ଲୋକ ତାଙ୍କ ସହ ମାରପିଟ କରିଥିଲେ ଏବଂ ଘରୁ ତାଲାବନ୍ଦ କରି ଫେରାର ହୋଇଗଲେ |

ଯୁବତୀ ଜଣକ ଗତ ୧୨ ଦିନ ହେଲାଣି ଘରର କବାଟ ସାମ୍ନାରେ ଟିଣ ସେଡରେ ବସି ନ୍ୟାୟ ମାଗୁଛନ୍ତି | ଭୋକ ଉପାସରେ ଥିବା ଯୁବତୀଙ୍କ ଆଡକୁ କେହି ଦେଖିବା ପାଇଁ ମଧ୍ୟ ନାହାନ୍ତି | ଯେତେବେଳେ ଏହି ଖବରର ସୂଚନା ଆଜତକ ରିପୋର୍ଟରଙ୍କୁ ମିଳିଥିଲା ସେ ଏସଡିଏମ ଅନୁରାଗ ଭରଦ୍ୱାଜଙ୍କୁ ଘଟଣାର ସୂଚନା ଦେଇଥିଲେ | ଏହାଉପରେ ତତ୍କାଳ ଏସଡିଏମ ଭରଦ୍ୱାଜ ତହସିଲଦାର ଆଶାରାମ ଏବଂ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳକୁ ପଠାଇଥିଲେ ଏବଂ ଯୁବତୀଙ୍କର ବୟାନ ଫାଇଲ କରି ଘରର ତାଲା ଭାଙ୍ଗି ତାଙ୍କୁ ଘର ଭିତରେ ପହଞ୍ଚାଇଥିଲେ |

ପୀଡିତା ନେହା ନିଜ ସ୍ୱାମୀଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ବସେଡୀ ଥାନା କ୍ଷେତ୍ରର ଏକ ଗାଁରେ ତାଙ୍କ ସମ୍ପର୍କୀୟ ଅଛନ୍ତି | ସମ୍ପର୍କୀୟ ମାନଙ୍କ ସହ ଶାମିଲ ହେବା ପାଇଁ ପୀଡିତା ୨୦୦୬ ମସିହାରେ ଏହି ଗାଁକୁ ଆସିଥିଲେ | ସେସମୟରେ ପୀଡିତା ଜଣକ ନାବାଳିକା ଥିଲେ | ପୀଡିତା କହିଥିଲେ ଯେ ଉପେନ୍ଦ୍ର ଉତ୍ତରପ୍ରଦେଶର ଆଗ୍ରାରେ ଏମବିବିଏସ ପଢୁଥିଲେ ଏବଂ ବିବାହର ପ୍ରତିଶୃତି ଦେଇ ୨୦୦୬ ମସିହାରେ ଉପେନ୍ଦ୍ର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ | ତା’ପରେ ବହୁତ ସମସ୍ୟା ପରେ ଉପେନ୍ଦ୍ର ୨୦ ଡିସେମ୍ବର ୨୦୧୭ ମସିହାରେ ଆର୍ଯ୍ୟ ସମାଜ ଫରିଦାବାଦରେ ବିବାହ କରିଥିଲେ |

ବିବାହ ହେବା ପରେ ଉପେନ୍ଦ୍ର କିଛି ସମୟ ପର୍ଯ୍ୟନ୍ତ ଧୌଲପୁରରେ ନିଜସ୍ୱ ନିବାସରେ ରଖିଥିଲେ | ତାହାପରେ ଉପେନ୍ଦ୍ର ଆଗ୍ରା ଚାଲିଯାଇଥିଲେ | ପୀଡିତା ଜଣକ କହିଲେ ଯେ ଉପେନ୍ଦ୍ର ବର୍ତ୍ତମାନ କୋର୍ଟ ମାଧ୍ୟମରେ ତାଙ୍କୁ ଛାଡପତ୍ର ନୋଟିସ ପଠାଇ ଦେଇଛନ୍ତି | ପୀଡିତା ୧୪ ନଭେମ୍ବର ୨୦୨୦ ଦିନ ନିଜ ଶାଶୁଘର ବସେଡୀ ଥାନା କ୍ଷେତ୍ରର ଗାଁରେ ପହଞ୍ଚି ଯାଇଥିଲେ | ପୀଡିତା ସେଠାରେ ପହଞ୍ଚିବା ପରେ ସ୍ୱାମୀ ଉପେନ୍ଦ୍ର ଏବଂ ଅନ୍ୟ ଶାଶୁଘର ଲୋକ ମିଶି ପୀଡ଼ିତାଙ୍କୁ ମାରପିଟ କରିଥିଲେ | ସ୍ୱାମୀ ଉପେନ୍ଦ୍ର ଏବଂ ତାଙ୍କ ପରିବାର ଲୋକ ପୀଡ଼ିତାଙ୍କର ଗହଣା, ଆଭୂଷଣ ଛଡାଇ ଘରର ତାଲାବନ୍ଦ କରି ଫେରାର ହୋଇଯାଇଥିଲେ | ପୀଡିତା ଗତ ୧୨ ଦିନ ହେବ ଘର ଆଗରେ ଥିବା ଟିଣ ସେଡ ତଳେ ବସି ନ୍ୟାୟ ମାଗୁଥିଲେ |

ତହସିଲଦାର ଆଶାରାମ କହିଛନ୍ତି ଯେ, ଜଣେ ମହିଳା ଜଣକ ୧୪ ନଭେମ୍ବରରୁ ଘର ବାହାରେ ବସିଥିଲେ ଏବଂ ତାଙ୍କ ଅଭିଯୋଗ ଥିଲା ଯେ ତାଙ୍କ ସ୍ୱାମୀ ଏବଂ ଘରଲୋକ ତାଙ୍କୁ ଘର ବସାଇ ଦେଇଛନ୍ତି ଏବଂ ନିଜେ ଫେରାର ହୋଇଯାଇଛନ୍ତି ଏଥିସହିତ ଘରର ତାଲା ମଧ୍ୟ ଲଗାଇ ଦେଇଛନ୍ତି | ମୁଁ ଏଠାକୁ ଆସି ପୋଲିସ ଫୋର୍ସକୁ ସାଙ୍ଗରେ ନେଇ ଘରର ତାଲା ଖୋଲିଛି ଏବଂ ମହିଳାଙ୍କୁ ଘର ଭିତରେ ଛାଡ଼ିଛି ଏବଂ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଛି | ତାଙ୍କ ସ୍ୱାମୀଙ୍କ ସହିତ ମଧ୍ୟ କଥାବାର୍ତ୍ତା କରାଯାଉଛି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *