କାର୍ତ୍ତିକ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, କଣ ରହିବ ଏହାର ପ୍ରଭାବ ଓ କେଉଁ ସବୁ ସତର୍କତା ଅବଲମ୍ବନ କରିବାକୁ ହେବ, ଜାଣନ୍ତୁ ସମସ୍ତ ତଥ୍ୟ

ଆସନ୍ତା ନଭେମ୍ବର ୩୦ ତାରିଖରେ ପଡୁଛି ବର୍ଷର ତୃତୀୟ ଓ ଶେଷ ଚନ୍ଦ୍ରଗ୍ରହଣ। ଯାହାକି ବହୁବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି ଏବଂ ଏହାକୁ ଦୁର୍ଲଭ ଚନ୍ଦ୍ରଗ୍ରହଣ କୁହାଯାଉଛି। ଆସନ୍ତୁ ଏ ସମ୍ପର୍କରେ କିଛି ଜାଣିବା।

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର,୨୦୨୦ କାର୍ତ୍ତିକ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି। ଯଦିଓ ଚଳିତ ବର୍ଷ ୬ଟି ଚନ୍ଦ୍ରଗ୍ରହଣ ହେବାର ଥିଲା, କିନ୍ତୁ ଏହା ତୃତୀୟ ହେବ। କୁହାଯାଉଛି ଯେ ଲୋକମାନେ ଏହି ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖିପାରିବେ। ସେଦିନ ଚନ୍ଦ୍ରଗ୍ରହଣ ଅପରାହ୍ନ ୧:୦୪ ରୁ ଆରମ୍ଭ ହେବ ଏବଂ ୫:୨୨ ମିନିଟ୍ ରେ ସମାପ୍ତ ହେବ।

ନଭେମ୍ବର ୩୦ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଏସିଆର କେତେକ ଦେଶରେ ଦେଖାଯିବ।ଏହି ଚନ୍ଦ୍ରଗ୍ରହଣ ଆମେରିକାରେ, ଅଷ୍ଟ୍ରେଲିଆ ସମେତ ପ୍ରଶାନ୍ତ ମହାସାଗରରେ ମଧ୍ୟ ଦେଖାଯିବ ବୋଲି ଜ୍ୟୋତିଷ ବିଶାରଦ ତଥା ବୈଜ୍ଞାନିକମାନେ ମତ ଦେଇଛନ୍ତି।

ଜ୍ୟୋତିଷଙ୍କ ଅନୁଯାୟୀ, ଏଥର ଚନ୍ଦ୍ରଗ୍ରହଣର ସୂତକ କାଳ ମାନ୍ୟ କରାଯିବ ନାହିଁ। ଏହି କାରଣରୁ ଏହାକୁ ଉପଛାୟା ଚନ୍ଦ୍ରଗ୍ରହଣ ବୋଲି ବିଶ୍ୱାସ କରାଯାଏ।ଚନ୍ଦ୍ରଗ୍ରହଣରେ, ସୁତକ ଅବଧି ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ ଏବଂ ସର୍ବମୋକ୍ଷ ବେଳକୁ ସୁତକ କାଳ ସମାପ୍ତ ହୋଇଥାଏ।

ଆସନ୍ତୁ ଜାଣିବା ବର୍ତ୍ତମାନ କେଉଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ଏହି ସମୟ ମଧ୍ୟରେ, ମନେରଖନ୍ତୁ କେଉଁ ସବୁ ଜିନିଷଗୁଡ଼ିକ ବିଜ୍ଞାନ ଅନୁଯାୟୀ ନୁହେଁ ବରଂ ରୀତିନୀତି ଅନୁଯାୟୀ ଅଟେ..

୧) ପ୍ରଥମ କଥା, ଚନ୍ଦ୍ରଗ୍ରହଣ ସମୟରେ ଭଗବାନଙ୍କ ପ୍ରତିମାକୁ ଭୁଲରେ ବି ସ୍ପର୍ଶ କରନ୍ତୁ ନାହିଁ , କାରଣ ଏହାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ। ୨) ଘରେ ଥିବା ମନ୍ଦିରଗୁଡ଼ିକର କବାଟ ବନ୍ଦ କରନ୍ତୁ,ଯାହାଫଳରେ ଭଗବାନଙ୍କ ଉପରେ ଚନ୍ଦ୍ରଗ୍ରହଣର କୌଣସିପ୍ରଭାବ ପଡ଼ିବ ନାହିଁ। ୩) ଗର୍ଭବତୀ ମହିଳାମାନେ ଏହି ସମୟ ମଧ୍ୟରେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ ।

୪) ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ନଖ ଏବଂ କେଶକୁ ଭୁଲରେ ବି କାଟନ୍ତୁ ନାହିଁ। ଏହାକୁ ଅଶୁଭ ବିବେଚନା କରାଯାଏ। ୫) ଗ୍ରହଣ ସମୟରେ କୌଣସି ଖାଦ୍ୟପଦାର୍ଥକୁ ରନ୍ଧନ କରନ୍ତୁ ନାହିଁ କି ଖାଆନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *