ବିବାହର ମାତ୍ର ୩ ମାସ ହୋଇଥିଲା , ବୋହୂକୁ ରୋଗ ହେବାରୁ ଘରୁ ତଡି ଦେଲେ ଶାଶୁ ଘର ଲୋକ

ମଣିଷ ସମାଜ କେତେ ଯେ ସ୍ୱାର୍ଥପର ସେ କଥା ଆପଣ ସମସ୍ତେ ଜାଣିଥିବେ । ନିଜ ସ୍ବାର୍ଥ ପାଇଁ ମଣିଷ କେତେ ଯେ ତଳକୁ ଖସି ଯାଇପାରେ , ତାର ଏକ ସ୍ପଷ୍ଟ ଉଦାହରଣ ବର୍ତ୍ତମାନ ସାମ୍ନାକୁ ଆସିଛି । ବୋହୂକୁ ରୋଗ ହେବା କାରଣରୁ ଶାଶୁ ଘର ଲୋକ ତାଙ୍କୁ ଘରୁ ତଡ଼ି ଦେଲେ ଆଉ ବାପ ଘରକୁ ପଠାଇ ଦେଲେ । ତେବେ ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଶଗଡ଼ଘାଟ ଗାଆଁର ଝିଅ ସଂଗୀତା ସାହୁଙ୍କ ବିବାହ ଖନିଆପଡ଼ା ଗାଆଁର ଘନଶ୍ୟାମ ସାହୁଙ୍କ ସହିତ ୨୦୨୨ ମସିହା ମେ ୩୧ ତାରିଖରେ ହୋଇଥିଲା । ବିବାହର ଦୁଇ ମାସ ସେମାନେ ସଂଗୀତାଙ୍କୁ ବହୁତ ଖୁସିରେ ରଖିଥିଲେ । କିନ୍ତୁ ତାପରେ ସବୁକିଛି ଓଲଟା ପାଲଟା ହୋଇ ଯାଇଥିଲା । ସଂଗୀତାଙ୍କୁ କ୍ରମାଗତ ଭାବରେ ଜ୍ଵର ଆସିବାକୁ ଲାଗିଥିଲା ।

ଆଉ ତାପରେ ବାରମ୍ବାର ଜ୍ଵର ଆସିବା ପରେ ତାଙ୍କର ର-କ୍ତ ପରୀକ୍ଷା କରିବାରୁ ଜଣା ପଡିଥିଲା କି , ତାଙ୍କର ସିକଲିଙ୍ଗ ରହିଛି , ଯାହାକୁ ର-କ୍ତ ଜନିତ ଏକ ରୋଗ ଅଟେ । ତେବେ ଏହି କଥା ଜାଣିବା ପରେ ଶାଶୁ ଘର ଲୋକ ନିଜ ଅସଲ ରୂପ ଦେଖାଇବା ଆରମ୍ଭ କରି ଦେଇଥିଲେ । ଆଉ ବୋହୂକୁ ନିଜ ବାପ ଘରକୁ ପଠାଇ ଟଙ୍କା ଏବଂ ସୁନା ଗହଣା ଆଣିବାକୁ କହିଥିଲେ । ଆଉ କହିଥିଲେ କି , ବାପ ଘରୁ ଏହି ସବୁ ଜିନିଷ ନେଇ ଆସିଲେ ଚିକିତ୍ସା ହେବ ।

ତେବେ ସଂଗୀତାଙ୍କ ବାପା ବହୁତ ଗରିବ ହୋଇଥିବା କାରଣ ରୁ ଏତେ ଜିନିଷ ଦେଇ ପାରିନଥିଲେ । ଆଉ ସଂଗୀତା ବର୍ତ୍ତମାନ ନିଜ ବାପ ଘରେ ଅଛନ୍ତି ଏବଂ ଥା-ନାରେ ଶାଶୁ ଘର ଲୋକଙ୍କ ବିରୋ-ଧରେ ଏତ-ଲା ଦେଇଥିଲେ କି , ତାଙ୍କ ସହିତ ଏପରି ଅସୁବିଧା ହୋଇଛି । ତେବେ ଦେଖାଯାଉ , ସଂଗୀତାଙ୍କୁ କେବେ ନ୍ୟା-ୟ ମିଳୁଛି , ଆଉ ସେ ତାଙ୍କ ଶାଶୁ ଘରକୁ ଫେରୁଛନ୍ତି ।

Leave a Reply

Your email address will not be published. Required fields are marked *