ପ୍ରେଗନେଣ୍ଟ ହେବା ମାତ୍ରେ ହିଁ ଭୟଙ୍କର ଭାବେ ଫୁଲିବାକୁ ଲାଗିଲା ପେଟ, ଅପରେସନ ଥିଏଟର ରେ ହିଁ ଖୋଲା ରହିଗଲା ପତିଙ୍କ ମୁହଁ

ମାଆ ନିଜ ପିଲାକୁ ନଅ ମାସ ଗର୍ଭରେ ପାଳିଥାଏ। ହେଲେବି କେତେ ଥର ପ୍ରେଗ୍ନେସି ଆଶ୍ଚର୍ଯ୍ୟ ଜନକ ହୋଇଥାଏ। ଜାଆଁଳା ପିଲା ତ ଲୋକ ମାନେ ଭାବିଥାନ୍ତି, କିନ୍ତୁ କେତେ ୬ ରୁ ୭ ଜଣ ପିଲା ହୋଇଯାଇ ଥାଏ। ଏହି ଭଳି ଗୋଟେ ମାମଲା ଅଷ୍ଟ୍ରେଲିଆ ରୁ ସାମ୍ନା କୁ ଆସିଛି। ଯେଉଁ ଠାରେ ମହିଳା ନିଜର ପ୍ରେଗ୍ନେସି କୁ ନେଇ ଡରି ଯାଇଥିଲେ। ମହିଳାଙ୍କ ପେଟ ଭୟଙ୍କର ଭାବେ ଫୁଲିବାକୁ ଲାଗିଥିଲା।ତାଙ୍କୁ ଜଣା ନଥିଲା କି ତାଙ୍କ ପେଟ ଏମିତି କାହିଁକି ବଢୁଛି । ଶେଷରେ ଯେବେ ତାଙ୍କର ଡେଲିଭରି ହୋଇଥିଲା,ତେବେ ଯାଇ ଏହାର କାରଣ ସାମ୍ନା କୁ ଆସିଥିଲା। ଆସନ୍ତୁ ଆପଣଙ୍କୁ ଜଣାଉଛୁ କେମିତି ପ୍ରେଗ୍ନେସି ରେ ଡରି ଯାଇଥିଲେ ମହିଳା ।

ମହିଳା ଜଣଙ୍କ ହେଉଛନ୍ତି ୩୦ ବର୍ଷୀୟ ନତାଲି ମାରି। ମହିଳା ଅଷ୍ଟ୍ରେଲିଆ ର ରଓଏବୌରନେ ରହିଥାନ୍ତି । ମହିଳାଙ୍କ ପୂର୍ବରୁ ଗୋଟେ ଝିଅ ଥିଲା।ଯାହା ପରେ ସେ ଦ୍ବିତୀୟ ଥର ପ୍ରେଗନେଣ୍ଟ ହୋଇଥିଲେ।

୭ ସପ୍ତାହ ର ପ୍ରେଗ୍ନେସି ପରେ ଯେବେ ସେ ସୋନୋ ଗ୍ରାଫି କରାଇଥିଲେ ତ ଜଣା ପଡିଥିଲା କି ତାଙ୍କ ଗର୍ଭରେ ଗୋଟିଏ ନୁହେଁ କିନ୍ତୁ ଚାରି ଚାରୋଟି ପିଲା ବଢୁଛନ୍ତି । ସେ ଏହି ପିଲାମାନଙ୍କୁ ନାଚୁରାଲ୍ କଂସିବ ରେ କରିଥିଲେ।

ନତାଲି ଏବଂ ତାଙ୍କ ପତି କାହିଁ କେତେ ବର୍ଷ ପୂର୍ବରୁ ପିଲା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ କମ୍ପ୍ଲିକେସନ ଯୋଗୁଁ ପ୍ରେଗନେଣ୍ଟ ହୋଇପାରୁ ନଥିଲେ।

କିଛି ବର୍ଷ ପରେ ନତାଲି ଟ୍ରିଟମେଣ୍ଟ କରିଥିଲେ ଏବଂ ଗୋଟେ ଝିଅ କୁ ଜନ୍ମ ଦେଇଥିଲେ । ଏହାର ଦୁଇ ବର୍ଷ ପରେ ପୁଣି ନତାଲି ପ୍ରେଗନେଣ୍ଟ ହୋଇଥିଲେ।

ତାଙ୍କୁ କଣ ଜଣା ଥିଲା କି ଏହି ପ୍ରେଗ୍ନେସି ତାଙ୍କୁ ଆଶ୍ଚର୍ଯ୍ୟ କରିଦେବ।ନତାଲି ଯେବେ ସୋନୋ ଗ୍ରାଫି କରିଥିଲେ ତ ଦେଖି ଥିଲେ କି ତାଙ୍କ ପେଟ ରେ ଦୁଇଟି ହୃଦୟ ଅଛି।ତାଙ୍କୁ ଲାଗିଥିଲା କି ତାଙ୍କ ପେଟ ରେ ଦୁଇଟି ପିଲା ଅଛି।କିନ୍ତୁ ଏପରି ନଥିଲା।

ନତାଲି ଙ୍କ ଗର୍ଭରେ ଚାରୋଟି ପିଲା ଥିଲେ ଏବଂ ପରେ ନତାଲି ଙ୍କ ପେଟର ପେଟ ର ଆକାର ଭୟଙ୍କର ଭାବରେ ବଢ଼ିବାକୁ ଲାଗିଥିଲା।ତାଙ୍କୁ ମ୍ୟାଟରନିଟି କପଡା କିଣିବା ପାଇଁ ବହୁତ ହଇରାଣ ହେବାକୁ ପଡୁଥିଲା।

ସିଜରିଆନ ଙ୍କ ଜରିଆରେ ନତାଲି ଚାରୋଟି ପିଲାକୁ ଜନ୍ମ ଦେଇଥିଲେ। ଅଚାନକ ପରିବାରରେ ଚାରି ଜଣ ସଦସ୍ୟ ବଢିଯିବାରୁ ମିୟା- ବିବି ଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡ଼ିଥିଲା।

ନତାଲି ତାଙ୍କୁ କ୍ଷୀର ପିଆଇବା ପାଇଁ ଦେଢ଼ ଘଣ୍ଟା ସମୟ ଲାଗୁଥିଲା। ଗୋଟେ ପିଲା ଶୋଇଥିଲା ବେଳେ ଆଉ ଗୋଟେ ପିଲା କାନ୍ଦୁଥିଲା। ଏଥିରେ ଦମ୍ପତି ଙ୍କୁ ବହୁତ କଷ୍ଟର ସାମ୍ନା କରିବାକୁ ପଡ଼ୁଥିଲା।

ପୁଣି ନତାଲି ନିଜର ଚାରୋଟି ପିଲାଙ୍କୁ ଜନ୍ମ ଦେବା ପରେ ବଢ଼ିଥିବା ପେଟ କୁ ନେଇ ବହୁତ ସମସ୍ୟା ଭୋଗୁଛନ୍ତି। ନତାଲି ଙ୍କ ପେଟରେ ଷ୍ଟ୍ରେଚ ମାର୍କ ମଧ୍ୟ ଆସି ଯାଇଛି। ସେ ଏହାର ଫଟୋ କୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ନତାଲି କହିଛନ୍ତି କି ଏହି ଶରୀର ତାଙ୍କୁ ସକାରାତ୍ମକ ଆଡ଼କୁ ବଢ଼ାଇବାକୁ ସାହାର୍ଯ୍ୟ କରିବ। ଚାରୋଟି ପିଲା ପରେ ପେଟ ବହୁତ ବଢ଼ି ଯାଇଛି। କିନ୍ତୁ ସେ ଏହାକୁ ନେଇ ଲଜ୍ଜା ଅନୁଭବ କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *