ପ୍ରେମ ପାଇବା ପାଇଁ ପ୍ରେମିକା ଡେଇଁଲା ସବୁ ସୀମା, ତାନ୍ତ୍ରିକ ସହିତ ମିଶି କରୁଥିଲା ଏହି ଘୃଣନିୟ କାମ

ଉତ୍ତର ପ୍ରଦେଶରେ ପୋଲିସ ଏକ ମହିଳାକୁୁ ତନ୍ତ୍ର ସାଧନା କରିବା ଆରୋପ ରେ ଗିରଫ କରିଛି। ପୋଲିସ କହିବା ଅନୁସାରେ ପ୍ରେମିକା ନିଜର ପ୍ରେମିକକୁ କାବୁରେ ରଖିବା ପାଇଁ ତନ୍ତ୍ର ସାଧନା କରୁଥିଲା ଏବଂ ଘରେ ମଣିଷର ମୁଣ୍ଡ ମଧ୍ୟ ରଖିଥିଲା। ମଣିଷ ମୁଣ୍ଡ ମିଳିବା ପରେ ପୋଲିସ ଜାଞ୍ଚ ଆରମ୍ଭ କରି ଏବଂ ୨୪ ଘଣ୍ଟା ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ତାନ୍ତ୍ରିକକୁ ଗିରଫ କରିଛି।

ପୋଲିସ ଅନୁସାରେ କାନପୁରର ପନିକରେ ରହୁଥିବା ଗୀତା ନାମକ ଏକ ମହିଳା ମଣିଷ ମୁଣ୍ଡକୁ ପାଞ୍ଚ ହଜାର ଟଙ୍କାରେ କିଣିଥିଲେ। ମହିଳାଙ୍କୁ ଏହି ମୁଣ୍ଡ ବାନ୍ଦାରେ ଥିବା ଜଣେ ତାନ୍ତ୍ରିକ ବିକ୍ରି କରିଥିଲେ। ଏହି ଦୁଇ ଜଣ ଗତ ତିନି ବର୍ଷ ହେବ ତନ୍ତ୍ର ମନ୍ତ୍ର କରି ଆସୁଛନ୍ତି। ଏସିପି ପଶ୍ଚିମ ଡ. ଅନୀଲ କୁମାର ଏହି ବିଷୟରେ କହିଛନ୍ତି କି କାନ୍ଶୀରମ କଲୋନୀ ପନୀକ ରେ ରହୁଥିବା ଗୀତାଙ୍କ ସ୍ବାମୀ ମୃତ୍ୟୁ କରି ସାରିଛନ୍ତି। ଗୀତାଙ୍କର ଦୁଇଟି ପିଲା ଅଛିନ୍ତି ଯେଉଁମାନେ ବାହାରେ ରୁହନ୍ତି। ତିନି ବର୍ଷ ପୂର୍ବେ ଗୀତାଙ୍କର ଦେଖା ବାନ୍ଦାର ରେଉନା ରେ ରହୁଥିବା ତାନ୍ତ୍ରିକ ରାମ ମୋହନଙ୍କ ସହିତ ହୋଇଥିଲା।

ତାନ୍ତ୍ରିକ ରାମ ମୋହନ ଗୀତାଙ୍କୁ କହିଥିଲେ କି ସେ ତନ୍ତ୍ର ମନ୍ତ୍ରରେ ବଶିଭୂତ କରି ପାରନ୍ତି। ଯାହାପରେ ଗୀତା ତାନ୍ତ୍ରିକ ସହିତ ମିଶି ନିଜ ପ୍ରେମିକକୁ ବଶିଭୂତ କରିବା ଆରମ୍ଭ କରି ଦେଇଥିଲା। ତାନ୍ତ୍ରିକ ରାମମୋହନ ଗୀତାଙ୍କ ଘରକୁ ଯିବା ଆସିବା କରେ ଏବଂ ପୂଜା ମଧ୍ୟ କରେ। କିଛି ସମୟ ପୂର୍ବେ ଏହି ଦୁଇ ଜଣ ପ୍ରେମିକକୁ କାବୁ କରିବା ପାଇଁ ପାଞ୍ଚୋଟି ମଣିଷ ମୁଣ୍ଡ ପୂଜା କରୁଥିଲେ। ଏହି ପାଞ୍ଚୋଟି ମଣିଷ ମୁଣ୍ଡ ତାନ୍ତ୍ରିକ ରମ ମୋହନ ନିଜ ସହିତ ଆଣିଥିଲା। ଯାହାକୁ ସେ ଗୀତାଙ୍କୁ ପାଞ୍ଚ ହଜାର ଟଙ୍କାରେ ବିକ୍ରି କରିଥିଲା।

ଗୀତା ଏବଂ ତାନ୍ତ୍ରିକ ରାମମୋହନ ଏହି ପୂଜା କଲେ କିନ୍ତୁ ଏହା ସଫଳ ହେଲା ନାହିଁ। ଯାହାପରେ ସେମାନେ ମଣିଷ ମୁଣ୍ଡକୁ ଫୋପାଡି ଦେଇଥିଲେ। ମଣିଷ ମୁଣ୍ଡ ଦେଖି ଆଖପାଖ ଲୋକ ପୋଲିସକୁ ଜଣାଇଲେ। ତାପରେ ପୋଲିସ ଜାଞ୍ଚ କରି ଯାଣିଲା ଯେ ଏହି ମଣିଷ ମୁଣ୍ଡ ଗୀତା ଫୋପିଡଛି ବୋଲି। ପୋଲିସ ଅନୁସାରେ ମହିଳା ଜଣଙ୍କ ତିନି ବର୍ଷ ହେବ ଏପରି ପୂଜା କରୁଥିଲେ। ତାଙ୍କର କହିବା ଏହାକି ଯେତେବେଳେ ତାଙ୍କୁ କୌଣସି ସଫଳତା ମିଳି ନଥିଲା ସେତେବେଳେ ସେ ମଣିଷ ମୁଣ୍ଡ ଫୋପାଡି ଦେଇଥିଲେ।

ପୋଲିସ କହିବା ଅନୁସାରେ ନଭେମ୍ବର ୭କୁ ତାନ୍ତ୍ରିକ ମନୋହର ସହର ଆସିଥିଲା। ସେତେବେଳେ ତାର ଗୀତା ସହିତ ଦେଖା ହୋଇଥିଲା। ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାପରେ ଗୀତାକୁ ଲାଗିଲା କି ଏହି ପୂଜାର କୌଣସି ଲାଭ ନାହିଁ ଏବଂ ସେ ଘରେ ରଖିଥିବା ମଣିଷ ମୁଣ୍ଡକୁ ଫୋପାଡି ଦେଇଥିଲା। ଗୀତା ଏବଂ ସେହି ତାନ୍ତ୍ରିକକୁ ଏବେ ପୋଲିସ ଗିରଫତାର କରି ନେଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *