ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ‘କବୀର ସିଂହ’ର କଣ୍ଠଶିଳ୍ପୀ, ଅଖିଳ ସଚଦେବାଙ୍କୁ Kiss କରି ସ୍ତ୍ରୀ ପ୍ରେମ ଲୁଟୁଥିବାର ଦେଖାଯାଇଛି

ମୁମ୍ବାଇ: ଅଭିନନ୍ଦନ, ‘କବୀର ସିଂହ’ ଏବଂ ‘ବଦ୍ରିନାଥ କି ଦୁଲ୍ହନିୟା’ ପରି ହିଟ ସିନେମାର ଗୀତକୁ ନିଜ ସ୍ବର ଦେଇଥିବା ଆଖିଳ ସଚଦେବା ୭ଡିସେମ୍ବରରେ ଗାର୍ଲଫ୍ରେଣ୍ଡ ତାନ୍ୟା ଗୁଲ୍ଲାଙ୍କ ସହିତ ବାହା ହୋଇ ସାରିଛନ୍ତି।ସେ ଜୟପୁରରେ ନିଜ ଗାଲଫ୍ରେଣ୍ଡଙ୍କ ସହିତ ବାହା ହୋଇଛନ୍ତି ଏବଂ ଏହି ସମାରୋହକୁ ବ୍ୟକ୍ତିଗତ ଭାବେ ସିମୀତ ରଖିଥିଲେ। ବାହାଘରରେ କୋରୋନା ଭାଇରସର ସଚେତନ ସୂଚନାକୁ ସଂପୂର୍ଣ୍ଣ ଭାବେ ପାଳନ କରିଛନ୍ତି ଏବଂ ଶୋଶିଆଲ ଦୂରତା ଉପରେ ବିଶେଷ ଧ୍ୟାନ ରଖିଯାଇଥିଲା। ସୋମବାର ଦିନ ହୋଇଥିଲା ଅଖିଳଙ୍କ ଅଟକ ଥିବା ସମାରୋହ..

ସୋମବାର ଦିନ ଅଖିଳ ସଚଦେବାଙ୍କର ଅଟକ ଥିବା ସମାରୋହର କାର୍ଯ୍ୟକ୍ରମ ହୋଇଥିଲା।ସେ ଏକ ଫଟୋ ବି ଶେୟାର କରିଥିଲେ।ତାଙ୍କ ଫଟୋରେ ତାଙ୍କର କେତେ ବଲିଉଡ ବନ୍ଧୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବିକ୍ରାନ୍ତ ମେସୀ ଏବଂ ଏକତା କପୂର ବି ଅଖିଳ ସଚଦେବାଙ୍କୁ ତାଙ୍କର ନୂଆ ଜୀବନ ପାଇଁ ବହୁତ ସାରା‌ ବଧାଇ ଜଣାଇଛନ୍ତି।

ଜୟପୁରର ସାମୋଦ ପ୍ରାସାଦରେ ଅଖିଳ ଏବଂ ତାନ୍ୟାଙ୍କର ବାହାଘର ହୋଇଥିଲା।ଏକ ବୟାନରେ ଅଖିଳ ଜଣାଇଛନ୍ତି କି ପ୍ରଥମେ ଅତିଥିମାନଙ୍କ ଭିତରେ ୨୦୦ଲୋକଙ୍କୁ ସାମିଲ କରାଯାଇଥିଲା, କିନ୍ତୁ ଏବେ ମହାମାରୀର ଘଟଣା ବଢିଥିବାରୁ ଲିଷ୍ଟରେ ଏବେ ୧୨୦ଲୋକଙ୍କୁ ହିଁ ସାମିଲ କରାଯାଇଛି।

ଅଖିଳ ଜଣାଇଛନ୍ତି କି ଏହି କାରଣରୁ ସେ ତାଙ୍କ ଦୂର ସଂପର୍କୀୟ, ବନ୍ଧୁ ଏବଂ ସାଥି ମାନଙ୍କୁ ଡାକି ପାରିନଥିଲେ। କିନ୍ତୁ, ତାଙ୍କର ପୂରା ଵିଶ୍ଵାସ ଅଛି କି ପରିବାର ଏବଂ ନିଜବନ୍ଧୁଙ୍କ ସହିତ ତାଙ୍କର ଏହି ବାହାଘର ମନେ ରହିବ।ସେ ଆଗରୁ କହିଥିଲେ କି ଯେତେବେଳେ ଆଗ ବର୍ଷକୁ ଏସବୁ ଠିକ ହୋଇଯିବ ତ ସେ ଏକ ବଡ ପାର୍ଟି ଦେବେ।

ପୁଣି, ଯଦି ଅଖିଳ ଏବଂ ତାନ୍ୟାଙ୍କ ପ୍ରେମ କାହାଣୀ କଥା କୁହାଯିବ ତ ଏହା କୈାଣସି ହିନ୍ଦୀ ସିନେମା ଠାରୁ କମ ହେବ ନାହିଁ।୬ବର୍ଷ ପୂର୍ବରୁ ତାନ୍ୟା,ଅଖିଳଙ୍କର ଏକ କନ୍ସର୍ଟରେ ଆସିଥିଲେ। ସେହି ସମୟରେ ତାନ୍ୟାଙ୍କ ବୟସ କେବଳ ୧୯ବର୍ଷ ହୋଇଥିଲା।ତାନ୍ୟା ସେହି ସମୟରେ ଅଖିଳଙ୍କୁ ଦେଖିଥିଲେ ଏବଂ ନିଜ ମାଆଙ୍କୁ କହିଥିଲେ କି ଯେତେବେଳେ ସେ ବଡ ହୋଇଯିବେ ତ ଅଖିଳଙ୍କୁ ବାହାହେବେ।

ସେହି, କନ୍ସର୍ଟ ଶେଷ ହେବା ପରେ ତାନ୍ୟା ଏବଂ ତାଙ୍କ ମାଆ ଅଖିଳଙ୍କ ପାଖକୁ ଆସିଥିଲେ ଏବଂ ସେ ତାଙ୍କ ଝିଅଙ୍କ ସହିତ ହୋଇଥିବା କଥାବାର୍ତ୍ତାକୁ କଣ୍ଠଶିଳ୍ପୀଙ୍କୁ ଜଣାଇଥିଲେ, ଏହାପରେ ତାନ୍ୟା ଏବଂ ସେ ବହୁତ ଭଲ ବନ୍ଧୁ ହୋଇଯାଇଥିଲେ। ଅଖିଳ ଜଣାଇଥିଲେ କି ସେ ପୂର୍ବ ପାଞ୍ଚ ବର୍ଷରୁ ତାନ୍ୟାଙ୍କର ବହୁତ ଭଲ ବନ୍ଧୁ ଥିଲେ। କିନ୍ତୁ, ଏମିତି ଏକ ସମୟ ବି ଆସିଥିଲା ଯେତେବେଳେ ସେ ଜଣେ ଅନ୍ୟ ଜଣଙ୍କ ସହିତ କଥାବାର୍ତ୍ତା କରୁନଥିଲେ। ଅଖିଳ କହିଥିଲେ କି ତାନ୍ୟାଙ୍କ ସ୍ବପ୍ନ ପୂରା ହୋଇଯାଇଛି ଏବଂ ଏହିକଥା ତାଙ୍କୁ ବହୁତ ଖୁସି ଲାଗୁଛି କି ତାଙ୍କ ବାହାଘର ତାନ୍ୟାଙ୍କ ସହିତ ହୋଇଛି।

ଜଣା ଯାଉଛି କି ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ନିଜର ଜୀବନ ଆରମ୍ଭ କରିବା ପାଇଁ ଅଖିଳ ସଚଦେବା ଅଭିନେତ୍ରୀ ହୁମା କୁରୈଶୀଙ୍କୁ ଶ୍ରେୟ ଦେଇଛନ୍ତି।ସେ କହିଛନ୍ତି କି ହୁମା କୁରୈଶୀ ତାଙ୍କ ପିଲା ଦିନର ବନ୍ଧୁ ଅଟନ୍ତି। ସେମାନେ ଛୋଟ ଶ୍ରେଣୀରୁ ୧୨ଶ୍ରେଣୀ ପର୍ଯ୍ୟନ୍ତ ସାଥି ହୋଇ ପାଠ ପଡିଛନ୍ତି। କଥା ସେହି ଦୁଇଜଣଙ୍କର ‌ହେଉଛି ଯେତେବେଳେ ଅଖିଳ ସଂଘର୍ଷ କରୁଥିଲେ ଏବଂ କୈାଣସି କାମରେ ମୁମ୍ବାଇ ଯାଇଥିଲେ।ସେ ମୁମ୍ବାଇରେ ଥିବାବେଳେ ହୁମା କୁରୈଶୀ ତାଙ୍କୁ ଈଦର ରାତ୍ରି ଭୋଜନ ପାର୍ଟି ପାଇଁ ଡ଼ାକିଥିଲେ।ସେ ତାଙ୍କ ପାର୍ଟିରେ ପହଁଞ୍ଚି ଥିଲେ ତ ବଲିଉଡର କେତେ ତାରକା ସେଠାରେ ମହଜୁଦ ଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *