ପୁଅ ସହିତ ଫୋନରେ କଥା ହେଉଥିଲା ଭଉଣୀ, ଭାଇ କରିଦେଲା ଏମିତି ଭୟଙ୍କର କାଣ୍ଡ

ପାଟଣାର ଧନରୁଆ ଥାନା କ୍ଷେତ୍ରରେ ଏକ ଲଜ୍ଜାଜନକ ହତ୍ୟା ଘଟଣା ସାମ୍ନାକୁ ଆସିଛି | ଯୁବକ ଜଣକ ନିଜ ଭଉଣୀଙ୍କୁ ଗୁଳି ମାରି ହତ୍ୟା କରି ଦେଇଛନ୍ତି ଘଟଣାରେ ପୋଲିସକୁ ଭ୍ରମିତ କରିବା ପାଇଁ ଆରୋପ ଅଜଣା ବଦମାସଙ୍କ ଉପରେ ଲଗାଇ ଦେଇଥିଲେ ଏବଂ ଘଟଣାରେ ପ୍ରୟୋଗ କରାଯାଇଥିବା ପିସ୍ତଲକୁ ଘର ପଛକୁ ଫିଙ୍ଗି ଦେଇଥିଲେ | ଘଟଣାର ଖୁଲାସା ହେବା ପରେ ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ କହିଥିଲା ଯେ ତାଙ୍କ ଭଉଣୀ କୌଣସି ପୁଅ ସହିତ କଥାବାର୍ତ୍ତା କରୁଥିଲା ଯାହା ତାଙ୍କୁ ପସନ୍ଦ ନଥିଲା |

ଧନରୁଆ ଥାନା ଅଞ୍ଚଳରେ ଛାତି ଗାଁରେ ଶନିବାର ଦିନ ରାତିରେ ୧୮ ବର୍ଷୀୟ ଶୋଭାକୁ ଗୁଳି ମାରି ହତ୍ୟା କରିଦିଆ ଯାଇଥିଲା | ହତ୍ୟା ପରେ କୁହାଯାଇଥିଲା ଯେ ବଦମାସ ଘର ଭିତରେ ପଶି ଶୋଭାଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ | ଏହି ମାମଲାରେ ପୋଲିସ ଯାଞ୍ଚର ଲାଗି ପଡିଥିଲା | ଏହି ୱାଇଲ୍ଡ ମର୍ଡର କେସରେ ପୋଲିସକୁ ଝିଅଟିର ଭାଇ ବବଲୁ ଯାଦବଙ୍କ ଦ୍ୱାରା ବାରମ୍ବାର ବୟାନ ପରିବର୍ତ୍ତନ ଉପରେ ସନ୍ଦେହ ହୋଇଥିଲା | ପୋଲିସ ଶକ୍ତର ସହିତ ପଚରାଉଚରା କରିଥିଲେ, ଏବଂ ବବଲୁ ନିଜର ଅପରାଧ ସ୍ୱୀକାର କରି ନେଇଥିଲା |

ପୋଲିସ ଘଟଣାରେ ବବଲୁ ଯାଦବ ଦ୍ୱାରା ପ୍ରୟୋଗ କରାଯାଇଥିବା ପିସ୍ତଲକୁ ମଧ୍ୟ ଜବତ କରି ନେଇଥିଲା | ପୋଲିସ ପଚରାଉଚରାରେ ଅଭିଯୁକ୍ତ ଜଣକ କହିଥିଲେ ଯେ ତାଙ୍କ ଭଉଣୀ କୌଣସି ପୁଅ ସହିତ କଥାବାର୍ତ୍ତା କରୁଥିଲେ | ଅନେକଥର ସେ ନିଜ ଭଉଣୀକୁ ବାରଣ କରିଥିଲେ, କିନ୍ତୁ ଭଉଣୀ ନିଜ କାର୍ଯ୍ୟ କରିବା ବନ୍ଦ କରି ନଥିଲେ | ଶନିବାର ଦିନ ରାତିରେ ଘରେ ତାଙ୍କ ମାଆ ଏବଂ ପତ୍ନୀଙ୍କୁ ଛାଡିଲେ ଆଉ କେହି ନଥିଲେ | ତାଙ୍କ ପିତା ଏବଂ ସାନ ଭାଇ ସେସମୟରେ ପାଭେଡୀ ଛକରେ ଟ୍ରକକୁ ଜଗିଥିଲେ | ସେତେବେଳେ ସେ ନିଜ ଭଉଣୀଙ୍କର ହତ୍ୟାର ଯୋଜନା କରିଥିଲେ |

ଅଭିଯୁକ୍ତ ଜଣକ କହିଲେ ଯେ ଶୋଭା ଘରର ନୂତନ ହୋଇ ତିଆରି କରାଯାଇଥିବା କୋଠରୀରେ ଥିଲେ | ବହୁତ ସମୟ ପର୍ଯ୍ୟନ୍ତ ଫୋନରେ ସେହି ପିଲାଟି ସହିତ କଥା ହେଉଥିଲେ ପରେ ଯେତେବେଳେ ସେ ଶୋଇଗଲେ ସେତେବେଳେ ଅବସର ଦେଖି ସେ ଭଉଣୀଙ୍କ କୋଠରୀରେ ପହଞ୍ଚି ଯାଇଥିଲେ | ସେ ଶୋଇଥିବା ଅବସ୍ଥାରେ ନିଜ ଭଉଣୀଙ୍କୁ ଗୁଳି ମାରି ଦେଇଥିଲେ ଏବଂ ପିସ୍ତଲକୁ ଘର ପଛ ପଟରେ ଫୋପାଡ଼ି ଦେଇଥିଲେ | ଏହାପରେ ସେ ପୋଲିସଙ୍କୁ ଭ୍ରମିତ କରିବା ପାଇଁ ନୂତନ କାହାଣୀ ପ୍ରସ୍ତୁତ କରି ଦେଇଥିଲେ |

ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ତାଙ୍କୁ କୁହାଗଲା ଯେ ବଦମାସମାନେ ଏହି ଘଟଣାକୁ ଘଟାଇଛନ୍ତି | ଏହି ଘଟଣାରେ ପୋଲିସ ଦ୍ୱାରା ଦୁଇଜଣ ଅଜଣା ବଦମାସଙ୍କ ବିରୋଧରେ କେସ ଫାଇଲ କରାଯାଇଥିଲା, କିନ୍ତୁ ପରେ ଘଟଣାର ଖୁଲାସା ହୋଇଥିଲା, ଏବଂ ଅଭିଯୁକ୍ତ ଭାଇଙ୍କ ବିରୋଧରେ ହତ୍ୟାର ମାମଲା ରୁଜ୍ଜୁ କରାଗଲା |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *