ନିରୀହ ନିଷ୍ପାପ ଶିଶୁକନ୍ୟାଙ୍କୁ କୂଅରେ ଫିଙ୍ଗିଲେ ମାଆ, ମୃତ ଘୋଷିତ କଲେ ଡାକ୍ତର, ପୁଣି ଚାରିଦିନ ପରେ ହୋଇଗଲେ ଜୀବିତ

ଝାଡ଼ଖଣ୍ଡର ଗଞ୍ଜନା ପଞ୍ଚାୟତର ସୋନପୁରା ଗାଁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି | ଜଣେ ମା ନିଜର ଦୁଇ ଝିଅଙ୍କୁ କ୍ରୋଧ ବଶତଃ କୁଅଁରେ ଫୋପାଡ଼ି ଦେଇଛି | ଏହାପରେ ଜଣେ ଝିଅକୁ ଡାକ୍ତର ମୃତ ଘୋଷିତ କରିଦେଇଥିଲେ | କିନ୍ତୁ ଚାରିଦିନ ପରେ ସେହି ଝିଅଟି ଜୀବିତ ହୋଇଯାଇଥିଲା | ଝିଅର ଏହି ପୁନର୍ଜନ୍ମକୁ ଦେଖି ଘରେ ଆନନ୍ଦର ଲହଡି ଖେଳିଯାଇଛି | କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯେତେବେଳେ ଡାକ୍ତର ଜଣକ ଝିଅଟିକୁ ମୃତ ଘୋଷିତ କରିଥିଲେ ତେବେ ସେ ଆଉଥରେ କିପରି ଭାବରେ ଜୀବିତ ହୋଇଗଲା ?

ଏହି ଘଟଣା ଗତ ଗୁରୁବାର ଦିନର ଅଟେ | ବିଳମ୍ବିତ ସନ୍ଧ୍ୟାରେ ସୀଟୁ ଯାଦବଙ୍କର ପତ୍ନୀ ଶକୁନ୍ତଳା ଦେବୀ କ୍ରୋଧରେ ନିଜ ଦୁଇ ଝିଅ ସୋନୀ କୁମାରୀ (ଦେଢ଼ ବର୍ଷ) ଏବଂ ଗୋଲି କୁମାରୀ (ତିନି ବର୍ଷ)ଙ୍କୁ କୁଅଁ ଭିତରକୁ ଫୋପାଡ଼ି ଦେଇଥିଲେ | ଏମିତିରେ ଗାଁ ଲୋକମାନେ ଦୁଇଜଣ ଝିଅଙ୍କୁ କୁଅଁରୁ ବାହାରକୁ ବାହାର କରିଥିଲେ | ଏହାପରେ ପରିବାର ଲୋକମାନେ ଝିଅମାନଙ୍କୁ ପଡୋଶୀ ଗାଁ ପାଣ୍ଡେୟପୁରାରେ ଜଣେ ଡାକ୍ତର ପାଖକୁ ନେଇଯାଇଥିଲେ | ଏଠାରେ ଡାକ୍ତର ଜଣକ ସୋନୀ କୁମାରୀଙ୍କୁ ମୃତ ଘୋଷିତ କରି ଦେଇଥିଲେ | ସେହିପରି ଗୋଲି କୁମାରୀଙ୍କର ସ୍ଥିତି ଗମ୍ଭୀର ଥିବାର କହି ତାଙ୍କର ଚିକିତ୍ସା ଆରମ୍ଭ କରି ଦେଇଥିଲେ |

ଯେତେବେଳେ ଉଭୟ ଝିଅଙ୍କର ସ୍ଥିତି ଦେଖି ଡାକ୍ତରମାନେ ନିରାଶ ହୋଇଯାଇଥିଲେ ସେତେବେଳେ ପରିବାର ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରି ପାରିଲେ ନାହିଁ | ସେ ଆରୋପ ଲଗାଇଥିଲେ ଯେ ସୀମାବର୍ତ୍ତୀ ବିହାରର ଗୟା ଜିଲ୍ଲାରେ ଶେରଘାଟି ସ୍ଥିତ ସରକାରୀ ହସ୍ପିଟାଲରେ ଡାକ୍ତରମାନେ ଝିଅ ଦୁଇଜଣଙ୍କର ଚିକିତ୍ସା ନକରିବାକୁ ଏହା କହି ମନା କରିଦେଲେ ଯେ ବର୍ତ୍ତମାନ ତାଙ୍କ ଝିଅ ଦୁଇଜଣଙ୍କର ବଞ୍ଚିବାର କୌଣସି ଆଶା ହିଁ ନାହିଁ |

ଏହାପରେ ପରିବାର ଲୋକ ଦୁଇଜଣ ଶିଶୁକନ୍ୟାଙ୍କୁ ଗୟାର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜ ହସ୍ପିଟାଲ ନେଇ ଆସିଥିଲେ | ଏଠାରେ ଡାକ୍ତରମାନେ ଉଭୟଙ୍କୁ କୋମାରେ ଥିବାର କହିଥିଲେ |ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା | ପିଲାମାନଙ୍କୁ ଚାରି ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖ ଯାଇଥିଲା | ଖୁବଶୀଘ୍ର ମୃତ ଘୋଷିତ ହୋଇଥିବା ଝିଅଟିକୁ ମଧ୍ୟ ଚେତା ଫେରି ଆସିଥିଲା | ସେ ଜୀବିତ ହୋଇଯାଇଥିଲେ | ଏହି ଖବର ଶୁଣିବା ମାତ୍ରେ ପରିବାରରେ ଖୁସିର ଲଗାଡୀ ଖେଳି ଯାଇଥିଲା | ବର୍ତ୍ତମାନ ଏହି କାହାଣୀ ସମଗ୍ର ଗାଁରେ ଚର୍ଚ୍ଚାର ବିଷୟ ହୋଇଯାଇଛି |

ବର୍ତ୍ତମାନ ଏହାକୁ ଭଗବାନଙ୍କର ଚମତ୍କାର କୁହନ୍ତୁ କିମ୍ବା ମୃତ ଘୋଷିତ କରିବା ପୂର୍ବରୁ ଡାକ୍ତରଂକର ଦାୟିତ୍ବହୀନତା | କିନ୍ତୁ ଏହା ଭଲ ହେଲା ଯେ ମାଆଙ୍କ କ୍ରୋଧର ଶାସ୍ତି ପିଲାମାନଙ୍କୁ ଜୀବନ ଦେଇ ପରିଶୋଧ କରିବାକୁ ପଡିଲା ନାହିଁ | ତାଙ୍କୁ ଏକ ନୂତନ ଜୀବନ ମିଳିଗଲା | ଉଲ୍ଲେଖନୀୟ ଯେ ଏହାପୂର୍ବରୁ ମଧ୍ୟ ଏପ୍ରକାରର ଅନେକ ଘଟଣା ସାମ୍ନାକୁ ଆସିସରିଛି ଯେତେବେଳେ ଡାକ୍ତର କିମ୍ବା ରୋଗୀଙ୍କୁ ମୃତ ମାନି ନିଅନ୍ତି କିନ୍ତୁ ପରେ ସେ ଜୀବିତ ହୋଇଯାଇଥାନ୍ତି |

ଏମିତିରେ ଏହି ଘଟଣା ପରେ ଆପଣ ସମସ୍ତଙ୍କୁ ମଧ୍ୟ ଏକ ଶିକ୍ଷା ଏହା ନେବା ଉଚିତ ଯେ ଯେତେବେଳେ ମଧ୍ୟ କ୍ରୋଧ ଆସିବା ସେହି କ୍ରୋଧକୁ ନିରୀହ ପିଲାମାନଙ୍କ ଉପରେ ବାହାର କରନ୍ତୁ ନାହିଁ | କ୍ରୋଧ ଆସିବା ଆପଣଙ୍କର ସମସ୍ୟା ଅଟେ ଏଥିରେ ପିଲାଙ୍କର କୌଣସି ଦୋଷ ନାହିଁ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *