ବାହାଘର ଆନିଭର୍ସାରୀରେ ଅମୂଲ୍ୟ ଉପହାର, ସ୍ତ୍ରୀଙ୍କୁ ଜହ୍ନରେ କିଣିକି ଦେଲେ ଜମି

ଆପଣ ପ୍ରେମରେ ପଡ଼ିଥିବା ଯୋଡ଼ି ମାନଙ୍କୁ ଦେଖିଥିବେ, ଯେଉଁଥିରେ ପୁଅଟି ନିଜ ପ୍ରେମିକା ପାଇଁ ଚାନ୍ଦ-ତାରା ଆଣିଦେବା କଥା କହିଥାଏ। କିଛି ଏମିତି ହିଁ ରାଜସ୍ଥାନର ଅଜମେରରେ ରହୁଥିବା ଧର୍ମେନ୍ଦ୍ର ନାମକ ବ୍ୟକ୍ତି କରିଥିଲେ। ଧର୍ମେନ୍ଦ୍ର ନିଜ ବାହାଘରର ବର୍ଷପୂରାଣିରେ ଚାନ୍ଦ ତୋଳିକି ତ ଆଣି ନଥିଲେ କିନ୍ତୁ ସ୍ତ୍ରୀଙ୍କୁ ଚାନ୍ଦରେ ତିନି ଏକର ଜମି ଉପହାରରେ ଦେଇଥିଲେ। ଧର୍ମେନ୍ଦ୍ର ଅନିଜା କହିଛନ୍ତି କି ସେ ତାଙ୍କ ବାହାଘରର ଅଷ୍ଟମ ବର୍ଷପୂରାଣିରେ ସ୍ତ୍ରୀ ସପନା ଅନୀଜାଙ୍କ ପାଇଁ କିଛି ସ୍ବତନ୍ତ୍ର କରିବା ଉଦ୍ଦେଶ୍ୟରେ ଚାନ୍ଦରେ ଜମି କିଣିଛନ୍ତି।

ସେ କହିଛନ୍ତି ୨୪ଡିସେମ୍ବରରେ ତାଙ୍କର ବାହାଘର ବର୍ଷପୂରାଣି ହୋଇଥିଲା। ମୁଁ ତାଙ୍କ ପାଇଁ କିଛି ସ୍ବତନ୍ତ୍ର କରିବାକୁ ଚାହୁଁଥିଲି।ଯେ କେହି କାର ଏବଂ ଅଳଙ୍କାର ପରି ସାଂସାରିକ ସଂପତ୍ତିକୁ ଉପହାରରେ ଦେଇଥାଏ, କିନ୍ତୁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି। ସେଥିଯୋଗୁଁ, ମୁଁ ତାଙ୍କ ପାଇଁ ଚାନ୍ଦରେ ଭୂମି କିଣିଥିଲି।

ଧର୍ମେନ୍ଦ୍ର ଅନିଜା ଲୁନା ସୋସାଇଟୀ ଇଣ୍ଟରନ୍ୟାସନାଲ ମାଧ୍ୟମରେ ଏହି ଜମି କିଣିଥିଲେ। ଧର୍ମେନ୍ଦ୍ର ଅନିଜା କହିଛନ୍ତି କି ପ୍ରକିୟାଟି ପୂରା ହେବାପାଇଁ ପାଖାପାଖି ଏକବର୍ଷ ଲାଗିଯାଇଥିଲା।ସେ କହିଛନ୍ତି, “ମୁଁ ଖୁସି ଅଛି। ମୋତେ ଲାଗୁଛି କି ମୁଁ ଚାନ୍ଦରେ ଜମି କିଣିଥିବାର ରାଜସ୍ଥାନରେ ପ୍ରଥମ ବ୍ୟକ୍ତି ଅଟେ।”

ସପନା ଅନୀଜା କହିଛନ୍ତି କି ସେ ତାଙ୍କ ସ୍ବାମୀଙ୍କ ପାଖରୁ ଏହି ପ୍ରକାର ବିଶେଷ “ଦୁନିଆରୁ ବାହାରର” ଉପହାର ମିଳିବାର ଆଶଙ୍କା କରିନଥିଲେ।ସପନା ଅନୀଜା କହିଛନ୍ତି, “ମୋତେ ବହୁତ ଖୁସି ଲାଗୁଛି‌।ଆଶା ନଥିଲା କି ସେ ମୋତେ ଏମିତି କିଛି ସ୍ବତନ୍ତ୍ର ଉପହାର ଦେବେ। ସେହି ବାହାଘର ବର୍ଷପୂରାଣିରେ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା।

ଧର୍ମେନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି, “ଏମିତି ଲାଗୁଥିଲା କି ମୁଁ ସତରେ ଚାନ୍ଦରେ ଅଛି। ସମାରୋହ ସମୟରେ,ସେ(ସ୍ବାମୀ) ମୋତେ ସଂପତ୍ତି କାଗଜର ପ୍ରମାଣପତ୍ର ଦେଇଥିଲେ।”ଜଣା ଯାଉଛି କି କିଛି ମାସ ପୂର୍ବରୁ, ଅଭିନେତା ଶାହାରୁଖ ଖାନ ଏବଂ ସ୍ୱର୍ଗୀୟ ସୁଶାନ୍ତ ସିଂହ ରାଜପୁତଙ୍କ ଦ୍ଵାରା ପ୍ରେରିତ ହୋଇ,ବୋଧଗୟାରେ ବାସ କରୁଥିବା ନୀରଜ କୁମାର ମଧ୍ୟ ନିଜ ଜନ୍ମ ଦିନରେ ଚାନ୍ଦରେ ଏକ ଏକର ଜମି କିଣିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *