ଛୁଆକୁ ସମାଧୀ ଦେବାକୁ ଯାଉଥିଲେ ମାଆ ବାପା, କବର ମଧ୍ୟରେ ରଖିବା ମାତ୍ର ହିଁ ଜିବନ୍ତ.. ଚମତ୍କାର ଭାବି ଆଣିଲେ ଘରକୁ.. କିନ୍ତୁ ବାସ୍ତବରେ ଘଟଣା କିଛି ଅଲଗା

ଡାକ୍ତର ଏବଂ ନର୍ସଙ୍କ ଅବହେଳା ଘଟଣାର ଖବର ପ୍ରତିଦିନ ସାମ୍ନାକୁ ଆସିଥାଏ। କିନ୍ତୁ ମଧ୍ୟ ପ୍ରଦେଶର‌ ବିଦିଶା ଜିଲ୍ଲାରେ ଯେଉଁ ଘଟଣା ଦେଖିବାକୁ ମିଳିଛି ତାହା ସବୁ ସୀମା ପାର କରି ଯାଇଛି। ଯେଉଁଠାରେ ନର୍ସ ଏକ ନବଜାତ ଶିଶୁର ଚିକିତ୍ସା ସମୟରେ ମୃତ ବୋଲି ଘୋଷଣା କରିଥିଲେ। ପରିବାର ଲୋକେ ଦୁଃଖ ପ୍ରକାଶ କରି ଛୁଆକୁ ସମାଧୀ ଦେବାପାଇଁ ଯାଇଥିଲେ। କୋଣ ପ୍ରସ୍ତୁତ କରି,ଗାତ ବି ଖୋଳି ଦେଇଥିଲେ, କିନ୍ତୁ ନବଜାତ ଶିଶୁକୁ ତଳେ ରଖିବା ମାତ୍ରେ ହିଁ ତାର ହାତ-ପାଦ ହଲିବାକୁ ଲାଗିଥିଲା।

ମାଆଙ୍କୁ ବିଶ୍ଵାସ ‌ହେଉନଥିଲା, ତଥାପି ନର୍ସ ଜଣାଇଥିଲେ କି ମରିଯାଇଛି ଶିଶୁ

ବାସ୍ତବରେ, ଅବହେଳାର ଏହି ଘଟଣା ବିଦିଶା ଜିଲ୍ଲାର ଗଞ୍ଜବାସୌଦା ଡାକ୍ତରଖାନାର ଅଟେ। ଯେଉଁଠାରେ ସଙ୍ଗୀତା ନାମକ ମହିଳାଙ୍କର ପ୍ରସବ ପରେ ଶିଶୁର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। କିଛି ଘଣ୍ଟା ପରେ ନର୍ସ ଶିଶୁକୁ ମୃତ ବୋଲି କହି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲେ।ପ୍ରସୂତାଙ୍କର ବିଶ୍ଵାସ ହେଉ ନଥିଲା କି ତାଙ୍କ ଛୁଆ ଏହି ଦୁନିଆରେ ନାହିଁ।ସେ ଚିକିତ୍ସା କରିବା ପାଇଁ ଗୁହାରୀ କରୁଥିଲେ, କିନ୍ତୁ ତାକୁ ମୃତ ବୋଲି ଘୋଷଣା କରି ଦିଆଯାଇଥିଲା।

କେହି କେହି ଭଗବାନଙ୍କ ଚମତ୍କାର ବୋଲି କହିଛନ୍ତି ତ କେହି..

ନବଜାତ ଶିଶୁର ବାପା ବବଲୁ ପ୍ରଜାପତି ଜଣାଇଛନ୍ତି କି ନର୍ସ ରାନୀ କୁଶବାହା ମୋ ଛୁଆକୁ ମୃତ ବୋଲି ଘୋଷଣା କରି ଦେଇଥିଲେ। ଆମେମାନେ ବି ତାଙ୍କ କଥାକୁ ଠିକ ମନେକରି ସମାଧି ଦେବା ପାଇଁ ପ୍ରସ୍ତୁତି କରିଦେଇ ଥିଲୁ। କିନ୍ତୁ ଶେଷ ସମୟରେ ଭଗବାନ ଏମିତି ଚମତ୍କାର କରିଥିଲେ କି ତାର ନିଶ୍ଵାସ ଚାଲାବାକୁ ଲାଗିଥିଲା ଏବଂ ସେ ହଲଚଲ ହେବାକୁ ଲାଗିଥିଲା। ଆମେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ, କିଛି ଲୋକ କହିଥିଲେ କି ଏହା ଭଗବାନଙ୍କର ଚମତ୍କାର ଅଟେ। କିନ୍ତୁ କିଛି ଲୋକ କହିଥିଲେ କି ଏହିସବୁ ଡାକ୍ତରଙ୍କର ଭୁଲ ଯୋଗୁଁ ହୋଇଛି।

ଏବେ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛି ଶିଶୁ

ନର୍ସ ଏବଂ ଡାକ୍ତରଖାନାର ଷ୍ଟାଫ ମାନଙ୍କ ଅବହେଳାର ପ୍ରତିବାଦ ଜିଲ୍ଲା ଜିଲ୍ଲା ଚିକିତ୍ସାଧିକାରୀ କରିଛନ୍ତି।ଯାହାପରେ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଠାରେ ଶିଶୁ ରୋଗ ବିଶେଷଜ୍ଞ ଡ.ମହେନ୍ଦ୍ର ବାଜୋରିୟା ଏବଂ ଡାକ୍ତର ଅତୁଲ ଜୈନ ଯେତେବେଳେ ଛୁଆଟିର ପରୀକ୍ଷା କରିଥିଲେ ତ ତାର ନିଶ୍ଵାସ ଚାଲୁଥିଲା। ଏହା ପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *