ମଶା କାମୁଡିବା ରୁ ଲୋକଟିର ଗୋଡ଼ ର ହେଲା ଭୟଙ୍କର ଅବସ୍ଥା, ଏବେ କୌଣସି ଡାକ୍ତର ଚିକିତ୍ସା କରିପାରିବେ ନାହି

ମଶା କାମୁଡିବା ଏମିତି ତ ଗୋଟେ ସାଧାରଣ କଥା। ପ୍ରତିଦିନତ ଆମକୁ ଗୋଟିଏ ମଶା କାମୁଡି ଥାଏ। ଡେଙ୍ଗୁ କିମ୍ବା ମ୍ୟାଲେରିଆ ମଶା ଛଡ଼ା ଅନ୍ୟ କୌଣସି ମଶା କାମୁଡ଼ିଲେ ଅଳ୍ପ ସମୟ କୁଣ୍ଡେଇ ହୋଇଥାଏ ତା ପାରେ ଠିକ୍ ହୋଇଯାଇଥାଏ। କିନ୍ତୁ କମ୍ବୋଡିଆ ରେ ରହୁଥିବା ଏହି ଯୁବକଟିକୁ ମଶା କାମୁଡିବା ପରେ ଏମିତି ଅବସ୍ଥା ହେଲା ଆମେ ଭାବି ପାରିବା ନାହିଁ। ୨୭ ବର୍ଷୀୟ ବୋଙ୍ଗ ଥେଟ୍ ଙ୍କୁ କିଛି ବର୍ଷ ପୂର୍ବେ ଏକ ମଶା କାମୁଡି ଥିଲା, ପ୍ରଥମେ ଏହା ତାଙ୍କୁ ସାମାନ୍ୟ ଲାଗିଥିଲା କିନ୍ତୁ କିଛି ସମୟ ପରେ ଗୋଡ଼ ଫୁଲି ହାତୀ ଗୋଡ଼ ପରି ବଡ଼ ହୋଇଗଲା। ବର୍ଷ ବର୍ଷ ଧରି ସେ ଏହି ଦୁଃଖରେ ଅଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ମିଳି ପାରି ନାହିଁ।

ବୋଙ୍ଗ ଥେଟ ପିଲା ବେଳେ ଫୁଟବଲ୍ ଖେଳାଳି ବନିବାର ସ୍ଵପ୍ନ ଦେଖିଥିଲେ। କିନ୍ତୁ ତାଙ୍କୁ ୬ ବର୍ଷ ବୟସ ହୋଇଥିବା ସମୟରେ ତାଙ୍କ ସହିତ ଯାହା ହେଲା,ସେ କୌଣସି ଭୟଙ୍କର ରୋଗ ଠାରୁ କମ ନୁହେଁ। ମଶା କାମୁଡିବା ଦ୍ବାରା କେବଳ ତ ତାଙ୍କର ଫୁଟବଲ୍ ଖେଳିବା ସ୍ଵପ୍ନ ଭାଙ୍ଗିଲାନି ଆହୁରି ବି ପୁରା ଜୀବନ ତାଙ୍କର ନଷ୍ଟ ହୋଇଗଲା।

୨୭ ବର୍ଷୀୟ ବୋଙ୍ଗ ଥେଟ ଙ୍କୁ ମଶା କାମୁଡି ଥିଲା ଯେତେବେଳେ ସେ ଛୋଟ ଥିଲେ, ଯେଉଁଥି ପାଇଁ ତାଙ୍କ ଗୋଡ଼ ସାମାନ୍ୟ ଆକାର ଠାରୁ ପାଞ୍ଚ ଗୁଣା ଅଧିକ ବଡ଼ ହୋଇ ଯାଇଥିଲା। ସେ ଦୁଇ ଦଶନ୍ଧି ଧରି ଏହି ଗୋଡ଼ ସହ ଜୀବନ ନିର୍ବାହ କରୁଛନ୍ତି।

ବୋଙ୍ଗ କହିଥିଲେ ଯେ ପ୍ରଥମେ ଏହା ଏକ ସାମାନ୍ୟ ଖଣ୍ଡିଆ ହୋଇଥିଲା। ତାଙ୍କ ବାପା ମା ଏହାକୁ ଅଧିକ ଧ୍ୟାନ ଦେଇନଥିଲେ କାହିଁକି ନା ଏହା ଏକ ସାମାନ୍ୟ ଖଣ୍ଡିଆ ଥିଲା।କିନ୍ତୁ ଏହା ଧୀରେ ଧୀରେ ଟ୍ୟୁମର ରେ ବଦଳି ଗଲା।

ଗରିବ ରେ ଚଳୁଥିବା ତାଙ୍କ ମାତା ପିତା ଦିନ ମଜୁରୀ କାମ କରୁଥିଲେ। ତାଙ୍କ ପାଖରେ ତାଙ୍କ ପୁଅ ପାଇଁ ଚିକିତ୍ସା କରିବାକୁ ମଧ୍ୟ ଟଙ୍କା ନଥିଲା।

ବୋଙ୍ଗ ଯେତେବେଳେ ୧୨ ବର୍ଷ ର ହୋଇଥିଲେ, ସେ ପର୍ଯ୍ୟନ୍ତ ତାଙ୍କ ଗୋଡ଼ରେ ଛୋଟ ଛୋଟ ଦାଗ ହୋଇ ଯାଇଥିଲା। ଯାହା ଫଳରେ ତାଙ୍କୁ ଚଲା ବୁଲା କରିବାକୁ ଅସୁବିଧା ହେବାକୁ ଲାଗିଲା ଏବଂ କିଛି ସମୟ ପରେ ତାଙ୍କର ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇଗଲା, କାହିଁକି ନା ସେ ଅଧିକ ଦୂର ପର୍ଯ୍ୟନ୍ତ ଚାଲି ପାରୁ ନଥିଲେ।

ବୋଙ୍ଗ ଙ୍କ ପରିସ୍ଥିତି କୁ ଦେଖି ଜଣେ ମହିଳା ତାଙ୍କ ପରିବାରକୁ ପାଖାପାଖି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ କିନ୍ତୁ ଏହାର ଚିକିତ୍ସା ଡାକ୍ତର ମଧ୍ୟ କରି ପାରିନଥିଲେ। କାହିଁକି ନା ଏହା ଏକ ଭୟଙ୍କର ରୋଗ ଥିଲା।

ଯେବେ ତାଙ୍କୁ ଜଣାପଡ଼ିଲା ଯେ ତାଙ୍କର ଗୋଡ଼ କେବେବି ପୂର୍ବ ଭଳି ଫେରି ପାରିବ ନାହିଁ, ତାଙ୍କୁ ବହୁତ ବଡ଼ ଝଟକା ଲାଗିଲା। କିନ୍ତୁ ବୋଙ୍ଗ କହିଲେ ଯେ ‘ ମତେ ଏହା ଜାଣି କରି ଖୁସି ଲାଗିଲା ଯେ କିଏ ମତେ ସାହାଯ୍ୟ କରିବା ପାଇଁ ଆଗକୁ ଆସିଲେ, ମୁଁ ତାଙ୍କର କୃତଜ୍ଞତା ଜ୍ଞାପନ କରୁଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *