ଜଙ୍ଗଲୀ ପଶୁଙ୍କ ସହିତ ଭାଇଙ୍କ ପରି ରହୁଛନ୍ତି ଏହି ମୋଗଲୀ, ଡାଲି, ଭାତ ନୁହେଁ ଖାଇବାରେ ପସନ୍ଦ କରନ୍ତି ସବୁଜ ଘାସ

ଆପଣମାନେ ମୋଗଲୀ ବିଷୟରେ ଆଗରୁ ନିଶ୍ଚିତ ଜାଣିଥିବେ। ଯେଉଁ ପିଲାଟି ଛୋଟବେଳୁ ପଶୁ ମାନଙ୍କ ସହିତ ରହୁଥିଲା। ମୋଗଲୀ ପଶୁ ମାନଙ୍କ ସହ ଖେଳୁଥିଲା। ତାର ବ୍ୟବହାର ପଶୁ ମାନଙ୍କ ପରି ଥିଲା ଏବଂ ସେ ପଶୁମାନଙ୍କ ପରି କଥା ହୁଏ। ୨୦୨୦ ପୁଣି ଏକ ମୁଗଲୀକୁ ଦେଖିବାକୁ ମିଳିଛି।୨୧ ବର୍ଷର ଏଲିର ଫଟୋ ଏବେ ଭାଇରାଲ ହେଉଛି। ସାଉଥ ଆଫ୍ରିକାର ଖାଣ୍ଡାରେ ରହୁଥିବା ଏଲିକୁ ଲୋକମାନଙ୍କ ଅପେକ୍ଷା ଜଙ୍ଗଲରେ ରହିବାକୁ ପସନ୍ଦ ଲାଗୁଛି। ସେ ଗଛରେ ରହିଥାଏ ଏବଂ ଖାଦ୍ୟରେ ସେ ଡାଲି, ଭାତ ଅପେକ୍ଷା କଦଳୀ ଏବଂ ଘାସ ଖାଇବାକୁ ପସନ୍ଦ କରୁଛି। ଏଲିର ମା ତାକୁ ସ୍ପେଶଲ ଚାଇଲ୍ଡ ଡାକନ୍ତି। ଏହା ସହିତ ଏଲିଙ୍କ ମା କହିଛନ୍ତି ମୋ ପୁଅ ସମସ୍ତଙ୍କ ଠାରୁ ଅଲଗା ହେଉ ପଛେ ଏହି ଜିନିଷ ତାକୁ ସ୍ପେଶଲ ବନାଉଛି।

ଆଫ୍ରିକର ଖାଣ୍ଡାରେ ରହୁଥିବା ୨୧ ବର୍ଷର ଏଲି ଛୋଟ ବେଳୁ ସାଧାରଣ ପିଲାଙ୍କ ପରି ନୁହେଁ। ସେ ଜଙ୍ଗଲକୁ ଯାଇ ପଶୁ ମାନଙ୍କ ସହ ରହେ।

ନିଜର ମାଙ୍କ ହାତ ରନ୍ଧା ଖାଦ୍ୟ ଅପେକ୍ଷା ତାକୁ ଜଙ୍ଗଲର ଫଳ ଏବଂ ଘାସ ଖାଇବା ପସନ୍ଦ ଅଟେ। ଏଲିଙ୍କ ମା ତାକୁ ଭଗବାନଙ୍କ ଉପହାର ମାନୁଛନ୍ତି।

ବାସ୍ତବରେ ଏଲି ମାଙ୍କର ପଞ୍ଚୋଟି ପିଲା ଜନ୍ମ ମାତ୍ରେ ମୃତ୍ୟୁ ହୋଇ ଯାଇଥିଲା। ତାପରେ ଏଲିର ଜନ୍ମ ହୋଇଥିଲା। ବହୁତ ଅପେକ୍ଷା ପରେ ଏଲିର ଜନ୍ମ ହୋଇଥିଲା ସେ ପୁଣି ସ୍ପେଶିଲ ପିଲା।

ଛୋଟ ବେଳୁ ଏଲିକୁ ଜିନିଷ ଜାଣିବାରେ ସମସ୍ୟା ହେଉଥିଲା। ଏଥିପାଇଁ ସେ ସ୍କୁଲ ଯାଇ ପାରିଲା ନାହିଁ। ଗାଁ ଲୋକମାନଙ୍କ ଠାରୁ ଦୂରେଇ ରହୁଥିଲା।

ଗାଁ ଲୋକ ଏଲିକୁ ମାଙ୍କଡ ଡାକୁ ଥିଲେ। ତା ବୟସର ପିଲା ତାକୁ ଚିଡାନ୍ତି। କିନ୍ତୁ ଏଲିର ମା ତାକୁ ବହୁତ ଭଲ ପାନ୍ତି।

ସେ କୁହନ୍ତି କି ତାଙ୍କ ପୁଅ ବହୁତ ସରଳ ଅଟେ। ତାକୁ ଦୁନିଆ ବିଷୟରେ କିଛି ଜଣା ନାହିଁ। ଏଲି ସବୁବେଳେ ଜଙ୍ଗଲ ଦୌଡି ପଳାଏ।

ଏଲିର ମା ତା ଉପରେ ସବୁବେଳେ ନଜର ରଖନ୍ତି ସେଥିପାଇଁ ସେ ଏଲିର ପଛେ ପଛେ ପଳେଇ ଯାନ୍ତି କାରଣ ଏଲି ଜଙ୍ଗଲରେ କେଉଁଠି ହଜି ଯିବ ବୋଲି। ସେ ତାକୁ ଧରି ଘରକୁ ନେଇ ଆସନ୍ତି।

ଗାଁ ଲୋକମାନଙ୍କର କହିବା ଏହା କି ଏଲି ବହୁତ ତିବ୍ରରେ ଦୋଡି ପଳାଏ ଜଙ୍ଗଲକୁ ସେଥିପାଇଁ ତା ମାଙ୍କ ତା ଉପରେ ନଜର ରଖିବା ବହୁତ କଷ୍ଟକର ଅଟେ।

Leave a Reply

Your email address will not be published. Required fields are marked *